Advertisment

ସିବିଆଇ ସ୍କାନର୍‌ରେ ସିସୋଦିଆଙ୍କ ବ୍ୟାଙ୍କ ଲକର୍‌

ନୂଆଦିଲ୍ଲୀ: ରୋଚକ ହେଉଛି ଦିଲ୍ଲୀ ଶାସକ ଦଳ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ତୁତୁ ମେଁ ମେଁ। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଆଜି ଆପ୍‌ ସିବିଆଇ ପାଖରେ ଅଭିଯୋଗ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍‌ ଉପରେ ଆଖି ପଖାଇଛି। ସିସୋଦିଆଙ୍କ ବ୍ୟାଙ୍କ ଲକରର୍‌ ଯାଞ୍ଚ କରୁଛି ସିବିଆଇ। ଆଉ ଚାଲିଛି ପ୍ରମାଣ ଖୋଜା। ଭ୍ରଷ୍ଟାଚାର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆସନ୍ତାକାଲି ଗିରଫ ହେବେ ମନୀଷ ସିସୋଦିଆ: ଆପ୍‌

manish-sisodia

ନୂଆଦିଲ୍ଲୀ: ରୋଚକ ହେଉଛି ଦିଲ୍ଲୀ ଶାସକ ଦଳ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ତୁତୁ ମେଁ ମେଁ। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଆଜି ଆପ୍‌ ସିବିଆଇ ପାଖରେ ଅଭିଯୋଗ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍‌ ଉପରେ ଆଖି ପଖାଇଛି। ସିସୋଦିଆଙ୍କ ବ୍ୟାଙ୍କ ଲକରର୍‌ ଯାଞ୍ଚ କରୁଛି ସିବିଆଇ। ଆଉ ଚାଲିଛି ପ୍ରମାଣ ଖୋଜା।

Advertisment

ଭ୍ରଷ୍ଟାଚାର ଓ ମଦ ଦୁର୍ନୀତିକୁ ନେଇ ଘେରି ରହିଥିବା ମନୀଷ ସିସୋଦିଆଙ୍କ ଅଡୁଆ ଥମୁନି। ସିବିଆଇ ସ୍କାନର୍‌ରେ ରହିଛି ତାଙ୍କର ବ୍ୟାଙ୍କ ଲକର୍‌। ଗାଜିଆବାଦର ବସୁନ୍ଧରା ସେକ୍ଟର-୪ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍‌ ରହିଛି। ଏହି ଏହି ଲକର୍‌ର ଯାଞ୍ଚ କରିବା ପାଇଁ ସିବିଆଇ ଟିମ୍‌ ବ୍ୟାଙ୍କରେ ପହଞ୍ଚି ସରିଥିବା ବେଳେ ସିସୋଦିଆ ଓ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଅଛନ୍ତି। ସିସୋଦିଆଙ୍କ ସାମ୍ନାରେ ତଦନ୍ତ ଅଧିକାରୀମାନେ ତାଙ୍କ ଲକର୍‌ର ଯାଞ୍ଚ କରୁଛନ୍ତି।

बैंक लॉकर में शराब घोटाले के सबूत तलाश रही CBI, पत्नी संग सिसोदिया भी हैं अंदर

ତେବେ ବ୍ୟାଙ୍କ ଲକର୍‌ ଯାଞ୍ଚ ପୂର୍ବରୁ ସିବିଆଇ ଓ କ୍ରେନ୍ଦ ସରକାରଙ୍କୁ ବାଣ ମାରିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ। ସେ ଟ୍ୱିଟ୍‌ କରି କହିଛନ୍ତି, 'ସିବିଆଇ ମୋର ବ୍ୟାଙ୍କ ଲକର୍‌ ଯାଞ୍ଚ କରିବାକୁ ଆସୁଛି। ଅଗଷ୍ଟ ୧୯ରେ ମୋ ଘରେ ୧୪ ଘଣ୍ଟା ଧରି ରେଡ୍‌ କରାଯାଇଥିଲେ ମଧ୍ୟ କିଛି ମିଳିନଥିଲା। ଏବେ ଲକର୍‌ରୁ ମଧ୍ୟ କିଛି ମିଳିବ ନାହିଁ। ସିବିଆଇକୁ ମୁଁ ସ୍ୱାଗତ କରୁଛି। ତଦନ୍ତରେ ମୁଁ ଆଉ ମୋ ପରିବାର ସହଯୋଗ କରିବାକୁ ପ୍ରସ୍ତୁତ।'

Advertisment

https://twitter.com/msisodia/status/1564213420219863040?s=20&t=HMzoGjQEl-We02QGDnq6TA

ଦିଲ୍ଲୀର ବହୁ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ସିବିଆଇ ଆକ୍ସନ ମୁଡ୍‌ରେ ଅଛି। ଏହାପୂର୍ବରୁ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା। କେବଳ ଏତିକି ନୁହେଁ ସିବିଆଇ ଏହି ମାମଲାରେ ପୂର୍ବତନ ଅବକାରୀ କମିଶନର ଅରାବା ଗୋପୀ କୃଷ୍ଣନଙ୍କ ଘର ସମେତ ୭ଟି ରାଜ୍ୟରେ ଏକକାଳୀନ ୩୧ଟି ସ୍ଥାନରେ ଚଢ଼ାଉ କରିଥିଲା।