Advertisment

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା, ସିବିଆଇ ରୁଜୁ କଲା ୯ଟି ମାମଲା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ୯ଟି ମାମଲା ରୁଜୁ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏବେ ଏହି ମାମଲାର ତଦନ୍ତ କରୁଛି। ଆଗାମୀ ଦିନରେ ସିବିଆଇ ଆହୁରି ଅଧିକ ମାମଲା ରୁଜୁ କରିବ ବୋଲି ସୂଚନା ରହିଛି। After Calcutta High Court's order to investigate violence in West Bengal, the CBI has so far registered nine cases and began a probe. The […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପ୍ରଧାନ ବିଚାରପତିଙ୍କ ଅସନ୍ତୋଷ ପରେ ଆଉ ଦୁଇ ଗିରଫ

CBI

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ୯ଟି ମାମଲା ରୁଜୁ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏବେ ଏହି ମାମଲାର ତଦନ୍ତ କରୁଛି। ଆଗାମୀ ଦିନରେ ସିବିଆଇ ଆହୁରି ଅଧିକ ମାମଲା ରୁଜୁ କରିବ ବୋଲି ସୂଚନା ରହିଛି।

Advertisment

https://twitter.com/ANI/status/1430782113423388675?s=20

ଏହି ମାମଲାର ତଦନ୍ତ ପାଇଁ ସିବିଆଇ ଏବେ ୧୦୯ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ପରେ ନଅଟି ମାମଲା ରୁଜୁ କରିଥିବାର ସୂଚନା ରହିଛି। ଏବେ ସିବିଆଇ ଚାରୋଟି ଟିମକୁ କୋଲକାତାର ବିଭିନ୍ନ ସ୍ଥାନକୁ ପଠାଇଛି ଯେଉଁଠି ହିଂସା ହୋଇଥିଲା। ଏହି ଚାରୋଟି ଟିମରେ ଏବେ ୩୦ ଜଣ ଅଧିକାରୀ ରହିଛନ୍ତି।

କୋଇଲା ଓ ବେଆଇନ୍ ଗୋରୁ ଚୋରା ଚାଲାଣ ମାମଲାର ତଦନ୍ତ କରୁଥିବା ଅଧିକାରୀ ଅଖିଳେଶ ସିଂଙ୍କୁ ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଅଖିଳେଶ ସିଂହ ବର୍ତ୍ତମାନ ସିବିଆଇର ଅପରାଧ ଶାଖାର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କୁ ସ୍ୱତନ୍ତ୍ର ଅପରାଧ ଶାଖାର ମୁଖ୍ୟ କରିଛି ସିବିଆଇ। କହିରଖୁଛୁ ନିର୍ବାଚନ ପରେ ହିଂସା, ହତ୍ୟା ଏବଂ ଦୁଷ୍କର୍ମ ଭଳି ଅଭିଯୋଗ ରହିଛି। ଯାହାର ତଦନ୍ତ ଏବେ ସିବିଆଇ କରିବ।

Advertisment

ଏହି ହିଂସା ମାମଲାରେ ଶାସକ ଦଳ ଟିଏମସିରେ ସଂପୃକ୍ତି ରହିଛି ବୋଲି ବିରୋଧୀ ବିଜେପି ଅଭିଯୋଗ କରିଥିଲା। ହେଲେ ଶାସକ ଦଳ ଟିଏମସିର ସୁପ୍ରିମୋ ମମତା ବାନାର୍ଜୀ ଏପରି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଥିଲେ। ବିରୋଧୀ ବିଜେପି ନିର୍ବାଚନରେ ହାରିବା ପରେ ଅନୁକମ୍ପା ପାଇବାକୁ ଯାଇ ଏପରି ଅଭିଯୋଗ ଆଣିଛି ବୋଲି ସେ କହିଥିଲେ। କିନ୍ତୁ କୋର୍ଟରେ ସରକାରଙ୍କ ପକ୍ଷ ଖାରଜ ହୋଇଥିଲା। ବିଚାରପତି ମାମଲାକୁ ଗୁରୁତର ସହ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଏଚଆରସି ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିସାରିଛି। ଏନଏଚଆରସି ରିପୋର୍ଟକୁ କିନ୍ତୁ ହାଇକୋର୍ଟରେ ଗ୍ରହଣ କରିନଥିଲେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର।