Advertisment

୭ମ ଶ୍ରେଣୀ ପ୍ରଶ୍ନପତ୍ରରେ କଶ୍ମୀର ଗୋଟିଏ ଦେଶ!

ପାଟନା: ବିବାଦରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର। ବିହାରରେ ଅନୁଷ୍ଠିତ ୭ମ ଶ୍ରେଣୀ ପ୍ରଶପତ୍ରରେ କଶ୍ମୀରକୁ ଗୋଟିଏ ଦେଶ ଭାବେ ଚିତ୍ରିତ କରାଯାଇଛି। କିଷନଗଞ୍ଜ ସ୍କୁଲରେ ଏପରି ତ୍ରୁଟିକୁ ନେଇ ବିବାଦ ଦେଖାଯାଇଛି। ବିବାଦରେ ରାଜନୀତିକ ରଙ୍ଗ ଲାଗିବା ପରେ ବାକଯୁଦ୍ଧ ତୀବ୍ର ହୋଇଛି। ବିବାଦ ବଢ଼ୁଥିବାରୁ ରାଜ୍ୟ ଶିକ୍ଷାମନ୍ତ୍ରୀ ଏହି ତ୍ରୁଟିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ ସେ କିଷନଗଞ୍ଜ ସ୍କୁଲର ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଘଟଣାର ତଦନ୍ତ ଜିଲ୍ଲା ମାଜିଷ୍ଟ୍ରେଟ […]

୭ମ ଶ୍ରେଣୀ ପ୍ରଶ୍ନପତ୍ରରେ କଶ୍ମୀର ଗୋଟିଏ ଦେଶ!

7

Advertisment

ପାଟନା: ବିବାଦରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର। ବିହାରରେ ଅନୁଷ୍ଠିତ ୭ମ ଶ୍ରେଣୀ ପ୍ରଶପତ୍ରରେ କଶ୍ମୀରକୁ ଗୋଟିଏ ଦେଶ ଭାବେ ଚିତ୍ରିତ କରାଯାଇଛି। କିଷନଗଞ୍ଜ ସ୍କୁଲରେ ଏପରି ତ୍ରୁଟିକୁ ନେଇ ବିବାଦ ଦେଖାଯାଇଛି। ବିବାଦରେ ରାଜନୀତିକ ରଙ୍ଗ ଲାଗିବା ପରେ ବାକଯୁଦ୍ଧ ତୀବ୍ର ହୋଇଛି।

Advertisment

ବିବାଦ ବଢ଼ୁଥିବାରୁ ରାଜ୍ୟ ଶିକ୍ଷାମନ୍ତ୍ରୀ ଏହି ତ୍ରୁଟିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ ସେ କିଷନଗଞ୍ଜ ସ୍କୁଲର ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଘଟଣାର ତଦନ୍ତ ଜିଲ୍ଲା ମାଜିଷ୍ଟ୍ରେଟ କରିବେ। ଏଥିସହ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସେ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପାଇଁ ପ୍ରଶ୍ନ ତିଆରି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

୭ମ ଶ୍ରେଣୀର ଇଂରାଜୀ ବିଷୟ ପ୍ରଶ୍ନପତ୍ରରେ ପିଲାଙ୍କୁ ପଚାରି ଯାଉଥିଲା ଯେ ୫ ଦେଶ-ଚାଇନା, ନେପାଳ, ଇଂଲଣ୍ଡ, କଶ୍ମୀର ଓ ଭାରତର ଲୋକମାନଙ୍କୁ କ’ଣ କୁହାଯାଏ। ୨୦୧୭ ବୈଶାଳୀରେ ସ୍ଥିତ ଗୋଟିଏ ସ୍କୁଲରେ ମଧ୍ୟ ସମାନ ପ୍ରଶ୍ନ ପିଲାମାନଙ୍କୁ ପଚରାଯାଇଥିଲା। ସେତେବେଳେ ମଧ୍ୟ ଏହାକୁ ନେଇ ବିବାଦ ହୋଇଥିଲା।

Advertisment

ଏବେ ପୁଣି ଘଟଣାକୁ ନେଇ ରାଜନୀତିକ ବିବାଦ ଦେଖାଦେଇଛି। ବିଜେପିର ବିହାର ମୁଖ୍ୟ ସଞ୍ଜୟ ଜୈସୱାଲ ସୋଶାଲ ମିଡିଆରେ ପ୍ରଶ୍ନପତ୍ରର ଗୋଟିଏ କପି ପୋଷ୍ଟ କରି ଲେଖିଛନ୍ତି, ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଏତେ ବ୍ୟସ୍ତ ହୋଇପଡ଼ିଛନ୍ତି ଯେ ସେମାନେ ୭ମ ଶ୍ରେଣୀର ପିଲାମାନଙ୍କୁ ଦେଶ ବିରୋଧୀ ପ୍ରଶ୍ନପତ୍ର ଦେଉଛନ୍ତି।

ବିଜେପିର କିଷନଗଞ୍ଜ ଜିଲ୍ଲା ସଭାପତି ସୁଶାନ୍ତ ଗୋପେ କହିଛନ୍ତି, ମହାଗଠବନ୍ଧନ ନିଜର ରାଜନୀତିକ ସ୍ୱାର୍ଥ ପାଇଁ ଏପରି ଉଦ୍ୟମ କରିଛି। କଶ୍ମୀର ଓ ଭାରତ ଅଲଗା ବୋଲି ପିଲାମାନଙ୍କ ମୁଣ୍ଡରେ ଧାରଣା ଭର୍ତ୍ତି ପାଇଁ ଏହା ଏକ ଉଦ୍ୟମ। ଏହା ତ୍ରୁଟି ନୁହେଁ, ଆସନ୍ତା ନିର୍ବାଚନରେ ରାଜନୀତିକ ସ୍ୱାର୍ଥ ସାଧନ ପାଇଁ ଏହା ନୀତୀଶ କୁମାରଙ୍କ ଷଡ଼ଯନ୍ତ୍ରର ଗୋଟିଏ ଅଂଶବିଶେଷ ବୋଲି ସେ କହିଛନ୍ତି।

Kashmir question paper IANS
ତେବେ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ପୂରା ଘଟଣାକୁ ରାଜନୀତିକ ରଙ୍ଗ ନେବାକୁ ଅନୁରୋଧ କରିଛନ୍ତି। ମୁଦ୍ରଣ ତ୍ରୁଟି ଯୋଗୁ ଏପରି ହୋଇଛି। ବେଳେବେଳେ ଏମିତି ତ୍ରୁଟି ହୋଇଥାଏ। ସରକାର ଏହାକୁ ଗୁରୁତର ସହ ନେଇ ତ୍ରୁଟି ସୁଧାରିବା ଆରମ୍ଭ କରିଛନ୍ତି। ଦୋଷୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe