Advertisment

ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କଲା ଚୀନ୍‌

ନୂଆଦିଲ୍ଲ: ଭାରତ ଫେରିଲେ ନିଖୋଜ ଯୁବକ।  ଲାଇନ୍‌ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି)ରୁ ନିଖୋଜ ଥିବା ଅରୁଣାଚଳ ପ୍ରଦେଶର  ମିରାମ ଟାରୋନ ତାଙ୍କ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମିରାମଙ୍କୁ ଚୀନର ପିଏଲଏ ଭାରତୀୟ ସେନାକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ସମ୍ପୃକ୍ତ ଯୁବକ ଶ୍ରୀ ମିରାମ ଟାରୋନଙ୍କୁ  ଚୀନର ପିଏଲଏ ହସ୍ତାନ୍ତର କରିଛି। ଡାକ୍ତରୀ ପରୀକ୍ଷା ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ […]

ଅଦ୍ୟତନ ହୋଇଛି
ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କଲା ଚୀନ୍‌

China-army-1

Advertisment

ନୂଆଦିଲ୍ଲ: ଭାରତ ଫେରିଲେ ନିଖୋଜ ଯୁବକ।  ଲାଇନ୍‌ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି)ରୁ ନିଖୋଜ ଥିବା ଅରୁଣାଚଳ ପ୍ରଦେଶର  ମିରାମ ଟାରୋନ ତାଙ୍କ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମିରାମଙ୍କୁ ଚୀନର ପିଏଲଏ ଭାରତୀୟ ସେନାକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ସମ୍ପୃକ୍ତ ଯୁବକ ଶ୍ରୀ ମିରାମ ଟାରୋନଙ୍କୁ  ଚୀନର ପିଏଲଏ ହସ୍ତାନ୍ତର କରିଛି। ଡାକ୍ତରୀ ପରୀକ୍ଷା ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିବା ସେ ସୂଚନା ଦେଇଛନ୍ତି।
https://twitter.com/KirenRijiju/status/1486608567272546307?s=20

Advertisment

ପୂର୍ବରୁ ମିରାମ ଟାରୋନ ଭାରତରୁ ଚୀନ୍‌ ଅଧିକୃତ ଅଞ୍ଚଳକୁ ପଳାଇ ଆସିଥିବା  ଚୀନର ପିପୁଲ ଲିବେରସନ୍ ଆର୍ମି(ପିଏଲଏ) ତରଫରୁ ସୂଚନା ଦିଆଯାଇଥିଲା। ତେବେ ପାହାଡ଼ି ଅଞ୍ଚଳରେ ପାଗ ଖରାପ ଯୋଗୁ ତାଙ୍କୁ ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହୋଇଥିଲା ବୋଲି ଚୀନ ପକ୍ଷରୁ କୁହାଯାଇଛି। ଗତ ଜାନୁଆରୀ ୨୫ରେ ମିରାମଙ୍କୁ ସୀମାରୁ ଚୀନ ସେନା ଅପହରଣ କରିଥିବା  କିରଣ ଟ୍ୱିଟ୍‌ କରିଥିଲେ। ତେବେ ଗୁରୁବାର ସେ ସମ୍ପୂର୍ଣ୍ଣ ନିରାପଦ ଭାବେ ନିଜ ଘରକୁ ଫେରିଥିବା କିରଣ ଟ୍ୱିଟ୍‌ କରି ଜଣାଇଛନ୍ତି। ସୂଚନା ଅନୁଯାୟୀ, ସୀମା ନିକଟରେ ବୁଲୁଥିବାବେଳେ ମିରାମ ଟାରୋନକୁ ଗତ ୧୮ତାରିଖରେ ପିଏଲଏ ପକ୍ଷରୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଥିଲା। ତା’ ସହିତ ଥିବା ଅନ୍ୟ ଜଣେ ଯୁବକ ଖସିଆସି ସ୍ଥାନୀୟ ପ୍ରଶାସନ ଓ ଭାରତୀୟ ସେନାକୁ ଜଣାଇଥିଲା ।

ଏହା ପରେ ଏହି ଅପହରଣ ସଂପର୍କରେ ସ୍ଥାନୀୟ ବିଜେପି ସାଂସଦ ଟାପିର ଗାଓ ଟୁଇଟ୍ କରି ଜଣାଇଥିଲେ । ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ ମଧ୍ୟ ଟ୍ୱିଟ୍‌ କରି ଜଣାଇଥିଲେ।  ଏହା ପରେ ଭାରତୀୟ ସେନା ଓ ସରକାରଙ୍କ ପକ୍ଷରୁ ଉକ୍ତ ଯୁବକକୁ ମୁକ୍ତ କରିବାକୁ ସେନା ହଟଲାଇନ ମାଧ୍ୟମରେ ପିଏଲଏ ସହିତ ସଂପର୍କ କରାଯାଇଥିଲା । କୂଟନୈତିକ ସ୍ତରରେ ବି ଏ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ପରେ ଚୀନ ପକ୍ଷରୁ ଉକ୍ତ ଯୁବକ ତାଙ୍କ ନିକଟରେ ଥିବା ସ୍ୱୀକାର କରାଯିବା ସହ ତାଙ୍କୁ ଛାଡ଼ିବାକୁ ସଂକେତ ଦିଆଯାଇଥିଲା। ଅନ୍ୟ ପକ୍ଷରେ ଚୀନ କହିଛି ଯେ, ଉକ୍ତ ଯୁବକ ଜଣକ ବେଆଇନ ଭାବେ ଚୀନ ଇଲାକାରେ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ  ଅଟକ ରଖି ପଚରାଉଚରା କରରଯାଥିଲା। ତେବେ ଏଠି ତାଙ୍କୁ ମାନବିକତା ଦୃଷ୍ଟିରୁ ସବୁ ପ୍ରକାର ସହୟତା ଯୋଗରଇ ଦିଆଯାଥିଲା ବୋଲି ଚୀନ ପକ୍ଷରୁ କୁହାଯାଇଛି।

Advertisment
India-china Border Tension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe