Advertisment

ସୀମା ନିକଟରେ ଚାଇନା ତିଆରି କରୁଛି ମୋବାଇଲ ଟାୱାର

ନୂଆଦିଲ୍ଲୀ: ପୁଣିଥରେ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ନିଜର ମନମାନୀ ଆରମ୍ଭ କରିଛି ଚାଇନା। ଲଦାଖର ହଟସ୍ପ୍ରିଙ୍ଗସ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ଚାଇନା ୩ଟି ସେଲଫୋନ ଟାୱାର ନିର୍ମାଣ କରିଛି। ୨୦୨୦ରେ ଏହି ହଟସ୍ପ୍ରିଙ୍ଗସରେ ଭାରତ ଓ ଚାଇନାର ଯବାନମାନେ ମୁହାଁମୁହିଁ ହୋଇଥିଲେ। ଏବେ ଚାଇନା ସେଠାରେ ସେଲଫୋନ ଟାୱାର ନିର୍ମାଣ କରିବା ସହ ନିଜର ଉପସ୍ଥିତି ଜାହାରି କରିବାକୁ ଚେଷ୍ଟା କରିଛି। ସେହିପରି ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରିବାକୁ ମଧ୍ୟ ଚାଇନା ଯୋଜନା କରୁଥିବା ଜଣାପଡ଼ିଛି। […]

ଅଦ୍ୟତନ ହୋଇଛି
ସୀମା ନିକଟରେ ଚାଇନା ତିଆରି କରୁଛି ମୋବାଇଲ ଟାୱାର

Tower

Advertisment

ନୂଆଦିଲ୍ଲୀ: ପୁଣିଥରେ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ନିଜର ମନମାନୀ ଆରମ୍ଭ କରିଛି ଚାଇନା। ଲଦାଖର ହଟସ୍ପ୍ରିଙ୍ଗସ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ଚାଇନା ୩ଟି ସେଲଫୋନ ଟାୱାର ନିର୍ମାଣ କରିଛି। ୨୦୨୦ରେ ଏହି ହଟସ୍ପ୍ରିଙ୍ଗସରେ ଭାରତ ଓ ଚାଇନାର ଯବାନମାନେ ମୁହାଁମୁହିଁ ହୋଇଥିଲେ। ଏବେ ଚାଇନା ସେଠାରେ ସେଲଫୋନ ଟାୱାର ନିର୍ମାଣ କରିବା ସହ ନିଜର ଉପସ୍ଥିତି ଜାହାରି କରିବାକୁ ଚେଷ୍ଟା କରିଛି।

Advertisment

ସେହିପରି ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରିବାକୁ ମଧ୍ୟ ଚାଇନା ଯୋଜନା କରୁଥିବା ଜଣାପଡ଼ିଛି। ଯବାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଷ୍ଠାନ ନିର୍ମାଣ କରିବା ପୂର୍ବରୁ ହିଁ ପ୍ରଥମେ ସୀମାବର୍ତ୍ତୀ ଅଞ୍ଚଳରେ ସେଲଫୋନ ଟାୱାର ପ୍ରତିଷ୍ଠା କରାଯାଇଛି। ଏହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସି ପାରିବ ବୋଲି ବେଜିଂ ଆଶା ରଖିଛି।

ଲଦାଖ ସ୍ୱଂୟଚାଳିତ ହିଲ୍ସ ପରିଷଦରେ ଥିବା ଚୁଶୁଲ ନିର୍ବାଚନ ମଣ୍ଡଳୀ ପ୍ରତିନିଧି କୋନଚୋକ ଷ୍ଟାନଜିନ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଚାଇନାର ଏପରି ସେଲଫୋନ ଟାୱାର ପ୍ରତିଷ୍ଠା ଭାରତୀୟ ସୀମାରେ ଥିବା ଗାଁ ଗୁଡ଼ିକର ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥାକୁ ଦର୍ଶାଉଛି। ଚାଇନା ପକ୍ଷରୁ ବିଚ୍ଛିନ୍ନା  ଅଞ୍ଚଳଗୁଡ଼ିକରେ ୪ଜି ଟାୱାର ନିର୍ମାଣ କରାଯାଉଛି। ଏହି ଟାୱାର ଦ୍ୱାରା ଚାଇନାର ଅଧିକାରୀମାନେ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗରେ ରହିପାରିବେ।

Advertisment

ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ଏବେ କେବଳ ୨ଜି ମୋବାଇଲ ସେବା ଉପଲବ୍ଧ ରହିଛି। ଏଥିପାଇଁ ଅନେକ ସମୟରେ ସିଗ୍ନାଲ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଚାଇନା ଏପରି ଏକ ପଦକ୍ଷେପ ନେଇଥିବା ସେ କହିଛନ୍ତି।

ଭାନଟେଜ ପଏଣ୍ଟରୁ ଚାଇନିଜ ଟାୱାର ଗୁଡ଼ିକର ଉଠା ଯାଇଥିବା ଫଟୋ ମଧ୍ୟ ସେ ଟ୍ୱିଟ କରିଛନ୍ତି। ତେବେ ଏହି ଫଟୋରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।

China India-China Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe