Advertisment

ବଢ଼ିଲା ବେଙ୍ଗଲ ପୁଲିସର ଅଡୁଆ, ମୃତ ବିଜେପି କର୍ମୀଙ୍କ ଘରେ ସିବିଆଇ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି। ମୃତ ବିଜେପି କର୍ମୀଙ୍କ ଭାଇ ଏବେ ସିବିଆଇ ପାଖରେ ପଶ୍ଚିମବଙ୍ଗ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଯାହାକି ପଶ୍ଚିମବଙ୍ଗ ପୁଲିସ ପାଇଁ ଅଡୁଆ ସୃଷ୍ଟି କରିପାରେ। ଦାବି କରିଥିବା ବ୍ୟକ୍ତି ଜଣଙ୍କ ହିଂସା ଘଟଣାର ତଦନ୍ତ ପାଇଁ ହୋଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଭାଇ ଅଭିଜିତ ସରକାରଙ୍କ ମୃତ୍ୟୁ ପାଇଁ ସେ […]

ଅଦ୍ୟତନ ହୋଇଛି
ବଢ଼ିଲା ବେଙ୍ଗଲ ପୁଲିସର ଅଡୁଆ, ମୃତ ବିଜେପି କର୍ମୀଙ୍କ ଘରେ ସିବିଆଇ

CBI-DEATH

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି। ମୃତ ବିଜେପି କର୍ମୀଙ୍କ ଭାଇ ଏବେ ସିବିଆଇ ପାଖରେ ପଶ୍ଚିମବଙ୍ଗ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଯାହାକି ପଶ୍ଚିମବଙ୍ଗ ପୁଲିସ ପାଇଁ ଅଡୁଆ ସୃଷ୍ଟି କରିପାରେ। ଦାବି କରିଥିବା ବ୍ୟକ୍ତି ଜଣଙ୍କ ହିଂସା ଘଟଣାର ତଦନ୍ତ ପାଇଁ ହୋଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଭାଇ ଅଭିଜିତ ସରକାରଙ୍କ ମୃତ୍ୟୁ ପାଇଁ ସେ ପଶ୍ଚିମବଙ୍ଗ ପୁଲିସକୁ ଦାୟୀ କରିଥିଲେ।

Advertisment

ସିବିଆଇ ଏହି ହିଂସା ଘଟଣାରେ ୯ଟି ମାମଲା ରୁଜୁ କରିସାରିଛି। ଅଭିଜିତଙ୍କ ଭାଇ ବିଶ୍ୱଜିତ୍ ବୁଧବାର ଏହି ଘଟଣାରେ କୋଲକାତାର ସିବିଆଇ ଅଫିସକୁ ଆସିଥିଲେ। ଏହି ସମୟରେ ସିବିଆଇକୁ ହିଂସା ଘଟଣାରେ ବିଭିନ୍ନ ତଥ୍ୟ ଦେଇଛନ୍ତି। ଏହାପରେ ଗୁରୁବାର ସିବିଆଇ ଅଫିସକୁ ବେଙ୍ଗଲର ପୁଲିସ ଅଧିକାରୀ ଆସିଥିବା ଜଣାପଡ଼ିଛି। ଏହାପରେ ପରେ ଗୁରୁବାର ଦିନ ସିବିଆଇ ଟିମ୍ ମୃତ ବିଜେପି ନେତା ଅଭିଜିତ ସରକାରଙ୍କ ଘରକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।

ବିଶ୍ୱଜିତ ସରକାର ପ୍ରତିକ୍ରିୟାରେ କହିଛନ୍ତି, “ମୁଁ ସିବିଆଇ ପାଖରେ ସମସ୍ତ ପ୍ରମାଣ ଦାଖଲ କରି ସାରିଛି। ମୁଁ ସିବିଆଇ ଅଫିସକୁ ଯାଇ ସମସ୍ତ ପ୍ରମାଣ ଦାଖଲ କରିଛି। ଏହାପରେ ଗୁରୁବାର ସିବିଆଇ ଟିମ୍ ଆମ ଘରକୁ ଆସିଥିଲେ। ମୁଁ ମେ ୨ ତାରିଖ ଦିନ ହୋଇଥିବା ଘଟଣାର ବର୍ଣ୍ଣନା କରିଛି। ମୋର ଭାଇକୁ ଟିଏମସି ଗୁଣ୍ଡା ମାଡ଼ ମାରି ଲହୁ ଲୁହାଣ କରିବା ପରେ ମୃତ୍ୟୁ ଘଟିଥିଲା। ସେହି ସମୟରେ କିନ୍ତୁ ପୁଲିସ ଛିଡ଼ା ହୋଇ ଦେଖଣାହାରୀ ସାଜିଥିଲା”।

Advertisment

ଟିଏମସି ଏହି ହତ୍ୟା ପଛରେ ରହିଛି। କିନ୍ତୁ ପ୍ରମାଣ ନଷ୍ଟ କରିବାକୁ ପୁଲିସକୁ ବ୍ୟବହାର କରାଯାଇଛି। ହତ୍ୟା ସମୟରେ ନାରକେଲଡାଙ୍ଗା ଥାନାର ପୁଲିସ ଅଫିସର ଛିଡ଼ା ହୋଇଥିଲେ। ଏହି ଘଟଣାରେ ବିଧାୟକ ପରେଶ ପାଲଙ୍କର ଭୂମିକା ରହିଛି। କିନ୍ତୁ ସମସ୍ତ ପ୍ରମାଣକୁ ନଷ୍ଟ କରି ଦିଆଯାଇଛି ବୋଲି ବିଶ୍ୱଜିତ ସରକାର କହିଛନ୍ତି। ଏବେ ସିବିଆଇ ଟିମ୍ ବିଶ୍ୱଜିତଙ୍କ ଘରୁ ଯିବା ପରେ ମୃତକଙ୍କ ଡିଏନଏ ପରୀକ୍ଷା କରିବ ବୋଲି ଜଣାପଡ଼ିଛି। ଏବେ ମୃତକଙ୍କ ଶବକୁ ସଂରକ୍ଷିତ କରି ରଖାଯାଇଛି ବୋଲି କୁହାଯାଉଛି।

କୋଲକାତା ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ଡିଏନଏ ପରୀକ୍ଷା କରିବାକୁ କହିଛନ୍ତି। ଯଦି ସଂରକ୍ଷିତ ଥିବା ମୃତ ଦେହ ଅଭିଜିତଙ୍କର ବୋଲି ଡିଏନଏ ପରୀକ୍ଷାରୁ ଜଣାପଡ଼ିବ ତାହେଲେ ଶବର ଅନ୍ତିମ ସଂସ୍କାର କରାଯିବ ବୋଲି ବିଶ୍ୱଜିତ୍ କହିଛନ୍ତି। କିନ୍ତୁ ଯଦି ଅଭିଜିତଙ୍କ ଡିଏନଏ ମୃତ ଶବ ସହ ନମିଶିଲା ତାହେଲେ ଆହୁରି ଅଡୁଆ ସୃଷ୍ଟି ହେବ। ଅଭିଜିତଙ୍କ ମୃତ ଦେହକୁ ଗାଏବ କରାଯାଇଛି ବୋଲି ବୁଝିବାକୁ ହେବ ବୋଲି ବିଶ୍ୱଜିତ ସରକାର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe