Advertisment

ଛତିଶଗଡ଼ ଏନ୍‌କାଉଣ୍ଟର: ୮ ଯବାନ ସହିଦ, ୧୮ ଜଣଙ୍କ ମିଳୁନି ପତ୍ତା

ରାୟପୁର: ଶନିବାର ଛତିଶଗଡର ନକ୍ସିଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତ ବିଜାପୁରରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା। ଏଥିରେ ଏଯାଏଁ ୮ ଜଣ ଯବାନ ସହିଦ ହୋଇଥିଲେ ଏବଂ ୨୭ରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ଏନ୍‌କାଉଣ୍ଟର ପରେ ୧୮ ଜଣ ଯବାନଙ୍କ ପତ୍ତା ମିଳୁନି। ଏମାନେ ନିଖୋଜ ହୋଇଯାଇଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେଠାକାର ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶନିବାର […]

ଅଦ୍ୟତନ ହୋଇଛି
ଛତିଶଗଡ଼ ଏନ୍‌କାଉଣ୍ଟର: ୮ ଯବାନ ସହିଦ, ୧୮ ଜଣଙ୍କ ମିଳୁନି ପତ୍ତା

Naxal Encounter

Advertisment

ରାୟପୁର: ଶନିବାର ଛତିଶଗଡର ନକ୍ସିଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତ ବିଜାପୁରରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା। ଏଥିରେ ଏଯାଏଁ ୮ ଜଣ ଯବାନ ସହିଦ ହୋଇଥିଲେ ଏବଂ ୨୭ରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ଏନ୍‌କାଉଣ୍ଟର ପରେ ୧୮ ଜଣ ଯବାନଙ୍କ ପତ୍ତା ମିଳୁନି। ଏମାନେ ନିଖୋଜ ହୋଇଯାଇଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ସେଠାକାର ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶନିବାର ୩ ଘଣ୍ଟା ଧରି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ନକ୍ସଲ ନିହତ ହୋଇଥିଲେ। ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ଆଜି ଆଉ ତିନି ଜଣ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି।  ସେହିପରି ଗୁଳିବିନିମୟରେ ୨୭ ଜଣ ଯବାନ ଆହତ ହୋଇଛନ୍ତି। ସେଥୁରୁ ୨୩ଜଣଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠି ୩ଜଣ ଆଖି ବୁଜିଛନ୍ତି। ୭ ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

https://twitter.com/narendramodi/status/1378369121969086475?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1378369121969086475%7Ctwgr%5E%7Ctwcon%5Es1_c10&ref_url=http%3A%2F%2Fwww.prameyanews7.com%2Fnaxal-encounter%2F

Advertisment

ସେପଟେ ୮ ଯବାନ୍ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ।  ଟୁଇଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି। ଏଥିସହ ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି। ସେମପଟେ ଅମିତ ଶାହା କହିଛନ୍ତି ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବ ନାହିଁ।

https://twitter.com/AmitShah/status/1378540240827150339?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1378540240827150339%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.indiatoday.in%2Findia%2Fstory%2Fchhattisgarh-encounter-naxal-maoists-tarrem-sukma-bijapur-cobra-crpf-jawans-missing-1786930-2021-04-04

Naxal Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe