Advertisment

ରାଜ୍ୟସଭାରେ ବିରୋଧୀ ସାଂସଦ ଏବଂ ମାର୍ଶଲଙ୍କ ମଧ୍ୟରେ ଧସ୍ତାଧସ୍ତି, ସାର୍ବଜନୀନ ହେଲା ଭିଡିଓ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଶେଷ ଦିନ (ଅଗଷ୍ଟ ୧୧)ରେ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଛନ୍ତି। ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ମାର୍ଶାଲ ମାନେ ମହିଳା ସାଂସଦଙ୍କ ସହ ଅସଦାଚରଣ କରିଥିଲେ। ଏହାର ଜବାବରେ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ବିରୋଧୀ ଦଳ ସଂସଦରେ ଯେଉଁ ଆଚରଣ ଦେଖାଇଛନ୍ତି ତାହା ଗ୍ରହଣୀୟ ନୁହେଁ। Our one MP got injured during yesterday's […]

author-image
Subhransu Sekhar
ଅଦ୍ୟତନ ହୋଇଛି
ରାଜ୍ୟସଭାରେ ବିରୋଧୀ ସାଂସଦ ଏବଂ ମାର୍ଶଲଙ୍କ ମଧ୍ୟରେ ଧସ୍ତାଧସ୍ତି, ସାର୍ବଜନୀନ ହେଲା ଭିଡିଓ

marshal-rajysabha

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଶେଷ ଦିନ (ଅଗଷ୍ଟ ୧୧)ରେ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଛନ୍ତି। ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ମାର୍ଶାଲ ମାନେ ମହିଳା ସାଂସଦଙ୍କ ସହ ଅସଦାଚରଣ କରିଥିଲେ। ଏହାର ଜବାବରେ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ବିରୋଧୀ ଦଳ ସଂସଦରେ ଯେଉଁ ଆଚରଣ ଦେଖାଇଛନ୍ତି ତାହା ଗ୍ରହଣୀୟ ନୁହେଁ।

Advertisment

https://twitter.com/ANI/status/1425751384893186052?s=20

ଅନ୍ତିମ ଦିନରେ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କର ହୋ ହାଲ୍ଲା କରିଥିଲେ। ଯାହାର ଭିଡିଓ ମଧ୍ୟ ଏବେ ସରକାର ଜାରି କରିଛନ୍ତି। ଏହି ଭିଡିଓରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ଯେଉଁଥିରେ ମାର୍ଶଲ ଏବଂ କଂଗ୍ରେସର ମହିଳା ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ପ୍ରେସ କନଫରେନସ କରି ବିରୋଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ହେଲେ କଂଗ୍ରେସ ସାଂସଦ ଛାୟା ବର୍ମା କହିଛନ୍ତି, ମୁଁ କାହିଁକି କ୍ଷମା ମାଗିବି?

ଗତକାଲି ଓବିସି ବିଲ୍ ପାରିତ ହେବା ପରେ ବୀମା ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଏହାପରେ ବିରୋଧୀ ହୋ ହାଲ୍ଲା ଆରମ୍ଭ କରିଥିଲେ। ଏହାପରେ କାଗଜପତ୍ର ଫୋପାଡା ଫୋପଡି ଆରମ୍ଭ କରିଥିଲେ ବିରୋଧୀ। ଏହାକୁ ଦେଖି ମାର୍ଶଲ ଡକାଯାଇଥିଲା । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଅନେକ ସାଂସଦ ମାର୍ଶଲଙ୍କ ପାଇଁ ଆହତ ହୋଇଛନ୍ତି। ସରକାରଙ୍କ ତରଫରୁ ପୀୟୁଷ ଗୋୟଲ କହିଛନ୍ତି ଯେ ବିରୋଧୀ ଦଳ ଅସାମ୍ବିଧାନିକ ଆଚରଣ ଦେଖାଇଛନ୍ତି। ରାଜ୍ୟସଭାର ଜେନେରାଲ ସେକ୍ରେଟେରୀ ଏବଂ କର୍ମଚାରୀଙ୍କ ସହ ସାଂସଦଙ୍କ ବିବାଦ ପାଇଁ ଏପରି ହୋଇଛି। ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଏନସିପି ନେତା ଶରଦ ପାୱାର କହିଛନ୍ତି ଯେ ତାଙ୍କ ରାଜନୀତିର ୫୫ ବର୍ଷ ମଧ୍ୟରେ ଏଭଳି କେବେ ଦେଖିନଥିଲେ। ସାଂସଦଙ୍କୁ ୪୦ ରୁ ୫୦ ମାର୍ଶଲ ଡକାଯାଇ ଦୁର୍ବ୍ୟବହାର କରାଯାଇଛି। ତେବେ ଶରଦ ପାଓ୍ୱାରଙ୍କ ଅଭିଯୋଗକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଖଣ୍ଡନ କରିଛନ୍ତି।