Advertisment

ବଳି ଦେବା ପାଇଁ କୁକୁଡ଼ା ଆଣିଥିଲେ, ନିଜେ ବଳି ପଡ଼ିଗଲେ

ଚେନ୍ନାଇ: ଏମତି ବି ମୃତ୍ୟୁ ଆସେ। ବଳି ଦେବା ପାଇଁ କୁକୁଡ଼ା ଆଣିଥିଲେ। ହେଲେ ନିଜେ ବଳି ପଡ଼ିଗଲେ। ଏମିତି ଏକ ଅଭାବନୀୟ ଘଟଣା  ଚେନ୍ନାଇର ପାଲାଭାରାମରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୭୦ ବର୍ଷୀୟ ରାଜେନ୍ଦ୍ରନ୍‌।  ଏକ ନୂଆ ଘର ଲାଗି ରାଜେନ୍ଦ୍ରନ ଏକ କୁକୁଡ଼ାକୁ ବଳି ଦେବା ପାଇଁ ଆଣିଥିଲେ।  ଘରଟିର ପ୍ରତିଷ୍ଠା ପାଇଁ ତାଙ୍କୁ ରୀତିନୀତି ରକ୍ଷା ଲାଗି କୁକୁଡ଼ା ବଳି ଦେବାକୁ କୁହାଯାଇଥିଲା ସେହି ଅନୁଯାୟୀ ଏକ କୁକୁଡ଼ା ଆଣିଥିଲେ। […]

ଅଦ୍ୟତନ ହୋଇଛି
ବଳି ଦେବା ପାଇଁ କୁକୁଡ଼ା ଆଣିଥିଲେ, ନିଜେ ବଳି ପଡ଼ିଗଲେ

iop

Advertisment

ଚେନ୍ନାଇ: ଏମତି ବି ମୃତ୍ୟୁ ଆସେ। ବଳି ଦେବା ପାଇଁ କୁକୁଡ଼ା ଆଣିଥିଲେ। ହେଲେ ନିଜେ ବଳି ପଡ଼ିଗଲେ। ଏମିତି ଏକ ଅଭାବନୀୟ ଘଟଣା  ଚେନ୍ନାଇର ପାଲାଭାରାମରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୭୦ ବର୍ଷୀୟ ରାଜେନ୍ଦ୍ରନ୍‌।  ଏକ ନୂଆ ଘର ଲାଗି ରାଜେନ୍ଦ୍ରନ ଏକ କୁକୁଡ଼ାକୁ ବଳି ଦେବା ପାଇଁ ଆଣିଥିଲେ।  ଘରଟିର ପ୍ରତିଷ୍ଠା ପାଇଁ ତାଙ୍କୁ ରୀତିନୀତି ରକ୍ଷା ଲାଗି କୁକୁଡ଼ା ବଳି ଦେବାକୁ କୁହାଯାଇଥିଲା ସେହି ଅନୁଯାୟୀ ଏକ କୁକୁଡ଼ା ଆଣିଥିଲେ। ଗୁରୁବାର ରାତି ୪ଟା ବେଳେ ବଳି ଦେବାର ଥିଲା।  ସେହି ଅନୁଯାୟୀ ବୃଦ୍ଧ ଲୋକ ଜଣକ କୁକୁଡ଼ା ଧରି ରାତି ୪ଟାରେ ଛାତ ଉପରକୁ ଯାଉଥିଲା। ତେବେ ତୃତୀୟ ମହଲାରେ କୁକୁଡ଼ାଟି କୌଣସି କାରଣରୁ ହାତରୁ ଖସି ଯାଇଥିଲା।

Advertisment

ଏହା ପରେ ସେ କୁକୁଡ଼ାଟିକୁ ଧରିବା ପାଇଁ ଚେଷ୍ଟା କରିଥିଲେ। କୁକୁଡ଼ା ପଛରେ ଗୋଡ଼ାଉ ଥିବା ବେଳେ ହଠାତ୍‌ ଝୁଣ୍ଟି ପଡ଼ି ୨୦ ଫୁଟ ତଳେ ପଡ଼ିଥିଲେ। ଘର ଭିତରେ ଲିଫ୍ଟ ପାଇଁ ଛଡ଼ା ଯାଇଥିବା ଖାଲରେ ପଡ଼ିଥିଲେ। କାରଣ ଭବିଶ୍ୟତରେ ଲିଫ୍ଟ ଲଗାଇବା ପାଇଁ କେବଳ ହୋଲ କରି ଛଡ଼ା ଯାଇଥିଲା। ରାଜେନ୍ଦ୍ରନ ଜଣେ ଦିନ ମଜୁରିଆ। ସେ କାମ କରୁଥିବା ଘରେ ବଳି ଦେବା ପାଇଁ କୁକୁଡ଼ା ଆଣିଥିଲେ ।

ତେବେ ସେ ବହୁ ସମୟ ଧରି ଉପରୁ ନଫେରିବାରୁ ମାଲିକ  ଲୋକେଶଙ୍କ ସନ୍ଦେହ ହୋଇଥିଲା । ଖୋଜାଖୋଜି କରିବା ପରେ ଲିଫ୍ଟ ଜାଗାରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତ ଦେହ ମିଳିଥିଲା ।  କିନ୍ତୁ ବଳି ପାଇଁ ଆସିଥିବା କୁକୁଡ଼ାଟି ସେଇ ରାଜେନ୍ଦ୍ରନଙ୍କ ପାଖରେ ଥିଲା। କିନ୍ତୁ କୁକୁଡ଼ାଟିର କିଛି କ୍ଷତି ହୋଇ ନଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe