Advertisment

ଚୀନ୍‌ରେ ତାଣ୍ଡବ ରଚୁଛି କରୋନା, ପୁଣି ଫେରିଲା ଲକ୍‌ଡାଉନ୍‌

ବେଜିଂ: ଯେଉଁଠୁ ଜନ୍ମ ହୋଇଥିଲା ସେଠାରେ ପୁଣି ତାଣ୍ଡବ ରଚୁଛି ମହାମାରୀ କରୋନା। ଚୀନ୍‌ରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଚୀନ୍‌ରେ ଦିନକରେ ୩,୩୯୩ଟି କରୋନା ମାମଲା ସାମ୍ନାକୁ ଆସିଛି, ଯାହା ଦୁଇ ବର୍ଷ ଭିତରେ ଦିନକରେ ରେକର୍ଡ କରାଯାଇଥିବା ସଂକ୍ରମଣ ମାମଲାଠାରୁ ସର୍ବାଧିକ। ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ କହିବା ମୁତାବକ, ଫେବ୍ରୁଆରୀ ୨୦୨୦ ପର ଠାରୁ ଦୈନିକ ସଂକମ୍ରଣ ମାମଲାରେ ରବିବାର ଦିନ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

ଚୀନ୍‌ରେ ତାଣ୍ଡବ ରଚୁଛି କରୋନା, ପୁଣି ଫେରିଲା ଲକ୍‌ଡାଉନ୍‌

China Corona casess

Advertisment

ବେଜିଂ: ଯେଉଁଠୁ ଜନ୍ମ ହୋଇଥିଲା ସେଠାରେ ପୁଣି ତାଣ୍ଡବ ରଚୁଛି ମହାମାରୀ କରୋନା। ଚୀନ୍‌ରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଚୀନ୍‌ରେ ଦିନକରେ ୩,୩୯୩ଟି କରୋନା ମାମଲା ସାମ୍ନାକୁ ଆସିଛି, ଯାହା ଦୁଇ ବର୍ଷ ଭିତରେ ଦିନକରେ ରେକର୍ଡ କରାଯାଇଥିବା ସଂକ୍ରମଣ ମାମଲାଠାରୁ ସର୍ବାଧିକ।

Advertisment

ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ କହିବା ମୁତାବକ, ଫେବ୍ରୁଆରୀ ୨୦୨୦ ପର ଠାରୁ ଦୈନିକ ସଂକମ୍ରଣ ମାମଲାରେ ରବିବାର ଦିନ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ ଚୀନ୍‌ରେ କଟକଣା ବଢ଼ାଇ ଦିଆଯାଇଛି। ଦେଶକୁ ପୁଣି ଫେରିଛି ଲକ୍‌ଡାଉନ୍‌। ଶାଙ୍ଘାଇରେ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ଏଥିସହ ଅନେକ ପୂର୍ବ ଉତ୍ତର ସହର ଗୁଡିକରେ ଲକ୍‌ଡାଉନ୍‌ ଲାଗୁ ହୋଇଛି।

ବିଶ୍ୱବ୍ୟାପୀ କରୋନା ମାମଲା ୪୪.୬୬ କୋଟି ଅତିକ୍ରମ କରି ଥିବାବେଳେ ମୃତକଙ୍କ ସଂଖ୍ୟା ପ୍ରାୟ ୬୦ ଲକ୍ଷରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ ଗତ ଏକ ମାସ ମଧ୍ୟରେ ସାରା ବିଶ୍ୱରେ ୫.୨୨ କୋଟିରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଦୁଇ ଲକ୍ଷରୁ ଅଧିକ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

Advertisment

ସେପଟେ ଫ୍ରାନ୍ସ ୮୦ ବର୍ଷରୁ ଅଧିକ ର୍ବସ୍କ ଲୋକଙ୍କ ପାଇଁ କରୋନା ଟିକାର ଚତୁର୍ଥ ଡୋଜ୍‌ ଦେବା ପାଇଁ ଘୋଷଣା କରିଛି। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜିନ୍‌ କାଷ୍ଟେକ୍ସ କହିଛନ୍ତି, ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ କରୋନା ଟିକାର ଚତୁର୍ଥ ଡୋଜ୍‌ ଦିଆଯିବ। ତିନିମାସରୁ ଅଧିକ ସମୟ ଧରି ବୁଷ୍ଟର ଡୋଜ ନେଇସାରିଥିବା ଲୋକଙ୍କୁ ଏହି ଡୋଜ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe