Advertisment

ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ୍‌ ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଚଳିତ ପାଳିରେ ବି.ଏସ୍‌ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟକାଳକୁ ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ସେ ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଇସ୍ତଫା ଦେଲେ ୟେଦ୍ୟୁରପ୍ପା

yediyurappa

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ୍‌ ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

Advertisment

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଚଳିତ ପାଳିରେ ବି.ଏସ୍‌ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟକାଳକୁ ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ସେ ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବା ପରେ ୟେଦ୍ୟୁରପ୍ପା ଗଣମାଧ୍ୟମକୁ କହିଛନ୍ତି,  କାହାରି ଚାପରେ ନୁହେଁ, ମୁଁ ନିଜ ଇଚ୍ଛାରେ ଇସ୍ତଫା ଦେଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ମୁଁ କାହାରି ନାଁ ସୁପାରିଶ କରିବିନି।

Advertisment

ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଜେପିର ଏହି ବରିଷ୍ଠ ଲିଙ୍ଗାୟତ ନେତା ଇସ୍ତଫା ଦେବାପରେ ଏବେ ଏହି ପଦରେ କିଏ ବସିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂହଙ୍କ ମଧ୍ୟରେ ବୈଠକ ଚାଲିଛି।

ଆଗାମୀ ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ବର୍ଗରୁ କରିବା ପାଇଁ କେନ୍ଦ୍ର ବିଜେପି ଚିନ୍ତା କରୁଥିବା ଜଣାପଡ଼ିଛି। ୟେଦ୍ୟୁରପ୍ପା ଇସ୍ତଫା ଦେବା ନେଇ ଚର୍ଚ୍ଚା ବଢ଼ିବା ପରେ ଦୀର୍ଘ ଦିନ ହେବ ଲିଙ୍ଗାୟତ ବର୍ଗର ଅନ୍ୟତମ ଟାଣୁଆ ନେତା ପଞ୍ଚମାଶଳୀ ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ ହେବାକୁ ଦାବି କରି ଆସୁଛନ୍ତି। ଅନ୍ୟପଟେ ଏହି ବର୍ଗରେ ଅନ୍ୟ ନେତା ବସନଗୌଡ଼ା ରମନଗୌଡ଼ା ପାଟିଲ ଯନ୍ତଲ, ଅରବିନ୍ଦ ବେଲାଡ ଏବଂ ମୁରଗେଶ ନାରିନଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛି ବୋଲି ଚର୍ଚ୍ଚା ହେଉଛି।

ସବୁଠୁ ବଡ଼ କଥା ହେଲା ମୁରଗେଶ ନାରିନ ଏବେ ଦିଲ୍ଲୀରେ ଅଛନ୍ତି। ସେ ରାଜ୍ୟରେ ଖଣି ମନ୍ତ୍ରୀ ରହିଛନ୍ତି। ରବିବାର ସେ ବିଜେପିର ଶୀର୍ଷ ନେତାଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ନାରିନ ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିକଟତମ ତଥା ବିଶ୍ୱସ୍ତ ବୋଲି ଜଣାପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ଦିଆଯାଇପାରେ ବୋଲି କୁହାଯାଉଛି। ସେହିପରି କର୍ଣ୍ଣାଟକର ଗୃହମନ୍ତ୍ରୀ ବସଭରାଜ ବୋମାଇ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଯଦି ବିଜେପି ହାଇକମାଣ୍ଡ ଗୌଡ଼ା ସମୁଦାୟକୁ ଗୁରୁତ୍ୱ ଦେବ, ତା’ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ନହେଲେ ବିଜେପି ଜେନେରାଲ ସେକ୍ରେଟେରୀ ସିଟି ରବି ହୋଇପାରନ୍ତି ମୁଖ୍ୟମନ୍ତ୍ରୀ। ହେଲେ ଗତ ଦୁଇ ସପ୍ତାହ ହେବ ଏହି ପଦ ପାଇବା ପାଇଁ କିଛି ଦଳିତ ନେତା ଦାବି କରି ଆସୁଛନ୍ତି। ତେଣୁ ଉପମୁଖ୍ୟମନ୍ତ୍ରୀ ପଦରେ ଥିବା ଗୋବିନ୍ଦ କର୍ଜୋଲ ଏବଂ ବି ଶ୍ରୀରାମୁଲୁଙ୍କ ନାଁ ବି ଚର୍ଚ୍ଚାରେ ରହିଛି।