Advertisment

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ, ୯୯.୩୭% ପାସ୍

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥିରେ ମୋଟ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। cbseresults.nic.in ଓ cbse.gov.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲ‍‍ବ୍ଧ କରାଯାଇଛି। ଏଥର ୧୨ ଲକ୍ଷ ୯୬ ହଜାର ୩୧୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ୯୯.୧୩% ଛାତ୍ର ପାସ୍ କରିଥିବା ବେଳେ ୯୯.୬୭% ଛାତ୍ରୀ ପାସ୍ କରିଛନ୍ତି। ୭୦,୦୦୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର […]

ଅଦ୍ୟତନ ହୋଇଛି
ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ, ୯୯.୩୭% ପାସ୍

Result

Advertisment

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥିରେ ମୋଟ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। cbseresults.nic.in ଓ cbse.gov.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲ‍‍ବ୍ଧ କରାଯାଇଛି।

Advertisment

ଏଥର ୧୨ ଲକ୍ଷ ୯୬ ହଜାର ୩୧୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ୯୯.୧୩% ଛାତ୍ର ପାସ୍ କରିଥିବା ବେଳେ ୯୯.୬୭% ଛାତ୍ରୀ ପାସ୍ କରିଛନ୍ତି।

୭୦,୦୦୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିଭଳି ୧ ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ରୁ ଅଧିକ ପ୍ରତିଶତ ନମ୍ବର ରଖିଛନ୍ତି।

Advertisment

କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ଶତ ପ୍ରତିଶତ ରହିଥିବା ବେଳେ ନବୋଦୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ୯୯.୯୪ % ରହିଛି। ସେହିଭଳି ଘରୋଇ ସ୍କୁଲ୍ ଗୁଡ଼ିକର ପାସ୍ ହାର ୯୯.୨୨ ପ୍ରତିଶତ ରହିଛି।

ଚଳିତ ବର୍ଷ  କରୋନା ଯୋଗୁ ପରୀକ୍ଷା କରାଯାଇପାରି ନଥିଲା। ସେଥିପାଇଁ ଏହି ଛାତ୍ରଛାତ୍ରୀମାନଙ୍କର ଦଶମ, ଏକାଦଶ ଓ ଇଣ୍ଟରନାଲ୍ ପରୀକ୍ଷାର ନମ୍ବରକୁ ନେଇ ବିକଳ୍ପ ବ୍ୟବସ୍ଥା ଯୋଗେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ ୬୫,୧୮୪ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ। ଅଗଷ୍ଟ ୫ ତାରିଖ ସୁଦ୍ଧା ସେମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ରିଜଅନର ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବେଶ୍ ଭଲ ହୋଇଛି। ଏଠାରେ ରେକର୍ଡ ୯୯.୮୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

CBSE Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe