Advertisment

ଅଧୁରା ରହିଗଲା ସିଡିଏସ୍‌ଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ୍‌ ରାୱତଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଦେଇଛି ଶକ୍ତ ଧକ୍କା। ସମସ୍ତ ଦେଶବାସୀ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ତାମିଲନାଡୁରେ ଏକ ହେଲିକପ୍ଟର କ୍ରାଶ୍‌ରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପୂର୍ବରୁ ଅଧୁରା ରହିଛିଯାଇଛି ସିଡିଏସ୍‌ଙ୍କ ସ୍ୱପ୍ନ। ଦିବଙ୍ଗତ ଚିଫ୍‌ ସେନା ଅଧ୍ୟକ୍ଷ ଜେନରାଲ ବିପିନ୍‌ ରାୱତଙ୍କ ଉତ୍ତରାଖଣ୍ଡ ସ୍ଥିତ ପୌତୃକ ଗାଁ ସାଇନାରେ ରହୁଥିବା ତାଙ୍କ ଦାଦା ଭରତ ସିଂହ ତାଙ୍କ ମୃତ୍ୟୁକୁ ନେଇ […]

ଅଦ୍ୟତନ ହୋଇଛି
ଅଧୁରା ରହିଗଲା ସିଡିଏସ୍‌ଙ୍କ ସ୍ୱପ୍ନ

Bipin rawat

Advertisment

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ୍‌ ରାୱତଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଦେଇଛି ଶକ୍ତ ଧକ୍କା। ସମସ୍ତ ଦେଶବାସୀ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ତାମିଲନାଡୁରେ ଏକ ହେଲିକପ୍ଟର କ୍ରାଶ୍‌ରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପୂର୍ବରୁ ଅଧୁରା ରହିଛିଯାଇଛି ସିଡିଏସ୍‌ଙ୍କ ସ୍ୱପ୍ନ।

Advertisment

ଦିବଙ୍ଗତ ଚିଫ୍‌ ସେନା ଅଧ୍ୟକ୍ଷ ଜେନରାଲ ବିପିନ୍‌ ରାୱତଙ୍କ ଉତ୍ତରାଖଣ୍ଡ ସ୍ଥିତ ପୌତୃକ ଗାଁ ସାଇନାରେ ରହୁଥିବା ତାଙ୍କ ଦାଦା ଭରତ ସିଂହ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ମାସରେ ନିଜ ପୌତୃକ ଗାଁକୁ ଯାଇ ଘର ତିଆରି କରିବା ପାଇଁ ଆଶା ରଖିଥିଲେ ବିପିନ ରାୱତ। ହେଲେ ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଗଲା ବୋଲି କହିଛନ୍ତି ବିପିନ୍‌ ରାୱତଙ୍କ ଦାଦା।

ଦାଦା ଭରତ ସିଂ ରୱତ ଲୁହ ଭରା ଆଖିରେ କହିଛନ୍ତି, 'ଜେନେରାଲ ରାୱତଙ୍କୁ ତାଙ୍କ ଗାଁ ଏବଂ ଘର ପ୍ରତି ଅଧିକ ଦୁର୍ବଳତା ଥିଲା। ସମୟ ସମୟରେ ସେ ମଧ୍ୟ ଫୋନରେ ସେମାନଙ୍କ ସହ କଥା ହେଉଥିଲେ। ଜେନେରାଲ୍ ରାୱତ ତାଙ୍କ ଦାଦାଙ୍କୁ କହିଥିଲେ ଯେ, ସେ ଏପ୍ରିଲ୍ ୨୦୨୨ ରେ ଗାଁକୁ ଫେରିବେ। ଏଥିସହ ପୌତୃକ ଗାଁରେ ଏକ ଘର ତିଆରି କରିବେ। ହେଲେ ତାଙ୍କର ଏହି ସ୍ୱପ୍ନ ପୂରଣ ହେବ ନାହିଁ ବୋଲି କିଏ ଜାଣିଥିଲା। ହଠାତ୍‌ ସେ ଆମକୁ ଏଭଳି ଛାଡି ଚାଲିଯିବେ ବୋଲି ଆଶା ନଥିଲା।'

Advertisment

ସ୍ଥଳ ସେନା ଅଧ୍ୟକ୍ଷ ହେବା ପରେ ୨୦୧୮ରେ ବିପିନ୍‌ ରାୱତ ଶେଷଥର ପାଇଁ ତାଙ୍କ ପୌତୃକ ଗାଁକୁ ଯାଇଥିଲେ। ସେଠାରେ ସେ କିଛି ସମୟ ରହି ପୁଣି ଫେରିଯାଇଥିଲେ। ଏହି ସମୟରେ ସେ ନିଜ ଗାଁରେ ଇଷ୍ଟଦେବୀଙ୍କ ପୂଜା କରିଥିଲେ। ଏଥିସହ ସେହିଦିନ ହିଁ ନିଜ ପୌତୃକ ଗାଁରେ ଏକ ଘର ତିଆରି କରିବା ପାଇଁ ଯୋଜନା କରିଥିଲେ। ସେନାରୁ ଅବସର ନେବା ପରେ ସେ ଏଠାରେ ରହି ଶାନ୍ତିରେ ଜୀବନ ବିତାଇବାକୁ ଚିନ୍ତା କରିଥିଲେ ବୋଲି ତାଙ୍କ ଦାଦା ଭରତ ସିଂ କହିଛନ୍ତି।

ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁରେ ତାଙ୍କର ପୂରା ପରିବାର ଶୋକରେ ବୁଡି ଯାଇଛି। ତାଙ୍କ ଦାଦା, ଖୁଡି, ଭାଇ ଏବଂ ତାଙ୍କ ପତ୍ନୀ ସମସ୍ତଙ୍କ ଆଖିରେ ଲୁହ ବନ୍ଦ ହେଉନି। ତାଙ୍କୁ ତାଙ୍କ ଗାଁ ଝୁରୁଛି। ଆଖପାଖ ଗାଁର କିଛି ଲୋକ ମଧ୍ୟ ସିଡିଏସ୍‌ଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି।

ସୂଚନା ମୁତାବକ, ପୌଡି ଜିଲ୍ଲାର ଦ୍ୱାରିଖାଲ ଅଞ୍ଚଳର କାଣ୍ଡାଖାଲରୁ କିଛି ଦୂରରେ ଜେନେରାଲ ବିପିନ ରାୱତଙ୍କ ପୌତୃକ ସାଇନା ଗାଁ ଉପସ୍ଥିତ। ଏଠାରେ କେବଳ ତାଙ୍କ ଦାଦାଙ୍କ ହିଁ ପରିବାର ରହନ୍ତି। ସାଇନା ଗାଁରେ ମୋଟ ତିନୋଟି ଘର ରହିଛି, ଯେଉଥିରୁ ଗୋଟିଏରେ ତାଙ୍କ ପରିବାର ରହୁଥିବା ବେଳେ ଅନ୍ୟ ଦୁଇଟି ଖାଲି ପଡିଛି।

CDS Bipin Rawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe