ପ୍ରଥମଥର କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କଲା ବିଜେଡି

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍‌କୁ ସମର୍ଥନ କରିଥିବା ଓଡ଼ିଶାର କ୍ଷମତାସୀନ ବିଜେଡି ଏବେ ନିଜର ସ୍ୱର ବଦଳାଇଛି। କୃଷି ଆଇନକୁ ଦେଶର ଚାଷୀମାନେ ବିରୋଧ କରୁଥିବାରୁ ବିଜେଡି ଏହାକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି କହିଛି। ବିଜେଡିର ପୁରୀ ସାଂସଦ ପିନାକୀ ମିଶ୍ର ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ କହିଛନ୍ତି ଯେ ସରକାର ଏକତରଫା ନିଷ୍ପତ୍ତି ନେବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆମର ଦାବି ହେଲା ସରକାର ୩ଟି ଯାକ କୃଷି […]

Farmers

Farmers

Hemant Lenka
  • Published: Monday, 08 February 2021
  • Updated: 08 February 2021, 06:49 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍‌କୁ ସମର୍ଥନ କରିଥିବା ଓଡ଼ିଶାର କ୍ଷମତାସୀନ ବିଜେଡି ଏବେ ନିଜର ସ୍ୱର ବଦଳାଇଛି। କୃଷି ଆଇନକୁ ଦେଶର ଚାଷୀମାନେ ବିରୋଧ କରୁଥିବାରୁ ବିଜେଡି ଏହାକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି କହିଛି।

ବିଜେଡିର ପୁରୀ ସାଂସଦ ପିନାକୀ ମିଶ୍ର ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ କହିଛନ୍ତି ଯେ ସରକାର ଏକତରଫା ନିଷ୍ପତ୍ତି ନେବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆମର ଦାବି ହେଲା ସରକାର ୩ଟି ଯାକ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ। ଏହାପରେ କୃଷି କ୍ଷେତ୍ରର ସଂସ୍କାର ପାଇଁ ନୂଆ ବିଲ୍‌ ଆଣନ୍ତୁ।

ଏହି ବିଲ୍‌କୁ ଷ୍ଟାଣ୍ଡିଂ କମିଟି କିମ୍ବା ସିଲେକ୍ଟ କମିଟିକୁ ପଠାଯାଉ। ଫଳରେ ବିଲ୍‌ ଉପରେ ପୁଣିଥରେ ଭଲ ଭାବେ ବିତର୍କ ହୋଇପାରିବ। ଏହି ଦାବି ଆମେ ପୂର୍ବରୁ ମଧ୍ୟ ରଖି ଆସିଛୁ। ଯଦି ୩ଟି ଯାକ କୃଷି ଆଇନ ସିଲେକ୍ଟ କିମ୍ବା ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇ ଥାଆନ୍ତା, ତା’ହେଲେ ସେଠାରେ ଏହା ଉପରେ ବିସ୍ତୃତ ବିତର୍କ ହୋଇଥଆନ୍ତା। ଆଜି ଆମେ ଯେଉଁ ବିଶାଳ ଆନ୍ଦୋଳନ ଦେଖୁଛେ, ସେସବୁ ମଧ୍ୟ ଦେଖିବାକୁ ମିଳି ନଥାଆନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସର୍ବଦା ପ୍ରସଙ୍ଗ ଭିତ୍ତିରେ କେନ୍ଦ୍ରକୁ ସମର୍ଥନ କରୁଥିବା ଓଡ଼ିଶାର ବିଜେଡି ପ୍ରଥମଥର ପାଇଁ କୌଣସି ଗଣମାଧ୍ୟମକୁ କୃଷି ଆଇନ ପ୍ରତ୍ୟାହାର ସପକ୍ଷରେ ମତଦେଇଛି। ଲୋକସଭାରେ କେନ୍ଦ୍ର ସରକାର କୃଷି ବିଲ୍‌ ଆଣିବା ବେଳେ ବିଜେଡି ଏହାକୁ ସମର୍ଥନ କରିଥିଲା। ହେଲେ ରାଜ୍ୟସଭାରେ ବିଲ୍‌ ପାସ୍‌ ହେବାକୁ ଯାଉଥିବା ବେଳେ ଦଳ ଏହାକୁ ବିରୋଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।

ସେପ୍ଟେମ୍ବର ମାସରେ ବିଜେଡି ତା’ର ସାଂସଦ, ବିଧାୟକ ଓ ଚାଷୀ ନେତାଙ୍କୁ ନେଇ ନୂଆ କୃଷି ଆଇନରେ ଥିବା ବ୍ୟବସ୍ଥା ଗୁଡ଼ିକର ସମୀକ୍ଷା କରିଥିଲା। ସେହିପରି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସଂସଦର ଉଭୟ ସଦନରେ ବିଜେଡି କୃଷି ବିଲ୍‌ରେ ଚାଷୀଙ୍କ ସ୍ୱାର୍ଥ ସାଧନ କେମିତି ହୋଇପାରିବ, ସେ ବିଷୟରେ ମତ ଉପସ୍ଥାପନ କରିଛି। ଏଥିସହ ବିଲ୍‌କୁ ସଂସଦର ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବାକୁ ଦାବି କରିଛି।

ତେବେ ରାଜ୍ୟର ଚାଷୀ ସଂଗଠନ ଗୁଡ଼ିକ ସରକାରଙ୍କ ଏଭଳି କଥାରେ ଖୁସି ହୋଇ ନଥିଲେ। ରାଜ୍ୟ ସରକାର କୃଷି ଆଇନକୁ ଉପର ଠାଉରିଆ ଭାବେ ବିରୋଧ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ବଜେଟ୍‌ ଅଧିବେଶନ ପୂର୍ବରୁ ମଧ୍ୟ ବିଜେଡିର ସଂସଦୀୟ ଦଳର ବୈଠକ ବସିଥିଲା।

କିନ୍ତୁ ଏଠାରେ ଦଳର ସୁପ୍ରିମୋ ନିଜର ସାଂସଦମାନଙ୍କୁ କୃଷି ଆଇନ ସମ୍ପର୍କରେ ପଦୁଟିଏ ମଧ୍ୟ କହି ନଥିଲେ। କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ଭଳି ଓଡ଼ିଶାରେ ମଧ୍ୟରେ ବିଜେଡି ସରକାର ଅଧ୍ୟାଦେଶ ଜରିଆରେ ଆଇନ ଲାଗୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story