/odisha-reporter/media/post_attachments/uploads/2021/07/China-3.jpg)
China
ନୂଆଦିଲ୍ଲୀ: ଭାରତର ଉତ୍ତରାଖଣ୍ଡ ନିକଟ ବାରାହୋତି ଅଞ୍ଚଳର ଏଲଏସିରେ ଚାଇନିଜ୍ ସେନାର ଗତିବିଧି ଠାବ କରାଯାଇଛି। ପ୍ରାୟ ୬ ମାସ ପରେ ଚାଇନାର ଯବାନମାନେ ଏହି ଅଞ୍ଚଳକୁ ଆସିଥିବା ଭାରତୀୟ ସେନା କହିଛି। ଏହି ଘଟଣାରେ ପରେ ଭାରତୀୟ ସେନା ଆଲର୍ଟରେ ରହିଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପିପୁଲ୍ସ ଲିବେରେସନ ଆର୍ମି (ପିଏଲଏ)ର ପ୍ରାୟ ୪୦ ଟ୍ରୁପ୍ସ ବାରାହୋତିର ଏଲଏସି ନିକଟରେ ପ୍ୟାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ସେମାନେ ଏହି ଅଞ୍ଚଳରେ ଦୀର୍ଘ ସମୟ ଯାଏ ପ୍ୟାଟ୍ରୋଲିଂ କରିବା ପରେ ପୁଣି ନିଜ ବେସ୍କୁ ଫେରି ଯାଇଥିଲେ।
ତେବେ ଦୀର୍ଘ ୬ ମାସ ପରେ ଚାଇନିଜ ଯବାନ ଏହି ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବାରୁ ଭାରତୀୟ ସେନା ବେଶ ସତର୍କତାର ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି।
ଆଗକୁ ଚାଇନିଜ ଯବାନମାନେ ଏ ଅଞ୍ଚଳରେ କୌଣସି ହରକତ କରି ଯଦି ସୀମା ଲଙ୍ଘିବେ, ତା’ହେଲେ ଏହାର ଜବାବ ଦେବାକୁ ଏବେଠାରୁ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିଛି। ସ୍ଥିତିକୁ ଦେଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ବାରାହୋତି ନିକଟରେ ଥିବା ଚାଇନା ତା’ର ଏୟାରବେସ୍ ନିକଟରେ ମଧ୍ୟ ନିଜର ଗତିବିଧି ବଢ଼ାଇ ଦେଇଛି। ଏଠାରେ ଏକାଧିକ ଡ୍ରୋନ ଓ ହେଲିକପ୍ଟର ଅପରେଟିଂ କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବାରାହୋତିକୁ ଚାଇନା ନିଜର ବୋଲି ଦାବି କରୁଛି। ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ଚାଇନା ଅନୁପ୍ରବେଶ କରିବାର ନଜିର ରହିଛି। ଗତବର୍ଷ ଲଦାଖରେ ସୀମା ବିବାଦ ସୃଷ୍ଟି ହେବାରୁ ଭାରତୀୟ ସେନା ଉତ୍ତରାଖଣ୍ଡ ସୀମାନ୍ତରେ ମଧ୍ୟ ସଜାଗ ହୋଇଥିଲେ।
ଏଠାକୁ ଅତିରିକ୍ତ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ନିକଟରେ ସିଡିଏସ ଜେନେରାଲ ବିପନ ରାୱତ ଉତ୍ତରାଖଣ୍ଡ ଏଲଏସିର ସ୍ଥିତି ସମୀକ୍ଷା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
