/odisha-reporter/media/post_attachments/uploads/2022/05/Clash.jpg)
Clash
ଭୋପାଲ: ରାଜସ୍ଥାନର ନାଗାଉରରେ ଇଦ୍ ଉତ୍ସବ ପାଳନ ବେଳେ ଦୁଇ ମୁସଲିମ ଗୋଷ୍ଠୀ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ମୁସଲିମ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ରାମ ନବମୀ ଠାରୁ ରାଜସ୍ଥାନ ସାଂପ୍ରଦାୟିକ ଦଙ୍ଗାକୁ ଚର୍ଚ୍ଚାରେ ଥିବା ବେଳେ ଆଜି ନାଗାଉର୍ରେ ଏପରି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଇଦ୍ ପାଇଁ ନାଗାଉରରେ ଶତାଧିକ ମୁସଲିମ ସଂପ୍ରଦାୟର ଲୋକ ଏକାଠି ହୋଇଥିଲେ। ତେବେ ନମାଜ ପାଠ ପୂର୍ବରୁ ଦୁଇ ମୁସଲିମ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ଏହି ଯୁକ୍ତିତର୍କ ହାତାହାତି ସ୍ଥିତିକୁ ଯାଇଥିଲା।
ଶେଷରେ ଦୁଇ ଗୋଷ୍ଠୀର ସଦସ୍ୟମାନେ ପରସ୍ପରକୁ ପଥର ମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗଣ୍ଡଗୋଳକୁ ପ୍ରଶମିତ କରିବାରେ ସକ୍ଷମ ବି ହୋଇଥିଲା। ତେବେ ଏବେ ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
କିନ୍ତୁ ପ୍ରକୃତିରେ କେଉଁ କାରଣ ପାଇଁ ଦୁଇ ମୁସଲିମ ଗୋଷ୍ଠୀ ମୁହାଁମୁହିଁ ହେଲେ, ସେକଥା ଜଣାପଡ଼ିନି। ଘଟଣାରେ କେତେ ଜଣ ଆହତ ହୋଇଛନ୍ତି କିମ୍ବା କାହାକୁ ଗିରଫ କରାଯାଇଛି କି ନାହିଁ, ସେ ବିଷୟରେ ପୁଲିସ୍ କିଛି ବି କହିନି।
ଏହାପୂର୍ବରୁ ରାଜସ୍ଥାନର ଯୋଧପୁରରେ ମସଜିଦରେ ଲାଉଡସ୍ପିକର ବାଜିବାକୁ ନେଇ ଆଜି ଦୁଇ ସଂପ୍ରଦାୟର ଲୋକ ମୁହାଁମୁହିଁ ହୋଇଥିଲେ। ଦୁଇ ସଂପ୍ରଦାୟର ଲୋକ ପରସ୍ପରକୁ ପଥର ମାଡ଼ କରିବା ସହ ଆକ୍ରମଣ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ପୋଡ଼ାଜଳା ମଧ୍ୟ ଦେଖିବାକୁ ମିଳିଥିଲା। ସ୍ଥିତିକୁ ଦେଖି ପୁଲିସ୍ ୧୦ଟି ସ୍ଥାନରେ କର୍ଫ୍ୟୁ ଲାଗୁ କରିଛି। ସେହିପରି ୫ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
