Advertisment

ଗୁଜରାଟରେ ରହୁଥିବା ପଡ଼ୋଶୀ ଦେଶର ଅଳ୍ପସଂଖ୍ୟକଙ୍କୁ ମିଳିବ ନାଗରିକତା

ନୂଆଦିଲ୍ଲୀ: ପଡୋଶୀ ଦେଶରୁ ଭାରତ ଆସିଥିବା ଅଳ୍ପସଂଖ୍ୟକଙ୍କୁ ମିଳିବ ଭାରତୀୟ ନାଗରିକତା। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନାଗରିକତା ଆଇନ, ୧୯୫୫ ଆଧାରରେ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ଗୁଜରାଟ ବିଧାନଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଜୋର୍ […]

ଗୁଜରାଟରେ ରହୁଥିବା ପଡ଼ୋଶୀ ଦେଶର ଅଳ୍ପସଂଖ୍ୟକଙ୍କୁ ମିଳିବ ନାଗରିକତା

indian-citizenship

Advertisment

ନୂଆଦିଲ୍ଲୀ: ପଡୋଶୀ ଦେଶରୁ ଭାରତ ଆସିଥିବା ଅଳ୍ପସଂଖ୍ୟକଙ୍କୁ ମିଳିବ ଭାରତୀୟ ନାଗରିକତା। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନାଗରିକତା ଆଇନ, ୧୯୫୫ ଆଧାରରେ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ଗୁଜରାଟ ବିଧାନଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

Advertisment

ରିିପୋର୍ଟ ମୁତାବକ, ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରାବଧାନ ରହିଛି। କିନ୍ତୁ ଦେଶରେ ଏ ପର୍ଯ୍ୟନ୍ତ ସିଏଏ ଲାଗୁ ହୋଇ ନାହିଁ। ତେଣୁ ନାଗରିକତା ଆଇନ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯାଉଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁଜରାଟର ଦୁଇଟି ଜିଲ୍ଲା ଆଣନ୍ଦ ଏବଂ ମେହସାଣାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତର ନାଗରିକତା ଭାବେ ପଞ୍ଜିକରଣ ପାଇଁ ଅନୁମତି ପ୍ରଦାନ କରାଯିବ। ସେମାନଙ୍କୁ ଦେଶର ନାଗରିକ ସାର୍ଟିଫିକେଟ୍ ଦିଆଯିବ। ଦୀର୍ଘ ଦିନ ଧରି ଗୁଜରାଟରେ ଏମାନେ ଶରଣାର୍ଥୀ ରୂପେ ରହୁଥିଲେ।

Advertisment

ସିଏଏକୁ ନେଇ ପୂରା ଦେଶରେ ହଙ୍ଗାମା ହୋଇଥିଲା। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ହିଂସକ ପ୍ରଦର୍ଶନ ମାସ ମାସ ଧରି ଚାଲିଥିଲା। ଏବେବି ଏହି ନାଗରିକତା ସଂଶୋଧନ ଅଧନିୟମକୁ ନେଇ ବିବାଦ ଲାଗିଛି ରହିଛି। ତେଣୁ ୨୦୧୯ ସିଏଏ ପରିବର୍ତ୍ତେ ନାଗରିକତା ଅଧିନିୟମ, ୧୯୫୫ ଅନୁଯାୟୀ ଗୁଜରାଟରେ ରହୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe