Advertisment

ପାଙ୍ଗଙ୍ଗରେ ପଛକୁ ଫେରିଲା ଚୀନ୍‌, ହଟାଇଲା ହେଲିପ୍ୟାଡ୍‌‌

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି  ଧୀରେ ଧୀରେ ଫିଟୁଛି ବାଟ। ପାଙ୍ଗଙ୍ଗରୁ ପଛକୁ  ହଟୁଛି ଚୀନ। ପାଙ୍ଗଙ୍ଗ ହ୍ରଦର ଫିଙ୍ଗର-୫ ଅଞ୍ଚଳରୁ ନିଜ ହେଲିପ୍ୟାଡ୍‌କୁ ଚୀନ ହଟାଇଛି। ପାଙ୍ଗଙ୍ଗର ଏହି ଅଞ୍ଚଳ ଚୀନର PLA ପାଇଁ ବେଶ ଗୁରୁତ୍ୱବହନ କରୁଥିଲା। ଏହି ଅଞ୍ଚଳରୁ ପୁରା ପାଙ୍ଗଙ୍ଗରେ ପାଟ୍ରୋଲିଂ କରିବାଠୁ ଆରମ୍ଭ କରି ବିମାନ ଅବତରଣ କରୁଥିଲା ଚୀନ। ଏଲ୍ଏସି ଉପରେ ନଜର ରଖିବାକୁ ଏହି ସବୁ ହେଲିପ୍ୟାଡକୁ ବ୍ୟବହାର କରୁଥିଲା ଡ୍ରାଗନ। ଏହାସହ […]

author-image
Madhupriya Mistry
ପାଙ୍ଗଙ୍ଗରେ ପଛକୁ ଫେରିଲା ଚୀନ୍‌, ହଟାଇଲା ହେଲିପ୍ୟାଡ୍‌‌

china soldiers

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି  ଧୀରେ ଧୀରେ ଫିଟୁଛି ବାଟ। ପାଙ୍ଗଙ୍ଗରୁ ପଛକୁ  ହଟୁଛି ଚୀନ। ପାଙ୍ଗଙ୍ଗ ହ୍ରଦର ଫିଙ୍ଗର-୫ ଅଞ୍ଚଳରୁ ନିଜ ହେଲିପ୍ୟାଡ୍‌କୁ ଚୀନ ହଟାଇଛି। ପାଙ୍ଗଙ୍ଗର ଏହି ଅଞ୍ଚଳ ଚୀନର PLA ପାଇଁ ବେଶ ଗୁରୁତ୍ୱବହନ କରୁଥିଲା। ଏହି ଅଞ୍ଚଳରୁ ପୁରା ପାଙ୍ଗଙ୍ଗରେ ପାଟ୍ରୋଲିଂ କରିବାଠୁ ଆରମ୍ଭ କରି ବିମାନ ଅବତରଣ କରୁଥିଲା ଚୀନ। ଏଲ୍ଏସି ଉପରେ ନଜର ରଖିବାକୁ ଏହି ସବୁ ହେଲିପ୍ୟାଡକୁ ବ୍ୟବହାର କରୁଥିଲା ଡ୍ରାଗନ।

Advertisment

ଏହାସହ ଚୀନ କିଛି ଦିନ ଧରି ମୁତୟନ କରିଥିବା ଯୁଦ୍ଧ ଟ୍ୟାଙ୍କକୁ ବି ପ୍ରତ୍ୟାହାର କରିନେଇଛି।  ୨୦୦ରୁ ଅଧିକ ଯୁଦ୍ଧ ଟ୍ୟାଙ୍କକୁ ବହୁ ମାସ ଧରି ଏଠାରେ ମୁତୟନ କରାଯାଇଥିଲା। ଚୀନ ସୈନିକ ଫିଙ୍ଗର ୫ ଏବଂ ଫିଙ୍ଗର ୮ ମଧ୍ୟରେ ଏଠାରେ ଲଗାଇଥିବା ତମ୍ବୁ ଏବଂ ନିର୍ମାଣ କରିଥିବା ବଙ୍କର ଓ ଅନ୍ୟ ନିର୍ମାଣକୁ ମଧ୍ୟ ହଟାଇଛି।

ଦୁଇ ଦେଶ ମଧ୍ୟରେ ୧୦ମ ସେନା କମାଣ୍ଡରସ୍ତରୀୟ ଆଲୋଚନା ବେଳେ ସୀମାରୁ ସେନା ହଟାଇବାକୁ ଦାବି ରଖିଥିଲା ଭାରତ। ୧୫ ଦିନ ଭିତରେ ଏ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହାପୂର୍ବରୁ ଗତ ଗୁରୁବାର ୧୦୦ରୁ ଅଧିକ ଭାରୀଯାନରେ ଟ୍ୟାଙ୍କ୍ ଗୁଡ଼ିକୁ ହଟାଇ ନିଆଯାଇଥିବା ଜଣାପଡ଼ିଛି। ଚୁକ୍ତି ଅନୁସାରେ ଚୀନ୍ ସୀମାରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ବେଜିଂ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

Advertisment

ସେନାକୁ ପ୍ରତ୍ୟାହାର କରିବା  ପାଇଁ ଜାରି ଆଲୋଚନା ସମୟରେ ଭାରତ ସ୍ପଷ୍ଟ ଭାବେ କହିଥିଲା ଯେ, ଯଦି ଫିଙ୍ଗର ୫  ଖୋଲି ନହୁଏ ତେବେ ରାଜିନାମା ହୋଇ ପାରିବ ନାହିଁ। ଏହା ଉପରେ ଚୀନ ଅତି କମରେ ୩୦ ସୈନିକଙ୍କୁ ଫିଙ୍ଗର ୫ରେ ମୁତୟନ କରିବାକୁ ଅନୁମତି ମାଗିଥିଲା। ତଥାପି ଭାରତ ଏହାକୁ ସ୍ଵୀକାର କରିନଥିଲା। ଶେଷରେ ଚୀନ ଯେବେ ଫିଙ୍ଗର ୮ରୁ ସଂପୂର୍ଣ୍ଣ ଫେରିଯିବାକୁ ରାଜି ହେଲା ତେବେ ଯାଇ ଭାରତ ନିଜ ସେନାକୁ ଫିଙ୍ଗର ୩ ପର୍ଯ୍ୟନ୍ତ ଫେରାଇ ନେବା ଉପରେ ରାଜି ହୋଇଥିଲା।

India-china Border Tension