Advertisment

ଚାଇନାରେ ଲାଗିଲା ସବୁଠାରୁ କଠୋର ଲକଡାଉନ

ବେଜିଂ: ମହାମାରୀ କରୋନା ପାଇଁ ସବୁଠାରୁ କଠୋର ଲକଡାଉନ ଲାଗୁ କରିଛନ୍ତି ଚାଇନା ସରକାର। ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଜିଆନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚାଇନା ସରକାର ଆଜି ଲକଡାଉନ ଘୋଷଣା କରିଛନ୍ତି। ଏଠାରେ ପ୍ରାୟ ୧୩୦ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ସଂକ୍ରମଣ ବିସ୍ଫୋରକ ରୂପ ନେବାର ଆଶଙ୍କା ଥିବାରୁ ସରକାର ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ଜିଆନ ପ୍ରଦେଶରେ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ […]

author-image
Hemant Lenka
ଅଦ୍ୟତନ ହୋଇଛି
ଚାଇନାରେ ଲାଗିଲା ସବୁଠାରୁ କଠୋର ଲକଡାଉନ

China

ବେଜିଂ: ମହାମାରୀ କରୋନା ପାଇଁ ସବୁଠାରୁ କଠୋର ଲକଡାଉନ ଲାଗୁ କରିଛନ୍ତି ଚାଇନା ସରକାର। ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଜିଆନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚାଇନା ସରକାର ଆଜି ଲକଡାଉନ ଘୋଷଣା କରିଛନ୍ତି। ଏଠାରେ ପ୍ରାୟ ୧୩୦ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ସଂକ୍ରମଣ ବିସ୍ଫୋରକ ରୂପ ନେବାର ଆଶଙ୍କା ଥିବାରୁ ସରକାର ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସରକାରଙ୍କ ସୂଚନା ଅନୁଯାୟୀ, ଜିଆନ ପ୍ରଦେଶରେ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ପୂରା ପ୍ରଦେଶରେ ଲକଡାଉନ ଲାଗୁ କରାଯାଇଛି। ଲକଡାଉନ ଲାଗୁ ହୋଇଥିବାରୁ ପ୍ରତି ଘରୁ ଜଣେ ବ୍ୟକ୍ତି ଦିନେ ଛଡ଼ା ଦିନେ ବାହାରକୁ ଆସିପାରିବେ। କେବଳ ଜରୁରୀ ସାମଗ୍ରୀ ଓ ଖାଦ୍ୟ ନେବାକୁ ସେମାନଙ୍କୁ ଘରୁ ବାହାରିବାକୁ ଅନୁମତି ମିଳିବ। ଜଣଙ୍କ ଛଡ଼ା ଆଉ ଯଦି କେହି ଘରକୁ ବାହାରିବେ, ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଣଅତ୍ୟାବଶ୍ୟକ ଯାତ୍ରାକୁ ସଂପୂର୍ଣ୍ଣ ଭାବେ ସରକାର ବ୍ୟାନ କରିଛନ୍ତି।

ଜିଆନ ପ୍ରଦେଶରେ ଥିବା ୧୪ ଜିଲ୍ଲାରେ କରୋନା ସଂକ୍ରମଣ ପହଞ୍ଚି ସାରିଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଲକଡାଉନ ସମୟରେ ଟେଷ୍ଟିଂକୁ ଜୋରଦାର କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇ ବର୍ଷ ତଳେ ଉହାନରେ କରୋନାର ପ୍ରଥମ କେସ୍ ସାମ୍ନାକୁ ଆସିବା ପରେ ମଧ୍ୟ ଏପରି କଟକଣା ଚାଇନାରେ ଲାଗୁ ହୋଇ ନଥିଲା। ଏବେ ଓମିକ୍ରନ ଚିନ୍ତା ବଢ଼ାଉଥିବାରୁ ଚାଇନା ସରକାର ଆଗୁଆ ଲକଡାଉନ ଭଳି ପଦକ୍ଷେପ ନେଇଛନ୍ତି।

Advertisment

ଚାଇନା ଶୀତ କାଳୀନ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି। ଏଥିସହ ଛୁଟି କାଟିବାକୁ ଅନେକ ଲୋକ ସେଠାକୁ ଯାଉଛନ୍ତି। ତେଣୁ ସଂକ୍ରମଣ ବଢ଼ିବା ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

COVID Guideline