Oil
ନୂଆଦିଲ୍ଲୀ: ଦୀପାବଳି ପୂର୍ବ ଦିନ ଭଳି ଦୀପାବଳି ପରଦିନ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉପର ମୁହାଁ ହୋଇଥିବା ଖାଇବା ତେଲକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଜି ଶୁଳ୍କ ହ୍ରାସ କରିଛନ୍ତି।
ଟିକସ ହ୍ରାସ ହୋଇଥିବାରୁ ବିଭିନ୍ନ ତେଲର ଲିଟର ପିଛା ଦାମ ୪ରୁ ୭ ଟଙ୍କା ଯାଏ ଶସ୍ତା ହେବ। କେନ୍ଦ୍ର ସରକାର ଆଜି ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଭଳି ତେଲ ଉପରେ ଲାଗୁଥିବା ଶୁଳ୍କକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି। ପୂର୍ବରୁ ଏହି ୩ ପ୍ରକାରର ଅଶୋଧିତ ତେଲରୁ ୨.୫%ରେ ଆମଦାନୀ ଶୁଳ୍କ ଆଦାୟ କରାଯାଉଥିଲା। କିନ୍ତୁ ଏବେ ଏହା ହ୍ରାସ ପାଇ ଶୂନ ହୋଇଛି।
ସେହିପରି ଅଶୋଧିତ ପାମୋଲିନ୍ ତେଲ ଉପରେ ଲାଗୁଥିବା ୨୦% କୃଷି ସେସ୍କୁ ୭.୫% କରି ଦିଆଯାଇଛି। ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଲାଗୁଥିବା କୃଷି ସେସ୍ ମଧ୍ୟ ୫%କୁ ଖସିଛି।
ଅର୍ଥ ମନ୍ତ୍ରଣାଳୟ କହିଛି, ବିଶୁଦ୍ଧ ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ଲାଗୁଥିବା ଟିକସ ପରିମାଣକୁ ୧୭.୫%କୁ ଖସିଛି। ପୂର୍ବରୁ ଏହା ୩୨.୫% ରହିଥିଲା।
ଏହାବାଦ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ଅଶୋଧିତ ଖାଇବା ତେଲ ଉପରେ ଲାଗୁ କରୁଥିବା କୃଷି ଭିତ୍ତିକ ସେସ୍କୁ ମଧ୍ୟ ହ୍ରାସ କରିଛନ୍ତି। ପୂର୍ବରୁ ସବୁ ପ୍ରକାରର ଅଶୋଧିତ ଖାଇବା ତେଲ ଉପରେ ୨୦% କୃଷି ଭିତ୍ତିକ ସେସ୍ ସଂଗ୍ରହ କରାଯାଉଥିଲା। କିନ୍ତୁ ଏବେ ଅଶୋଧିତ ପାମୋଲିନ ଉପରେ କୃଷି ଭତ୍ତିକ ସେସ୍ର ପରିମାଣ ୮.୫%, ସୋୟାବିନ ଓ ପାମୋଲିନ ଉପା ୫.୫% କୃଷି ଭିତ୍ତିକ ସେସ୍ ସଂଗ୍ରହ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/Oil-1.jpg)