Advertisment

ସିଜେଆଇ କହିଲେ ଆମେ କ’ଣ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିପାରିବୁ?

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଯୁଦ୍ଧ ଯୋଗୁ ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ମଧ୍ୟ ପ୍ରୟାସ କରୁଛନ୍ତି। ଏସବୁ ଭିତରେ ଭାରତୀୟଙ୍କ ଉଦ୍ଧାର ସମ୍ପର୍କରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏପରି ଏକ ଆବେଦନକୁ ଦେଖି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଶିକ୍ଷାର୍ଥୀଙ୍କ ଅବସ୍ଥା ଦେଖି ଆମେ ବି ଦୁଃଖିତ। କିନ୍ତୁ ଆମେ କ’ଣ […]

author-image
Hemant Lenka
ସିଜେଆଇ କହିଲେ ଆମେ କ’ଣ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିପାରିବୁ?

SC

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଯୁଦ୍ଧ ଯୋଗୁ ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ମଧ୍ୟ ପ୍ରୟାସ କରୁଛନ୍ତି। ଏସବୁ ଭିତରେ ଭାରତୀୟଙ୍କ ଉଦ୍ଧାର ସମ୍ପର୍କରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ପହଞ୍ଚିଛି।

Advertisment

ଏପରି ଏକ ଆବେଦନକୁ ଦେଖି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଶିକ୍ଷାର୍ଥୀଙ୍କ ଅବସ୍ଥା ଦେଖି ଆମେ ବି ଦୁଃଖିତ। କିନ୍ତୁ ଆମେ କ’ଣ କରିପାରିବୁ? ଆମେ କ’ଣ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିପାରିବୁ?”

ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ୟୁକ୍ରେନରେ ଫସିଥିବା ଶିକ୍ଷାର୍ଥୀଙ୍କ ଉଦ୍ଧାର ପାଇଁ ଗୋଟିଏ ଆବେଦନ କରି ଜରୁରୀ ଶୁଣାଣି ପାଇଁ ଦାବି କରିଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ ୟୁକ୍ରେନ ଓ ରୋମାନିଆ ସୀମାରେ ଏବେ ୨୫୦ ଜଣ ଶିକ୍ଷାର୍ଥୀ ଫସି ରହିଛନ୍ତି। ସେଠାରେ ତାପମାତ୍ରା ମାଇନ୍ସ ୭ ଡିଗ୍ରୀ। ଫସିଥିବା ଶିକ୍ଷାର୍ଥୀଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ରହିଛନ୍ତି। ଏବେ ସେମାନଙ୍କ ପାଖରେ ଟଙ୍କା ବି ନାହିଁ। ୬ ଦିନ ହେଲା ସେଠାକୁ କୌଣସି ବିମାନ ଯାଇନାହିଁ। ତେଣୁ କେନ୍ଦ୍ର ସରକାର ସେମାନଙ୍କୁ ତୁରନ୍ତ ଉଦ୍ଧାର କରନ୍ତୁ ବୋଲି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଜରିଆରେ ଅନୁରୋଧ କରିଥିଲେ।

Advertisment

ଏପରି ଏକ ଆବେଦନକୁ ଦେଖି ସିଜେଆଇ ଜଷ୍ଟିସ ରମନ୍ନା କହିଛନ୍ତି, ଆମେ ଏହି ସମସ୍ୟାରେ କ’ଣ କରିପାରିବୁ? ଶିକ୍ଷାର୍ଥୀଙ୍କ ଏପରି ଅବସ୍ଥା ଦେଖି ଆମକୁ ବି ଦୁଃଖ ଲାଗୁଛି। କାଲି ଆପଣ କହିବେ ସୁପ୍ରିମକୋର୍ଟ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। କ’ଣ ପୁଟିନଙ୍କୁ ଆମେ ଯୁଦ୍ଧ ରୋକିବାକୁ କହିପାରିବୁ? ଶିକ୍ଷାର୍ଥୀଙ୍କ ପାଇଁ ଆମେ ଚିନ୍ତିତ।

ସୁପ୍ରିମକୋର୍ଟ ଶିକ୍ଷାର୍ଥୀଙ୍କ ପ୍ରସଙ୍ଗରେ ଆଟର୍ଣ୍ଣି ଜନେରାଲଙ୍କ ସହ ଆଲୋଚନା କରିବେ। ଭାରତ ସରକାର ତାଙ୍କ କାମ କରୁଛନ୍ତି ବୋଲି ସିଜେଆଇ କହିଛନ୍ତି।

ଏହାପରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କୋର୍ଟରେ ହାଜର ହୋଇଥିଲେ। ସେ ସିଜେଆଇଙ୍କୁ ପୂରା ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟଙ୍କ ସୁରକ୍ଷାକୁ ନେଇ ପୁଟିନଙ୍କ ସହ କଥା ହୋଇଥିବା ମଧ୍ୟ ସେ ସିଜେଆଇଙ୍କୁ ଅବଗତ କରାଇଛନ୍ତି।

Russia-Ukraine War