Advertisment

ସୋନାଲି ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ:  ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ସନ୍ଧ୍ୟାରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ମଞ୍ଜୁର କରିଛନ୍ତି। ସୋନାଲିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଅନୁରୋଧ କରିଥିଲେ।  ଗୃହ ମନ୍ତ୍ରାଳୟ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରିବାକୁ କହିଛି ବୋଲି ସିବିଆଇର ଜଣେ ଅଧିକାରୀ […]

ସୋନାଲି ଫୋଗଟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକ

sonali-Phogat

Advertisment

ନୂଆଦିଲ୍ଲୀ:  ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ସନ୍ଧ୍ୟାରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ମଞ୍ଜୁର କରିଛନ୍ତି। ସୋନାଲିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଅନୁରୋଧ କରିଥିଲେ।  ଗୃହ ମନ୍ତ୍ରାଳୟ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରିବାକୁ କହିଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି। ଅଗଷ୍ଟ ୨୨ ମଧ୍ୟରାତ୍ରିରେ ଗୋଆରେ ସୋନାଲିଙ୍କ ମୃତ୍ୟୁ ଘଟିଥିଲା।  ସୋନାଲି ଫୋଗାଟ ହତ୍ୟା ମାମଲା ସିବିଆଇ ତଦନ୍ତ ପାଇଁ ହରିୟାଣା ସରକାର ମଧ୍ୟ ଅନୁରୋଧ କରିଥିଲେ। ସୋନାଲିଙ୍କ ପରିବାର ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟି ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

Advertisment

ସୋନାଲିଙ୍କ ପରିବାର ଲୋକେ ଅଭିଯୋଗ ଆଣି ଏହି ହତ୍ୟାକାଣ୍ଡ ବଡ଼ ବ୍ୟକ୍ତିଙ୍କ ହାତ ଥିବାର ଅଭିଯୋଗ କରିଥିଲେ । ହରିୟାଣା ସରକାର ସୋନାଲିଙ୍କ ପରିବାର ଦାବି ଆଧାରରେ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲା ସିବିଆଇକୁ ଦିଆଯିବା ଦରକାର ବୋଲି କହିଥିଲେ ।

ସେପଟେ ଗୋଆ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି । ଏହାସହ ସେ କହିଥିଲେ ଯେ, ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ବାବଦରେ ସୂଚୀତ କରାଯାଇଛି। ମାମଲାର ସବୁ ରିପୋର୍ଟ ହରିୟାଣା ଡିଜିପିଙ୍କୁ ଦିଆଯାଇଛି। ଆବଶ୍ୟକ ହେଲେ ସିବିଆଇକୁ ମଧ୍ୟ ସାମିଲ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe