Advertisment

ପ୍ୟାଙ୍ଗଙ୍ଗରୁ ହଟିଲା, ରୁତଗରେ ଶିବିର ବଢ଼ାଇଲା ଚୀନ୍

ନୂଆଦିଲ୍ଲୀ: ପ୍ୟାଙ୍ଗଙ୍ଗରୁ ପଛକୁ ହଟିଲା ଚୀନ କିନ୍ତୁ ରୁତଗରେ ବଢ଼ାଇଲା ଶିବିର। ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଇଛି ଡ୍ରାଗନ। ତାଜା ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଏହି ଚିତ୍ର ସାମ୍ନାକୁ ଆସିବା ପରେ ଚୀନର ଚାଲାକି ଧରାପଡିଛି। ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପ୍ୟାଙ୍ଗଙ୍ଗରୁ ହଟିଲା, ରୁତଗରେ ଶିବିର ବଢ଼ାଇଲା ଚୀନ୍

china consolidates

ନୂଆଦିଲ୍ଲୀ: ପ୍ୟାଙ୍ଗଙ୍ଗରୁ ପଛକୁ ହଟିଲା ଚୀନ କିନ୍ତୁ ରୁତଗରେ ବଢ଼ାଇଲା ଶିବିର। ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଇଛି ଡ୍ରାଗନ। ତାଜା ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଏହି ଚିତ୍ର ସାମ୍ନାକୁ ଆସିବା ପରେ ଚୀନର ଚାଲାକି ଧରାପଡିଛି।

Advertisment

[caption id="attachment_621666" align="aligncenter" width="650"]china consolidates rutog base ସାଟେଲାଇଟ ଫଟୋକୁ ଦେଖିଲେ ପୁରା ଅଞ୍ଚଳର ପ୍ରକୃତ ଚିତ୍ର ସ୍ପଷ୍ଟଭାବେ ବାରି ହୋଇପଡୁଛି।[/caption]

ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି। ତେବେ ପ୍ୟାଙ୍ଗଙ୍ଗରୁ ଚୀନ ନିଜର ଯେଉଁ  ସୈନ୍ୟମାନଙ୍କୁ ହଟାଇଛି ସେମାନଙ୍କୁ ରୁତଗରେ ଆଣି ଥଇଥାନ କରାଇଛି। ପ୍ୟାଙ୍ଗଙ୍ଗ ହ୍ରଦଠାରୁ ରୁତଗ ପ୍ରାୟ ୧୦୦ କିଲୋମିଟର ଏବଂ ମାଲଡାରୁ ଏହା ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ।

Advertisment

ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହେଲା ସେବେଠୁ ଏହି ଅଞ୍ଚଳରେ ବେସ୍ ପାଇଁ କାମ ଚାଲିଥିଲା । ଭବିଷ୍ୟତରେ କେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହେଲେ ଏହି ଅଞ୍ଚଳ ଚୀନ ପାଇଁ ଯୁଦ୍ଧ ବେସ୍ ଭାବେ କାମ କରିବ ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ହୋଇଥିବା ସାଟେଲାଇଟ ଫଟୋକୁ ଦେଖିଲେ ପୁରା ଅଞ୍ଚଳର ପ୍ରକୃତ ଚିତ୍ର ସ୍ପଷ୍ଟଭାବେ ବାରି ହୋଇପଡୁଛି। ଫଟୋରେ ଦେଖିବାକୁ ମିଳିଛି ଯେ, ରୁତଗ ଅଞ୍ଚଳରେ ଚୀନ ଅନେକ ପ୍ରସ୍ତୁତି କରିଛି। ସୈନ୍ୟମାନଙ୍କ ପାଇଁ ଷ୍ଟୋରେଜ ଏରିଆ, ଟେଣ୍ଟ, କ୍ୟାବିନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି।  ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେନାଙ୍କ ଲାଗି ସ୍ୱତନ୍ତ୍ର ଟେଣ୍ଟ ତିଆରି କରିଛି ଡ୍ରାଗନ । କେବଳ ଏତିକି ନୁହେଁ କିଛି ରାଡାର ଷ୍ଟେସନ ମଧ୍ୟ ରହିଛି । ଯାହା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

୨୦୧୯ରୁ ହିଁ ରୁତଗର ଏହି ଅଞ୍ଚଳରେ ଚୀନ ସେନା ତା’ର ଗତିବିଧି ବଢ଼ାଇଛି। ଉକ୍ତ ଅଞ୍ଚଳରେ ଚୀନ ତା’ର ରାଡାର ସିଷ୍ଟମ, ଭୂପୃଷ୍ଟରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ, ହେଲିପୋର୍ଟ, ଟ୍ୟାଙ୍କ ଏବଂ ଡ୍ରିଲ ଭଳି ଅନେକ କ୍ଷେପଣାସ୍ତ୍ର ରଖିଛି। ଚୀନ ସୈନ୍ୟଙ୍କ ଦ୍ୱାରା ଏହି ଅଞ୍ଚଳରେ ଛୋଟ ଛୋଟ କୁଡିଆ ତିଆରି କରାଯାଇଛି। ଏହି କୁଡିଆ ଘରେ ସୈନିକମାନଙ୍କୁ ଡ୍ରାଗନ ଲୁଚାଇ ରଖିଛି।

କେବଳ ସେତିକି ନୁହେଁ ଉକ୍ତ ଅଞ୍ଚଳରୁ ନଗାରୀ ପର୍ଯ୍ୟନ୍ତ ଯିବା ପାଇଁ ବିମାନ ଏବଂ ସଡକ ମାର୍ଗ ମଧ୍ୟ ତିଆରି ହୋଇଛି। ଫଳରେ ଭବିଷ୍ୟତରେ ଏହି ମାର୍ଗ ଦେଇ ଚୀନ ପ୍ୟାଙ୍ଗଙ୍ଗ ଅଞ୍ଚଳରେ ହେଉଥିବା ଗତିବିଧି ଉପରେ ନଜର ରଖିବା ପାଇଁ ଏହାର ବ୍ୟବହାର କରିପାରେ ବୋଲି ସନ୍ଦେହ କରାଯାଉଛି।

ସେପଟେ ଚୀନର ଏପରି ପ୍ରସ୍ତୁତିକୁ ଦେଖି ଭାରତୀୟ ସେନାର ମେଜର ଜଲି କହିଛନ୍ତି ଯେ, ଦେଶକୁ ନିଜ ତରଫରୁ ପ୍ରସ୍ତୁତି କରିବାକୁ ହେବ । ଏହାସହ ଇନଫ୍ରାଷ୍ଟ୍ରକଚର୍ ଉପରେ ଜୋର୍ ଦେବାକୁ ହେବ । ଏହାସହ ନୂଆ ଯୋଜନା ପ୍ରସ୍ତୁତି ଉପରେ ଜୋର୍ ଦେବାକୁ ହେବ ବୋଲି ସେ କହିଛନ୍ତି । ଯଦି ଚୀନ କିଛି ବି ବିବାଦୀୟ ପଦକ୍ଷେପ ନିଏ ତେବେ ଭାରତ ଏହାର ମୁହଁତୋଡ ଜବାବ ଦେବା ବୋଲି ସେ କହିଛନ୍ତି।

India-china Border Tension