Advertisment

ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ବୈଠକକୁ ଯିବେନି କେସିଆର

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣନୀତିକୁ ଲାଗିଛି ଝଟ୍‌କା। ବିରୋଧୀଙ୍କୁ ଏକାଠି କରି ଆଜି ଦିଲ୍ଲୀରେ ମମତା ଡାକିଥିବା ବୈଠକରେ ସାମିଲ ହେବନି ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)।  ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ତଥା ତେଲେଙ୍ଗାନା ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ  ଏହି ବୈଠକରେ ତାଙ୍କ ଦଳ ସାମିଲ ହେବ ନାହିଁ ବୋଲି କହିଛନ୍ତି।  ବୈଠକରେ କଂଗ୍ରେସର ଉପସ୍ଥିତିକୁ ନେଇ କେସିଆର ଆପତ୍ତି ଉଠାଇଛନ୍ତି। ଯେକୌଣସସି ପ୍ଲାଟଫର୍ମରେ କଂଗ୍ରେସ ସହ ଟିଆରଏସ […]

ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ବୈଠକକୁ ଯିବେନି କେସିଆର

kcr-4

Advertisment

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣନୀତିକୁ ଲାଗିଛି ଝଟ୍‌କା। ବିରୋଧୀଙ୍କୁ ଏକାଠି କରି ଆଜି ଦିଲ୍ଲୀରେ ମମତା ଡାକିଥିବା ବୈଠକରେ ସାମିଲ ହେବନି ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)।  ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ତଥା ତେଲେଙ୍ଗାନା ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ  ଏହି ବୈଠକରେ ତାଙ୍କ ଦଳ ସାମିଲ ହେବ ନାହିଁ ବୋଲି କହିଛନ୍ତି।  ବୈଠକରେ କଂଗ୍ରେସର ଉପସ୍ଥିତିକୁ ନେଇ କେସିଆର ଆପତ୍ତି ଉଠାଇଛନ୍ତି। ଯେକୌଣସସି ପ୍ଲାଟଫର୍ମରେ କଂଗ୍ରେସ ସହ ଟିଆରଏସ ସେୟାର କରିବ ନାହିଁ ରୋକଠୋକ୍ କହିଛନ୍ତି। ଟିଆରଏସ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ତଥ୍ୟ ଜାରି କରାଯାଇଛି। ଟିଆରଏସ ଆପତ୍ତି ସତ୍ତ୍ୱେ ଏହି ବୈଠକକୁ କଂଗ୍ରେସକୁ ଆମନ୍ତ୍ରଣ କରାଯାଇଛି। ଏଥିସହ ଦଳ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛି । ଦଳ କହିଛି ଯେ, ନିକଟରେ କଂଗ୍ରେସ ପକ୍ଷରୁ ତେଲେଙ୍ଗାନାର ଏକ ସଭାରେ ରାହୁଲ ଗାନ୍ଧି ଉପସ୍ଥିତ ଥିଲେ।

Advertisment

ଏହି ସଭାରେ ରାହୁଲ ଗାନ୍ଧି ବିଜେପି ବିରୋଧରେ ଗୋଟିଏବି ଶବ୍ଦ କହି ନଥିଲେ। କିନ୍ତୁ ସେ ଟିଆରଏସ ବିରୋଧ କରିଥିଲେ। ସେହିପରି ନିକଟରେ ତେଲେଙ୍ଗାନାରେ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସ ବିଜେପି ସହ ମେଣ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ଚୟନ ନେଇ ମମତାଙ୍କ ପ୍ରକ୍ରିୟାକୁ କେସିଆର ନାପସନ୍ଦ କରିଛନ୍ତି। ଏହି ବୈଠକ ପାଇଁ ମମତା ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରିଥିବା ବେଳେ ଅଣ ବିଜେପି ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ନେତାଙ୍କୁ ଚିଠି ଲେଖିଥିଲେ ମମତା। ବିଜେପିକୁ ଟକ୍କର ଦେବା ପାଇଁ ଚେଷ୍ଟା କରୁଥିବା ମମତା ଗତକାଲିଠାରୁ ଏହି ବୈଠକ ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି। ଗତକାଲି ମମତା ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ଆଲୋଚନା ବେଳେ ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଶରଦ ପାୱାରଙ୍କୁ ମମତା ପ୍ରସ୍ତାବ ଦେଇଥିଲେ।

ହେଲେ ଏହି ପ୍ରସ୍ତାବକୁ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଦେଥିଲେ। ଶରଦ ପାୱାର କହିଥିଲେ ଯେ, ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି। ତେଣୁ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚାହୁଁନାହାନ୍ତି । କିନ୍ତୁ ସେ ଏହି ବୈଠକରେ ଯୋଗ ଦେବେ।  କୁହାଯାଉଛି  ମମତା ଡାକିଥିବା ବୈଠକରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଜୟରାମ ରମେଶ ଓ ରଣଦୀପ ସୂର୍ଯ୍ୟେୱାଲା ଯୋଗଦେବେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ  ମଧ୍ୟ ଯୋଗ ଦେବାର ସୂଚନା ରହିଛି। ସାହିପରି ଡିଏମକେ, ଶିବସେନା,  ଆରଏଲଡିର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe