Advertisment

ଚୀନ୍‌ର ଦାଦାଗିରି, ଭାରତ ସୀମାରେ ପଶି ଯୁବକଙ୍କୁ ଅପହରଣ

ନୂଆଦିଲ୍ଲୀ: ପୁଣି ଚୀନ୍‌ର ଦାଦାଗିରି। ଭାରତୀୟ ସୀମାରେ କଲା ଅନୁପ୍ରବେଶ। କେବଳ ଅନୁପ୍ରବେଶ ନୁହେଁ ସୀମା ଭିତରେ ପଶି ଜଣେ ୧୭ ବର୍ଷୀୟ ଯୁବକଙ୍କୁ ଅପହରଣ କରିନେଇଛି ପିପୁଲ୍ସ ଲିବରେସନ୍‌ ଅର୍ମି। ଏନେଇ ବୁଧବାର ସେଠାକର ସାଂସଦ ତାପିର ଗାଓ ଅଭିଯୋଗ ଆଣିଛନ୍ତି। ତାପିର କହିଛନ୍ତି, ବୁଧବାର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଅରୁଣାଚଳପ୍ରଦେଶର ଦୁଇ ଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ଆଉ ଜଣେ ତାଙ୍କ କବଳରେ […]

ଅଦ୍ୟତନ ହୋଇଛି
ଚୀନ୍‌ର ଦାଦାଗିରି, ଭାରତ ସୀମାରେ ପଶି ଯୁବକଙ୍କୁ ଅପହରଣ

China army

Advertisment

ନୂଆଦିଲ୍ଲୀ: ପୁଣି ଚୀନ୍‌ର ଦାଦାଗିରି। ଭାରତୀୟ ସୀମାରେ କଲା ଅନୁପ୍ରବେଶ। କେବଳ ଅନୁପ୍ରବେଶ ନୁହେଁ ସୀମା ଭିତରେ ପଶି ଜଣେ ୧୭ ବର୍ଷୀୟ ଯୁବକଙ୍କୁ ଅପହରଣ କରିନେଇଛି ପିପୁଲ୍ସ ଲିବରେସନ୍‌ ଅର୍ମି। ଏନେଇ ବୁଧବାର ସେଠାକର ସାଂସଦ ତାପିର ଗାଓ ଅଭିଯୋଗ ଆଣିଛନ୍ତି।

Advertisment

ତାପିର କହିଛନ୍ତି, ବୁଧବାର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଅରୁଣାଚଳପ୍ରଦେଶର ଦୁଇ ଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ଆଉ ଜଣେ ତାଙ୍କ କବଳରେ ରହିଛନ୍ତି। ସିୟୁଙ୍ଗଲା ଅଞ୍ଚଳର ଲୁଙ୍ଗଟା ଜୋନ୍‌ରୁ ମିରାମ ତାରୁମ୍‌ ନାମକ ଜଣେ ଯୁବକଙ୍କୁ ଚୀନ୍‌ ସେନା ଅପହରଣ କରିନେଇ ଥିବା ବେଳେ ତାର ବନ୍ଧୁ ଜନି ୟାୟିଙ୍ଗ ଚୀନ୍‌ ସେନା କବଳରୁ ଖସି ପଳାଇ ଆସିବାରେ ସଫଳ ହୋଇଛି। ଚୀନ୍‌ ସେନାର ଏଭଳି କୁକାର୍ଯ୍ୟ ସମ୍ପର୍କୟରେ ୟାୟିଙ୍ଗ ସ୍ଥାନୀୟ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି। ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ସାଂସଦ ତାପିର ଗାଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶୀଘ୍ର ଅପହୃତ ଯୁବକଙ୍କ କିଭଳି ଚୀନ୍‌ ସେନା କବଳରୁ ସୁରକ୍ଷିତ ଫେରାଇ ଆଣିବ ସେନେଇ ଉଚିତ ପଦକ୍ଷେପ ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି।

ସେପଟେ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଟୁଇଟ୍‌ କରି ମୋଦି କାହିଁକି ଚୁପ୍‌ ଅଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି। 'ଗଣତନ୍ତ୍ର ଦିବସର କିଛି ଦିନ ପୂର୍ବରୁ ଭାରତର ଜଣେ ଭାଗ୍ୟ ନିର୍ମାତା ଚୀନ୍ ଦ୍ୱାରା ଅପହରଣ ହୋଇଛି - ଆମେ ମିରାମ ତରୁଣଙ୍କ ପରିବାର ସହିତ ଅଛୁ ଏବଂ ଆଶା ଛାଡିବୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ନୀରବତା ହେଉଛି ତାଙ୍କର ବିବୃତ୍ତି - ସେ ଧ୍ୟାନ ଦିଅନ୍ତି ନାହିଁ! ବେଲି ରାହୁଲ କହିଛନ୍ତି। '

Advertisment

ଗତବର୍ଷ ଅରୁଣାଚଳପ୍ରଦେଶର ସୁବନସିରି ଜିଲ୍ଲାରୁ ୫ଜଣଙ୍କୁ ପିଏଲଏ ପକ୍ଷରୁ ଅପହରଣ କରାଯାଇଥିଲା। ଏନେଇ ଭାରତ ପକ୍ଷରୁ କଡା ପ୍ରତିବାଦ ପରେ ସପ୍ତାହକ ପରେ ୫ ଅପହୃତଙ୍କୁ ଚୀନ ମୁକ୍ତ କରିଥିଲା।

https://twitter.com/TapirGao/status/1483813236436713476?s=20

https://twitter.com/RahulGandhi/status/1484010461985181701?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe