Advertisment

`ମୋ ବାପାଙ୍କୁ ଫେରାଇ ଆଣ…' ନିବେଦନ କଲେ ନିଖୋଜ ଯବାନଙ୍କ କୁନି ଝିଅ

ନୂଆଦିଲ୍ଲୀ: ଛତିଶଗଡରେ ନକ୍ସଲଙ୍କ ନରସଂହାରରେ ବର୍ତ୍ତମାନ ଯାଏ ୨୨ ଯବାନ ସହିଦ ହୋଇଛନ୍ତି। କଥିତ ରୂପେ ଏବେବି ଅନେକ ଯବାନ ନିଖୋଜ ଅଛନ୍ତି। ତେବେ ନିଖୋଜ ଥିବା ଜଣେ ଯବାନଙ୍କୁ ଫେରାଇବା ଆଣିବା ପାଇଁ ତାଙ୍କ ପାଞ୍ଚ ବର୍ଷର କୁନି ଝିଅ ଆକୁଳ ନିବେଦନ କରିଛନ୍ତି। ନିଖୋଜ କୋବ୍ରା କମାଣ୍ଡରଙ୍କ ୫ ବର୍ଷର କୁନି ଝିଅର ଏକ ଭିଡଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ କାନ୍ଦି କାନ୍ଦି ଦୟାକରି ମୋ ବାପାଙ୍କ ଫେରାଇ ଆଣ […]

ଅଦ୍ୟତନ ହୋଇଛି
`ମୋ ବାପାଙ୍କୁ ଫେରାଇ ଆଣ…' ନିବେଦନ କଲେ ନିଖୋଜ ଯବାନଙ୍କ କୁନି ଝିଅ

5 year old daughter-of cobra commando

Advertisment

ନୂଆଦିଲ୍ଲୀ: ଛତିଶଗଡରେ ନକ୍ସଲଙ୍କ ନରସଂହାରରେ ବର୍ତ୍ତମାନ ଯାଏ ୨୨ ଯବାନ ସହିଦ ହୋଇଛନ୍ତି। କଥିତ ରୂପେ ଏବେବି ଅନେକ ଯବାନ ନିଖୋଜ ଅଛନ୍ତି। ତେବେ ନିଖୋଜ ଥିବା ଜଣେ ଯବାନଙ୍କୁ ଫେରାଇବା ଆଣିବା ପାଇଁ ତାଙ୍କ ପାଞ୍ଚ ବର୍ଷର କୁନି ଝିଅ ଆକୁଳ ନିବେଦନ କରିଛନ୍ତି।

Advertisment

ନିଖୋଜ କୋବ୍ରା କମାଣ୍ଡରଙ୍କ ୫ ବର୍ଷର କୁନି ଝିଅର ଏକ ଭିଡଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ କାନ୍ଦି କାନ୍ଦି ଦୟାକରି ମୋ ବାପାଙ୍କ ଫେରାଇ ଆଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରୁଛି। କୁନି ଝିଅର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନକ୍ସଲଙ୍କ ସହ ଏନକାଉଣ୍ଟର ବେଳେ ନିଖୋଜ ୩୫ ବର୍ଷୀୟ ସିଆରପିଏଫ କନଷ୍ଟେବଲ ରାକେଶ୍ୱର ସିଂହ ମାନହାସ କେଉଁଠି ଅଛନ୍ତି, ତା’ର ପତ୍ତା ମିଳୁନାହିଁ। ତାଙ୍କୁ ଠାବ କରିବା ପାଇଁ ଛତିଶଗଡ଼ର ବିଜାପୁର ସ୍ଥିତ ଏନକାଉଣ୍ଟ ସ୍ଥଳର ଆଖ ପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

Advertisment

ରାକେଶ୍ୱର ସିଂହ ମାନହାସଙ୍କ ପରିବାରର କହିବା ଅନୁଯାୟୀ, ଛତିଗଡ ବିଜାପୁରରେ ନକ୍ସଲ ଆକ୍ରମଣ ପରେ ରାକେଶ୍ୱରଙ୍କ ସହ ତାଙ୍କର କୌଣସି ସମ୍ପର୍କ ହୋଇପାରୁ ନାହିଁ। ସେ ଆକ୍ରମଣ ପରେ ନିଖୋଜ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

ପିଟିଆଇ ମୁତାବକ, ଜମ୍ମୁରେ ଥିବା ନିଖୋଜ ଯବାନଙ୍କ ପତ୍ନୀ ମିନୁ ମାନହାସ ପଣବନ୍ଦୀ ଖବର ପାଇବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।  ସେ କହିଛନ୍ତି, ଆକ୍ରମଣ ନେଇ ଆମକୁ କେହି ସୂଚନା ଦେଇନଥିଲେ। ନ୍ୟୁଜ୍‌ ଚ୍ୟାନେଲରୁ ଆକ୍ରମଣ ଖବର ଓ ନିଖୋଜ ହୋଇଥିବା ନେଇ ସୂଚନା ପାଇଲୁ। ସରକାର କିମ୍ବା ସିଆର୍‌ପିଏଫ୍‌ର କେହି ମଧ୍ୟ ଏ ଘଟଣା ବିଷୟରେ ଆମକୁ ସୂଚନା ଦେଇନାହାନ୍ତି।

ମିନୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଦୀର୍ଘ ୧୦ ବର୍ଷ ହେବ ଦେଶର ସେବା କରୁଛନ୍ତି, ଏବେ ସରକାରଙ୍କ ପାଳି, ତାଙ୍କ ସ୍ୱାମୀଙ୍କୁ ସୁରକ୍ଷିତ ରୂପେ ଘରକୁ ଫେରାଇ ଆଣନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର ସାମ୍ନାରେ ଉଠାଇବା ପାଇଁ ସେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ମଧ୍ୟ ଅପିଲ କରିଥିବା ମିନୁ କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଯବାନ ରାକେଶ୍ୱରଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି, “ଆପଣ ଯେମିତି ପାକିସ୍ତାନରୁ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିଥିଲେ, ଠିକ୍‌ ସେହିପରି ମୋ ସ୍ୱାମୀଙ୍କୁ ମାଓବାଦୀଙ୍କ କବଳରୁ ଉଦ୍ଧାର କରି ଆଣନ୍ତୁ।”

ସୂଚନାଯୋଗ୍ୟ ଯେ, ଶନିବାର  ଛତିଗଡର ସୁକମା ଓ ବିଜାପୁର ସୀମାରେ ମାଓବାଦୀମାନେ ରକ୍ତର ହୋଲି ଖେଳିଥିଲେ। ଏଠାରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe