Advertisment

'କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଅ'

ନୂଆଦିଲ୍ଲୀ: କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। କେନ୍ଦ୍ର ସରକାର ଏହି ସହାୟତା ଦେବେ। ଜାତୀୟ ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ କେନ୍ଦ୍ର ସରକାର କ୍ଷତିପୂରଣ ଦେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ କେତେ ଟଙ୍କା ଦିଆଯିବ ଏ ନେଇ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ କେନ୍ଦ୍ର ଆର୍ଥିକ ସହାୟତା ଦେବାରେ ବିଫଳ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିକଟରେ କୋଭିଡରେ ପ୍ରାଣ […]

ଅଦ୍ୟତନ ହୋଇଛି
ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ବାଣ

SC

Advertisment

ନୂଆଦିଲ୍ଲୀ: କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। କେନ୍ଦ୍ର ସରକାର ଏହି ସହାୟତା ଦେବେ। ଜାତୀୟ ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ କେନ୍ଦ୍ର ସରକାର କ୍ଷତିପୂରଣ ଦେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ କେତେ ଟଙ୍କା ଦିଆଯିବ ଏ ନେଇ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ କେନ୍ଦ୍ର ଆର୍ଥିକ ସହାୟତା ଦେବାରେ ବିଫଳ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ନିକଟରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଦରକାର ବୋଲି ଯୁକ୍ତି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର ହୋଇଥିଲା। ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଏହି ଆବେଦନର ଜବାବ ରଖି ଜୁନ୍ ୨୦ରେ କହିଥିଲେ କ୍ଷତିପୂରଣ ଦେଇପାରିବେ ନାହିଁ। ହେଲେ ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣ ଏବଂ ଏମ.ଆର ଶାହ ଶୁଣାଣି କରି ଆସନ୍ତା ୬ ସପ୍ତାହ ମଧ୍ୟରେ ଆର୍ଥିକ ସହାୟତା ରାଶି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଦେଶରେ ଏଯାବତ ୩.୯୩ ଲକ୍ଷରୁ ଅଧିକ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଜୁନ୍ ୨୦ରେ ସରକାର ଏହି ମାମଲାରେ ନିଜର ପକ୍ଷ ରଖି ସୁପ୍ରିମକୋର୍ଟ କହିଥିଲା ଯଦି କୋଭିଡ-୧୯ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାରଙ୍କ ପାଖରେ ଯେତକ ପଇସା ରହିଛି ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଜାତୀୟ ବିପର୍ଯ୍ୟୟ ଆକ୍ଟର ଧାରା ୧୨ ଅନୁଯାୟୀ ସରକାର ଆର୍ଥିକ ସହାୟତା କରିବା ନେଇ ପ୍ରାବଧାନ ରହିଛି ବୋଲି ଆବେଦନରେ ଦର୍ଶାଯାଇଥିଲା। ଆଇନଜୀବୀ ଗୌରବ କୁମାର ବନସଲ ଏବଂ ରୀପକ କନସଲ ଏହି ଆବେଦନ ଦାୟର କରିଥିଲେ।

Advertisment

ଏଥିସହ ଏହି ଆବେଦନକାରୀ କୋଭିଡ ଜନିତ ମୃତ୍ୟୁ ପ୍ରମାଣପତ୍ର ସମସ୍ତଙ୍କୁ ମିଳୁନି ବୋଲି ଆଉ ଏକ ଆବେଦନରେ ଦର୍ଶାଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେଉଁମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୋଭିଡରେ ପ୍ରାଣ ହରାଉଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ କେବଳ କୋଭିଡ ମୃତ୍ୟୁ ପ୍ରମାଣ ପତ୍ର ବା ସାର୍ଟିଫିକେଟ ମିଳୁଛି। ଅନ୍ୟମାନଙ୍କୁ ମିଳୁନି ବୋଲି ଆବେଦନରେ ଦର୍ଶାଯାଇଥିଲା। ପରେ କେନ୍ଦ୍ର ସରକାର କହିଥିଲେ ଯଏବି କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବେ ସେମାନଙ୍କୁ କୋଭିଡ ଜନିତ ମୃତ୍ୟୁ ବୋଲି ଧରାଯିବ। ଏଥିସହ ସେମାନଙ୍କ ପରିବାର ବର୍ଗଙ୍କୁ କୋଭିଡ ଜନିତ ମତ୍ୟୁର ସାର୍ଟିଫିକେଟ ମିଳିବ।

Supreme Court Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe