Advertisment

ସିଡିଏସ ବିପିନ ରାୱତ, ପତ୍ନୀଙ୍କ ସମେତ ୧୩ ମୃତ, ଆଜିର ଘଟଣାକ୍ରମ ଜାଣନ୍ତୁ

ଚେନ୍ନାଇ: ଭାରତୀୟ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର କ୍ରାଶ ହେବାରୁ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁର କୁନ୍ନୁର ଠାରେ ଘଟିଥିବା ଏହି ଦୁର୍ଘଟଣାରେ ଜେନେରାଲ ରାୱତଙ୍କ ପତ୍ନୀ ମଧୁଲିକା ମଧ୍ୟ ପ୍ରାଣ ହରାଇଛନ୍ତି। ଜେନେରାଲ ରାୱତ ହେଲିକପ୍ଟର ଯୋଗେ କୋଏମ୍ବାଟୁରର ସୁଲୁର ଏୟାରବେସରୁ ୱେଲିଂଟନରେ ଥିବା ଡିଫେନ୍ସ ଷ୍ଟାଫ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ସେମାନେ ଯାଉଥିବା ହେଲିକପ୍ଟର ଓଟ୍ଟୀ ନିକଟରେ କ୍ରାଶ କରିଯାଇଥିଲା। ହେଲିକପ୍ଟର୍‌ରେ ଥିବା […]

ସିଡିଏସ ବିପିନ ରାୱତ, ପତ୍ନୀଙ୍କ ସମେତ ୧୩ ମୃତ, ଆଜିର ଘଟଣାକ୍ରମ ଜାଣନ୍ତୁ

Bipin

Advertisment

ଚେନ୍ନାଇ: ଭାରତୀୟ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର କ୍ରାଶ ହେବାରୁ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁର କୁନ୍ନୁର ଠାରେ ଘଟିଥିବା ଏହି ଦୁର୍ଘଟଣାରେ ଜେନେରାଲ ରାୱତଙ୍କ ପତ୍ନୀ ମଧୁଲିକା ମଧ୍ୟ ପ୍ରାଣ ହରାଇଛନ୍ତି।

Advertisment

ଜେନେରାଲ ରାୱତ ହେଲିକପ୍ଟର ଯୋଗେ କୋଏମ୍ବାଟୁରର ସୁଲୁର ଏୟାରବେସରୁ ୱେଲିଂଟନରେ ଥିବା ଡିଫେନ୍ସ ଷ୍ଟାଫ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ସେମାନେ ଯାଉଥିବା ହେଲିକପ୍ଟର ଓଟ୍ଟୀ ନିକଟରେ କ୍ରାଶ କରିଯାଇଥିଲା।

ହେଲିକପ୍ଟର୍‌ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଏବେ ୱେଲିଂଟନର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଭାରତୀୟ ବାୟୁସେନା ଟ୍ୱିଟ ଯୋଗେ ସୂଚନା ଦେଇଛି।

Advertisment

ଆଜିର ପୂରା ଘଟଣାକ୍ରମ କ’ଣ ଥିଲା ଜାଣନ୍ତୁ

୧- ସକାଳ ୯ଟା- ଜେନେରାଲ ବିପିନ ରାୱତ, ପତ୍ନୀ ମଧୁଲିକା ଓ ତାଙ୍କର ବରିଷ୍ଠ ଅଧିକାରୀମାନେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ତାମିଲନାଡୁର ସୁଲୁର ଏୟାରବେସ୍‌ ଅଭିମୁଖେ ଉଡ଼ାଣ ଭରିଥିଲେ।

୨- ସକାଳ ୧୧.୩୫- ଦିଲ୍ଲୀରୁ ଉଡ଼ାଣ ଭରିଥିବା ସ୍ୱତନ୍ତ୍ର ବିମାନ ସୁଲୁର ସ୍ଥିତ ବାୟୁସେନା ଷ୍ଟେସନରେ ଅବତରଣ କରିଥିଲା।

୩- ସକାଳ ୧୧.୪୫-ଜେନେରାଲ ରାୱତ , ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ସଦସ୍ୟ ଭାରତୀୟ ବାୟୁସେନାର ଅତ୍ୟାଧୁନିକ ତଥା ସୁରକ୍ଷିତ ଏମଆଇ ୧୭ଭି୫ରେ ବସିଥିଲେ। ଏହାପରେ ସେଠାକୁ ହେଲିକପ୍ଟରଟି ୱେଲିଂଟନରେ ଥିବା ଡିଫେନ୍ସ ଷ୍ଟାଫ କଲେଜ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

୪-ମଧ୍ୟାହ୍ନ ୧୨.୨୦-ଭାରତୀୟ ବାୟୁସେନାର ହେଲିକପ୍ଟର କୁନ୍ନୁର ନିକଟରେ କ୍ରାଶ କରିଥିବାର ରିପୋର୍ଟ ଆସିଥିଲା।

୫-ମଧ୍ୟାହ୍ନ ୧୨.୨୫- ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌ ଓ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ। ଏହାପରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

୬-ମଧ୍ୟାହ୍ନ ୧.୫୩-ଭାରତୀୟ ବାୟୁସେନା ଟ୍ୱିଟ କରି ସୂଚନା ଦେଇଥିଲା ଯେ ଜେନେରାଲ ରାୱତଙ୍କୁ ନେଇ ଯାଉଥିବା ଏମଆଇ-୧୭ଭି୫ ହେଲିକପ୍ଟର କୁନ୍ନୁର ନିକଟରେ କ୍ରାଶ କରିଥିବା ସୂଚନା ଦେଇଥିଲା। ଏଥିସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା କହିଥିଲା।

୭-ସନ୍ଧ୍ୟା ୬.୦୩-ବାୟୁସେନା ପକ୍ଷରୁ ଟ୍ୱିଟ ଯୋଗେ ହେଲିକପ୍ଟର ଦୁର୍ଘଟଣାରେ ଜେନାରାଲ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ପ୍ରାଣ ହରାଇଥିବା ଟ୍ୱିଟ କରାଯାଇଥିଲା। ହେଲିକପ୍ଟରରେ ଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମଧ୍ୟ ସେନା କହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe