Advertisment

ନାମିବିଆରୁ ଆସିଥିବା ଚିତାଙ୍କ ଶିକାର ଆରମ୍ଭ

ଭୋପାଳ: ନାମିବିଆରୁ ଆସିଥିବା ଚିତାଙ୍କ ଶିକାର ଆରମ୍ଭ। ସେପ୍ଟେମ୍ବର ମାସରେ ଆଫ୍ରିକୀୟ ରାଷ୍ଟ୍ର ନାମିବିଆରୁ ଆସିଥିବା ୮ଟି ଚିତାବାଘଙ୍କ ମଧ୍ୟରୁ ୨ଟି ଶିକାର କରିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛୋଟ ଏନକ୍ଲୋଜରରୁ ବାହାର କରି ଦୁହିଁଙ୍କୁ ବଡ଼ ଏନକ୍ଲୋଜରରେ ଛଡ଼ାଯିବା ପରେ ଚିତା ଦୁଇଟି ଶିକାର କରିଥିବା ଜଣାପଡ଼ିଛି। ରବିବାର ଅପରାହ୍ଣରେ ଏନକ୍ଲୋଜର ଭିତରେ ଗୋଟିଏ ଚିତଳ ହରିଣକୁ ଶିକାର କରି ଖାଇଥିବା ଜାତୀୟ ଉଦ୍ୟାନର କର୍ମଚାରୀ କହିଛନ୍ତି। ନାମିବିଆରୁ ଆଶିବା ପରେ ଏହା ସେମାନଙ୍କର […]

ନାମିବିଆରୁ ଆସିଥିବା ଚିତାଙ୍କ ଶିକାର ଆରମ୍ଭ

678

Advertisment

ଭୋପାଳ: ନାମିବିଆରୁ ଆସିଥିବା ଚିତାଙ୍କ ଶିକାର ଆରମ୍ଭ। ସେପ୍ଟେମ୍ବର ମାସରେ ଆଫ୍ରିକୀୟ ରାଷ୍ଟ୍ର ନାମିବିଆରୁ ଆସିଥିବା ୮ଟି ଚିତାବାଘଙ୍କ ମଧ୍ୟରୁ ୨ଟି ଶିକାର କରିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛୋଟ ଏନକ୍ଲୋଜରରୁ ବାହାର କରି ଦୁହିଁଙ୍କୁ ବଡ଼ ଏନକ୍ଲୋଜରରେ ଛଡ଼ାଯିବା ପରେ ଚିତା ଦୁଇଟି ଶିକାର କରିଥିବା ଜଣାପଡ଼ିଛି। ରବିବାର ଅପରାହ୍ଣରେ ଏନକ୍ଲୋଜର ଭିତରେ ଗୋଟିଏ ଚିତଳ ହରିଣକୁ ଶିକାର କରି ଖାଇଥିବା ଜାତୀୟ ଉଦ୍ୟାନର କର୍ମଚାରୀ କହିଛନ୍ତି। ନାମିବିଆରୁ ଆଶିବା ପରେ ଏହା ସେମାନଙ୍କର ପ୍ରଥମ ଶିକାର ବୋଲି କୁହାଯାଇଛି।

Advertisment

ଗତ ସେପ୍ଟେମ୍ବରରେ ଆସିଥିବା ଏହି ଚିତାଗୁଡ଼ିଙ୍କୁ ପ୍ରଥମେ ଗୋଟିଏ ଛୋଟ ଏନକ୍ଲୋଜରରେ ରଖାଯାଇଥିଲା। ଏହାସହ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ତେବେ ସେଠାରେ ଦେଢ଼ ମାସ ରହି ପରିବେଶ ସହ ଖାପ ଖୁଆଇବା ପରେ ଦୁଇ ଚିତା ଫ୍ରେଡି ଓ ଏଲଟନକୁ ଗତ ୫ତାରିଖରେ ବଡ଼ ଏକ୍ଲୋଜରକୁ ଛଡ଼ାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତି କିମ୍ବା ଆଜି ଭୋରରୁ ଦୁହେଁ ଗୋଟିଏ ହରିଣକୁ ମାରି ଖାଇଥିବା ଜଣାପଡ଼ିଛି। ଏହାପରେ ଦୁହିଁଙ୍କୁ ଜାତୀୟ ଉଦ୍ୟାନର ମୁକ୍ତ ଜଙ୍ଗଲ ଭିତରକୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

ନାମିବିଆରୁ ଆସିବା ପରେ ୮ଚିତାଙ୍କୁ ଏନକ୍ଲୋଜର ଭିତରକୁ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସିବାର ଦେଢ଼ ମାସ ପରେ ଚିତାଗୁଡ଼ିକ ସୁସ୍ଥ ଥିବା ଓ ପରିବେଶ ସହ ଖାପ ଖୁଆଉଥିବା ନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଦୁଇ ଚିତା ଏଠାକାର ଜଙ୍ଗଲ ଓ ପରିବେଶ ସହ ଖାପ ଖୁଆଇ ସାରିଥିବାରୁ ବଡ଼ ଏକ୍ଲୋଜରକୁ ଛଡ଼ାଗଲା। ଏଣୁ ଖୁବଶୀଘ୍ର ବାକି ୩ ଚିତାକୁ ମଧ୍ୟ ଛଡ଼ାଯିବ ବୋଲି ମୋଦି ଟ୍ୱିଟ୍ କରି ସୂଚନା ଦେଇଥିଲେ।

Advertisment

ଅନ୍ତର୍ଜାତୀୟ ନିୟମ ଅୁସାରେ କୌଣସି ପଶୁ ଗୋଟିଏ ଦେଶରୁ ଅ୍ୟ ଦେଶକୁ ସ୍ଥାନାନ୍ତର ହେଲେ, ସେଠାରେ ପହଞ୍ଚି ମାସକ ପାଇଁ ଏକାନ୍ତ ବାସରେ ରହିବେ। ଯାହା ଫଳରେ ସମ୍ଭାବ୍ୟ ସଂକ୍ରମଣରୁ ସୁରକ୍ଷା ମିଳି ପାରିବ। ଏହି କ୍ରମରେ୨ ଚିତାଙ୍କ ଏକାନ୍ତ ବାସ ସରିବାରୁ ସେମାନଙ୍କୁ ବଡ଼ ଏକ୍ଲୋଜରକୁ ଛଡ଼ାଯାଇଛି। ତେବେ ଚିତାଗୁଡ଼ିଙ୍କୁ ନାମିବିଆରୁ ଅଣାଯିବା ପରେ ଏଠାରେ ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇ ଦୈନିକ ମଇଁଷି ମାଂସ ଖାଇବାକୁ ଦିଆଯାଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe