ଛତିଶଗଡ଼ ଏନ୍କାଉଣ୍ଟର: ୮ ଯବାନ ସହିଦ, ୧୮ ଜଣଙ୍କ ମିଳୁନି ପତ୍ତା
ରାୟପୁର: ଶନିବାର ଛତିଶଗଡର ନକ୍ସିଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତ ବିଜାପୁରରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା। ଏଥିରେ ଏଯାଏଁ ୮ ଜଣ ଯବାନ ସହିଦ ହୋଇଥିଲେ ଏବଂ ୨୭ରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ଏନ୍କାଉଣ୍ଟର ପରେ ୧୮ ଜଣ ଯବାନଙ୍କ ପତ୍ତା ମିଳୁନି। ଏମାନେ ନିଖୋଜ ହୋଇଯାଇଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସେଠାକାର ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶନିବାର ୩ ଘଣ୍ଟା ଧରି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ନକ୍ସଲ ନିହତ ହୋଇଥିଲେ। ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ଆଜି ଆଉ ତିନି ଜଣ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି। ସେହିପରି ଗୁଳିବିନିମୟରେ ୨୭ ଜଣ ଯବାନ ଆହତ ହୋଇଛନ୍ତି। ସେଥୁରୁ ୨୩ଜଣଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠି ୩ଜଣ ଆଖି ବୁଜିଛନ୍ତି। ୭ ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
My thoughts are with the families of those martyred while fighting Maoists in Chhattisgarh. The sacrifices of the brave martyrs will never be forgotten. May the injured recover at the earliest.
— Narendra Modi (@narendramodi) April 3, 2021
ସେପଟେ ୮ ଯବାନ୍ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା । ଟୁଇଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି। ଏଥିସହ ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି। ସେମପଟେ ଅମିତ ଶାହା କହିଛନ୍ତି ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବ ନାହିଁ।
I bow to the sacrifices of our brave security personnel martyred while fighting Maoists in Chhattisgarh. Nation will never forget their valour. My condolences are with their families. We will continue our fight against these enemies of peace & progress. May injured recover soon.
— Amit Shah (@AmitShah) April 4, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।