CJI
ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ମୁହଁରେ ସଚିନ ତେନ୍ଦୁଲକରଙ୍କ ନାଁ। କୋର୍ଟ ଭିତରେ ସଚିନ ତେନ୍ଦୁଲକରଙ୍କ ତୁଳନା କରି ଆଇନଜୀବୀମାନଙ୍କୁ ପରାମର୍ଶ ଓ ସତର୍କ କରାଇଛନ୍ତି ସିଜେଆଇ। ଜଣେ ଆଇନଜୀବୀ ଗୋଟିଏ ମାମଲାରେ ନିଜର ପକ୍ଷ ରଖିବାକୁ ସିଜେଆଇଙ୍କ କୋର୍ଟରେ ହାଜର ହୋଇଥିଲେ।
କିନ୍ତୁ ସେ କେସ୍ ଫାଇଲ ଆଣି ନଥିବାରୁ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି, ବିନା ବ୍ୟାଟରେ ସଚିନ ତେନ୍ଦୁଲକର ଯେମିତି ଠିକ୍ କେସ୍ ଫାଇଲ ବିନର ଜଣେ ଆଇନଜୀବୀ ସେମିତି।
ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ବିନା କେସ୍ ଫାଇଲରେ ମାମଲାର ଶୁଣାଣି ପାଇଁ ଆସିଥିବା ଜଣେ ଆଇନଜୀବୀଙ୍କୁ ନୋଟିସ କରିଛନ୍ତି ଓ ଏହି ତ୍ରୁଟି ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ସିଜେଆଇ କହିଛନ୍ତି, “ଗୋଟିଏ ବ୍ରିଫ ବିନା ଜଣେ ଆଇନଜୀବୀ ଯାହା ବ୍ୟାଟ ବିନା ସଚିନ ତେନ୍ଦୁଲକର ସେଇଆ। ଏହା ଅତ୍ୟନ୍ତ ଅସୁନ୍ଦର। ଆପଣ ନିଜର ଗାଉନ ଓ ବ୍ୟାଣ୍ଡ ସହ ଅଛନ୍ତି। କିନ୍ତୁ ଆପଣଙ୍କ ପାଖରେ କାଗଜ ନାହିଁ। ଆପଣ ସବୁବେଳେ ନିଜ ସହ ନିଜର ବ୍ରିଫ ନେଇ ଆସିବେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/CJI-1.jpg)