ଅନଲାଇନ ନ୍ୟୁଜ ପ୍ରସାରଣ ସଂସ୍ଥାକୁ ୧୫ ଦିନ ସମୟ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓ ଓଟିଟି ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ବୁଧବାରଠାରୁ ଲାଗୁ ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମକୁ ଅନୁପାଳନ କରିବା ଉପରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି? ଏହାର ବିସ୍ତୃତ ତଥ୍ୟ ଦେବାକୁ ଆଜି ସରକାର ଉକ୍ତ ସଂସ୍ଥାଗୁଡ଼ିକୁ ୧୫ ଦିନର ସମୟ ଦେଇଛନ୍ତି। ସୂଚନା ପ୍ରଯୁକ୍ତି(Intermediaries ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ ଗାଇଡଲାଇନ) ନିୟମ ୨୦୨୧ ପ୍ରଥମଥର ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଡିଜିଟାଲ ମିଡିଆ ଅର୍ଗାନାଇଜେସନ, ଓଟିଟି […]

OTT

OTT

Hemant Lenka
  • Published: Thursday, 27 May 2021
  • Updated: 27 May 2021, 05:21 PM IST

Sports

Latest News

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓ ଓଟିଟି ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ବୁଧବାରଠାରୁ ଲାଗୁ ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମକୁ ଅନୁପାଳନ କରିବା ଉପରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି? ଏହାର ବିସ୍ତୃତ ତଥ୍ୟ ଦେବାକୁ ଆଜି ସରକାର ଉକ୍ତ ସଂସ୍ଥାଗୁଡ଼ିକୁ ୧୫ ଦିନର ସମୟ ଦେଇଛନ୍ତି।

ସୂଚନା ପ୍ରଯୁକ୍ତି(Intermediaries ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ ଗାଇଡଲାଇନ) ନିୟମ ୨୦୨୧ ପ୍ରଥମଥର ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଡିଜିଟାଲ ମିଡିଆ ଅର୍ଗାନାଇଜେସନ, ଓଟିଟି ଷ୍ଟ୍ରମିଂ ଓ ସୋଶାଲ ମଡିଆ ପ୍ଲାଟଫର୍ମ ଗୁଡ଼ିକ ସରକାରଙ୍କ ଦ୍ୱାରା ପରିଚାଳିତ ହେବ। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସଂସ୍ଥାଗୁଡ଼ିକ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ବିସ୍ତୃତ ତଥ୍ୟ ଦେବାକୁ କେନ୍ଦ୍ର ସରକାର ୧୫ ଦିନର ସମୟ ଦେଇଛନ୍ତି।

ନୂଆ ନିୟମ ଅନୁଯାୟୀ, ଡିଜିଟାଲ୍ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଆଚରଣ ସଂହିତା ଓ ତିନି-ସ୍ତରୀୟ ଅଭିଯୋଗ ସମାଧାନ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଭାରତରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ସ୍ଥାନୀୟ ଅଧିକାରୀ ନିଯୁକ୍ତି, ଅଭିଯୋଗର ସମାଧାନ, ଆପତ୍ତିଜନକ ସାମଗ୍ରୀର ମନିଟରିଂ, ଅଭିଯୋଗ ଉପରେ ନିଆଯାଇଥିବା ପଦକ୍ଷେପର ରିପୋର୍ଟ ଓ ଆପତ୍ତିଜନକ ବିଷୟବସ୍ତକୁ ହଟାଇବା ଭଳି ବ୍ୟବସ୍ଥା କରିବାକୁ ପଡ଼ିବ।

ସୂଚନା ପ୍ରସାରଣ ମନ୍ତ୍ରଣାଳୟ କମ୍ପାନୀର ନାଁ, ନିର୍ଦ୍ଦେଶକଙ୍କ ନାମ, ଠିକଣା, ଫୋନ୍ ନମ୍ବର, ଅଭିଯୋଗ ସମାଧାନ କରିବାକୁ ଥିବା ଅଧିକାରୀଙ୍କ ନାଁ ଇତ୍ୟାଦି ବିଷୟରେ ସୂଚନା ମାଗିଛି। ଏପର୍ଯ୍ୟନ୍ତ ପ୍ରାୟ ୬୦ଟି ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ ନୂତନ ନିୟମ ଅନୁଯାୟୀ ନିଜସ୍ୱ ରେଗୁଲେସନ ସଂସ୍ଥା ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

କିଛି ପ୍ରକାଶନ ସଂସ୍ଥା ନୂତନ ନିୟମ ଅନୁଯାୟୀ ପଞ୍ଜୀକରଣ କରିବାକୁ ମନ୍ତ୍ରଣାଳୟକୁ ଚିଠି ମଧ୍ୟ ଲେଖିଛନ୍ତି। ନୂଆ ନିୟମ ଅନୁଯାୟୀ, ଡିଜିଟାଲ ନ୍ୟୁଜ ମିଡିଆ ପ୍ରେସ କାଉନସିଲ ଅଫ ଇଣ୍ଡିଆର ନିୟମ ଅଧୀନକୁ ଆସିଛନ୍ତି। ନୂଆ ୱେବସାଇଟଗୁଡ଼ିକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ପଞ୍ଜୀକରଣ କରିବାକୁ ବାଧ୍ୟ।

ଡିଜିଟାଲ୍‌ ବା ସୋଶାଲ ମିଡିଆର ଗାଇଡଲାଇନ ଜାରି କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ, ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ। ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡ୍‌ର ବ୍ୟବସ୍ଥା କରାଯିବ।

ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତି ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏହାକୁ ଗ୍ରହଣ କରିବାକୁ ବାଧ୍ୟ। ସେହିପରି ୧୫ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାର ବିଷୟ ବସ୍ତୁ ବିରୋଧରେ ଆସିଥିବା ଅଭିଯୋଗକୁ ସମାଧାନ କରି ଏ ବିଷୟରେ ଘୋଷଣା କରିବାକୁ ହେବ। ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀ, ନୋଡାଲ କଣ୍ଟାକ୍ଟ ଅଧିକାରୀ ଓ ସ୍ଥାନୀୟ ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀଙ୍କ ନାଁ ମଧ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ।

ଯଦି କୌଣସି ସନ୍ଦିଗ୍ଧ ଟ୍ୱିଟ କିମ୍ବା ମେସେଜ ବିଷୟରେ ଖବର ପ୍ରକାଶ କରାଯାଉଛି, ତା’ହେଲେ ଏହାର ମୂଳ ଉତ୍ପତ୍ତି ବା ସ୍ରଷ୍ଟାଙ୍କ ବିଷୟରେ ଜଣାଇବାକୁ ପଡ଼ିବ। ସେହିପରି ଜାତୀୟ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିବା ଭଳି ଖବର ପ୍ରକାଶ କରିବା ବେଳେ ସୂତ୍ର କରିବାକୁ ପଡ଼ିବ। କୌଣସି ଆପତ୍ତିଜନକ କଣ୍ଟେଣ୍ଟ ଥିଲେ ଏହାକୁ ୨୪ ଘଣ୍ଟା ମଧ୍ୟରେ ଅପସାରଣ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ନୂଆ ଗାଇଡଲାଇନକୁ କାର୍ଯ୍ୟକାରୀ କରାଯିବ। ଡିଜିଟାଲ ନ୍ୟୁଜ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ସେମାନଙ୍କ ତଥ୍ୟ ସାର୍ବଜନୀନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos