Advertisment

ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀଙ୍କ ବୟାନ ରେକର୍ଡ କଲା ସିବିଆଇ

ମୁମ୍ୱାଇ: ରବିବାର ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ (ପିଏ)ଙ୍କୁ ଜେରା କରି ବୟାନ ରେକର୍ଡ କରିଛି ସିବିଆଇ। ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ହେଲେ ସଞ୍ଜୀବ ପଲାଣ୍ଡେ ଏବଂ କୁନଦନ। ଆଜି ଦୁଇ ଜଣଙ୍କୁ ହାଜର ହେବା ପାଇଁ ସିବିଆଇ ପୂର୍ବରୁ କହିଥିଲା। ଏହି ମାମଲାରେ ସିବିଆଇ ପରମବୀର ସିଂହ ଏବଂ ଡିସିପି ସଞ୍ଜୟ ପାଟିଲଙ୍କୁ ଜେରା କରିସାରିଛି। ଜେରା ବେଳେ ସିବିଆଇକୁ ପରମବୀର ସିଂହ କହିଥିଲେ ପଲାଣ୍ଡେ ସଞ୍ଜୟ ପାଟିଲ ଏବଂ […]

ଅଦ୍ୟତନ ହୋଇଛି
ସିବିଆଇରେ ହାଜର ହେଲେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ

anil-desmukh-cbi

Advertisment

ମୁମ୍ୱାଇ: ରବିବାର ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ (ପିଏ)ଙ୍କୁ ଜେରା କରି ବୟାନ ରେକର୍ଡ କରିଛି ସିବିଆଇ। ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ହେଲେ ସଞ୍ଜୀବ ପଲାଣ୍ଡେ ଏବଂ କୁନଦନ। ଆଜି ଦୁଇ ଜଣଙ୍କୁ ହାଜର ହେବା ପାଇଁ ସିବିଆଇ ପୂର୍ବରୁ କହିଥିଲା। ଏହି ମାମଲାରେ ସିବିଆଇ ପରମବୀର ସିଂହ ଏବଂ ଡିସିପି ସଞ୍ଜୟ ପାଟିଲଙ୍କୁ ଜେରା କରିସାରିଛି। ଜେରା ବେଳେ ସିବିଆଇକୁ ପରମବୀର ସିଂହ କହିଥିଲେ ପଲାଣ୍ଡେ ସଞ୍ଜୟ ପାଟିଲ ଏବଂ ଡିସିପି ରାଜୁ ପାଟିଲଙ୍କୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ। ପଲାଣ୍ଡେ କହିଥିଲେ ଅନୀଲ ଦେଶମୁଖ ଚାହୁଁଛନ୍ତି ଯେ ପ୍ରତ୍ୟେକ ବାରରୁ ୨-୩ଲକ୍ଷ ଟଙ୍କା ମାସିକ ଆଦାୟ ହେବା ଦରକାର। ତେଣୁ ପଲାଣ୍ଡେଙ୍କୁ ସିବିଆଇ ହାଜର ହେବାକୁ ସମନ କରିଥିଲା। ଏହାବାଦ ନିଲମ୍ୱିତ ପୁଲିସ ଅଧିକାରୀ ସଚିନ ବାଜେଙ୍କ ଦୁଇ ଡ୍ରାଇଭରଙ୍କ ବୟାନ ସିବିଆଇ ରେକର୍ଡ କରିଥିବା ସୂଚନା ରହିଛି।

Advertisment

ଅନ୍ୟପଟେ ସିବିଆଇ ଗତ ସପ୍ତାହରେ ଜଣେ ହୋଟେଲ ତଥା ବାର ମାଲିକଙ୍କ ବୟାନ ରେକର୍ଡ କରିଛି। ମୁମ୍ୱାଇର ନର୍ଥ ଓ୍ୱେଷ୍ଟର୍ଣ୍ଣରେ ଥିବା ହୋଟେଲ ମାଲିକ ମହେଶ ସେଠୀଙ୍କ ବୟାନ ରେକର୍ଡ କରିଛି ସିବିଆଇ। ମହେଶ ସେଠୀ ନିଲମ୍ୱିତ ଏପିଆଇ ସଚିନ ବାଜେଙ୍କର ନିକଟତମ ବ୍ୟକ୍ତି ବୋଲି ଜଣାପଡ଼ିଛି। ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରୁଛି।

https://twitter.com/ANI/status/1381296466166050818?s=20

ମିଳିଥିବା ସୂଚନା ଅନୁସାରେ ନର୍ଥ ଓ୍ୱେଷ୍ଟର୍ଣ୍ଣ ଏରିଆରେ ଥିବା ହୋଟେଲ ଗୁଡ଼ିକର କୌଣସି ଅସୁବିଧା ହେଲେ ମହେଶ ନେତୃତ୍ୱ ନେଇ ସମସ୍ତ ସମସ୍ୟାର ସମାଧାନ କରୁଥିଲେ। ମୁଖ୍ୟତଃ ପୁଲିସ ସଂପର୍କିତ ମାମଲାର ସମାଧାନ କରୁଥିଲେ ମହେଶ ସେଠୀ। ହୋଟେଲ ଗୁଡ଼ିକରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମହେଶ ସେଠୀ ଅନେକ ଥର ମୁମ୍ୱାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ନିଲମ୍ୱିତ ଏପିଆଇ ସଚିନ ବାଜେ ଏବଂ ଏସିପି ସଞ୍ଜୟ ପାଟିଲଙ୍କ ସହିତ ଅନେକ ହୋଟେଲ ମାଲିକଙ୍କୁ ଚିହ୍ନା କରାଇଥିଲେ ମହେଶ ସେଠୀ।

Advertisment

ଏବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସିବିଆଇ ଅନୀଲ ଦେଶମୁଖଙ୍କୁ ଜେରା କରିବାକୁ ଡାକିପାରେ। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରମାଣ ସହଯୋଗୀ ମାନଙ୍କୁ ଜେରା କରିସାରିବା ପରେ ଅନୀଲ ଦେଶମୁଖଙ୍କୁ ସିବିଆଇ ସିଧାସଳଖ ଡାକିବ।

ସୂଚନାଯୋଗ୍ୟ, ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆସିବା ପରେ ଦଳୀୟ ନେତା ଠିକ୍ ଭାବରେ ମତ ରଖି ପାରିନଥିଲେ ବୋଲି ଶରଦ ପାୱାର ଅନୁଭବ କରିଛନ୍ତି। ଯଦି ଦଳର ନେତା ଠିକ୍ ଭାବରେ ମତ ରଖିଥାନ୍ତେ ତାହେଲେ ବିରୋଧୀଙ୍କ ସ୍ୱର ଶାଣିତ ହୋଇ ପାରିନଥାନ୍ତା ବୋଲି ଶରଦ ପାୱାର ଦଳୀୟ ନେତାଙ୍କୁ କହିଥିବା ସୂଚନା ରହିଛି। ଆଉ ଏବେ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ହେବା ପରେ ଏନସିପିର ଛବି ମଳିନ ପଡ଼ିଛି ବୋଲି ସୁପ୍ରିମୋ ଅନୁଭବ କରିଛନ୍ତି।

Sachin Vaze
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe