Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ନି, ୧୬ରେ ଶପଥ ନେବେ ମାନ୍‌

ଅମୃତସର: ପଞ୍ଜାବର ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି। ଆଜି ସେ ମଧ୍ୟାହ୍ନ ସମୟରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୯୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୧୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏପରି କି ଚନ୍ନି ଦୁଇଟି ଆସନରେ ନିର୍ବାଚନ ଲଢ଼ିଥିଲେ ହେଁ ଗୋଟିଏରେ ବି ଜିତି ପାରି ନଥିଲେ। […]

author-image
Hemant Lenka
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ନି, ୧୬ରେ ଶପଥ ନେବେ ମାନ୍‌

Channi

ଅମୃତସର: ପଞ୍ଜାବର ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି। ଆଜି ସେ ମଧ୍ୟାହ୍ନ ସମୟରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୯୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୧୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏପରି କି ଚନ୍ନି ଦୁଇଟି ଆସନରେ ନିର୍ବାଚନ ଲଢ଼ିଥିଲେ ହେଁ ଗୋଟିଏରେ ବି ଜିତି ପାରି ନଥିଲେ।

Advertisment

ଆପ୍‌ ୯୨ ଆସନ ଜିତିଥିବାରୁ ପଞ୍ଜାବରେ ସରକାର ଗଢ଼ିବ। ମୁଖ୍ୟମନ୍ତ୍ରୀ ଭାବେ ଆପ୍‌ ବିଧାୟକ ଭଗୱନ ମାନ୍‌ ଶପଥ ନେବେ। ଆସନ୍ତା ୧୬ ତାରିଖରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଆପ୍‌ ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମ ନିଆରା ଢଙ୍ଗରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସାଧାରଣତଃ ମୁଖ୍ୟମନ୍ତ୍ରୀ ଭାବେ ରାଜନେତାମାନେ ରାଜଭବନରେ ଶପଥ ନିଅନ୍ତି। ହେଲେ ମାନ ଶପଥ ପାଠ କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂହ ଗାଁରେ କରିବେ। ଏଥିପାଇଁ ନୱାନଶହର ଜିଲ୍ଲାରେ ଥିବା ଖାଟକର କଲାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଭଗୱନ୍ତ ସିଂହ ମାନ ପଞ୍ଜାବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ଖାଟକର କଲାନ ହେଉଛି ଭଗତ ସିଂହଙ୍କ ପୈତୃକ ଗାଁ।

Advertisment

ସେହିପରି ତାଙ୍କ ଶାସନକାଳରେ ପଞ୍ଜାବର କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ପଞ୍ଜାବରେ ଏହି ପରମ୍ପରା ରହି ଆସିଥିଲା। ମାନ ଧୁରୀ ଆସନରୁ ୫୮ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଚନ୍ନି ଆପ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ମଧ୍ୟ ଆପ୍‌ ସରକାରକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଆମେ ସବୁବେଳେ ପଞ୍ଜାବର ଲୋକଙ୍କ ସେବା କରିବାକୁ ରହିଛୁ। ଆମେ ଆଗକୁ ମଧ୍ୟ ଆମ କର୍ତ୍ତବ୍ୟ ସମ୍ପାଦନ କରିବୁ ଓ ଲୋକଙ୍କ ସହ ରହିବୁ। ମୁଁ ନୂଆ ସରକାରଙ୍କୁ ଜନ କଲ୍ୟାଣ ପ୍ରକଳ୍ପ କାମ ଆଗକୁ ନେବା ପାଇଁ ଅନୁରୋଧ କରୁଛି। ଗତ ୧୧୧ ଦିନ ମଧ୍ୟରେ ଲାଗୁ ହୋଇଥିବା ସମସ୍ତ ଯୋଜନାକୁ ନୂଆ ସରକାର ଆଗକୁ ନେବେ ବୋଲି ଆଶା।”

ପଞ୍ଜାବ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ଏହାପରେ ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିଥିଲା। କିନ୍ତୁ କଂଗ୍ରେସକୁ ପଞ୍ଜାବରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି।