Advertisment

'ମାସ୍କ ପିନ୍ଧିଲେ ଲାଗୁ ହେବନି ଲକ୍‌ଡାଉନ୍‌'

ନୂଆଦିଲ୍ଲୀ: ‘ଯଦି ସମସ୍ତେ ମାସ୍କ ପିନ୍ଧନ୍ତି ତେବେ ଲାଗୁ ହେବନି ଲକଡାଉନ। କେବଳ ବଡିବ କଟକଣା। ଲକ୍‌ଡାଉନ୍‌ ଲାଗୁ କରିବା ନେଇ ସେ ଭଳି କିଛି ଉଦ୍ଦେଶ୍ୟ ନାହିଁ।’ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହୁ ହୁ ହୋଇ ବଢ଼ି ଚାଲିଛି। ଏହାରି ଭିତରେ ଆଜି ଏଭଳି କିଛି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଚାରିଆଡେ ହୁ ହୁ ବଢ଼ି ଚାଲିଛି କରୋନା ମାମଲା। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ମୁହାଁ ହେଲାଣି। […]

ଅଦ୍ୟତନ ହୋଇଛି
'ମାସ୍କ ପିନ୍ଧିଲେ ଲାଗୁ ହେବନି ଲକ୍‌ଡାଉନ୍‌'

Delhi

Advertisment

ନୂଆଦିଲ୍ଲୀ: 'ଯଦି ସମସ୍ତେ ମାସ୍କ ପିନ୍ଧନ୍ତି ତେବେ ଲାଗୁ ହେବନି ଲକଡାଉନ। କେବଳ ବଡିବ କଟକଣା। ଲକ୍‌ଡାଉନ୍‌ ଲାଗୁ କରିବା ନେଇ ସେ ଭଳି କିଛି ଉଦ୍ଦେଶ୍ୟ ନାହିଁ।' ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହୁ ହୁ ହୋଇ ବଢ଼ି ଚାଲିଛି। ଏହାରି ଭିତରେ ଆଜି ଏଭଳି କିଛି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Advertisment

ଚାରିଆଡେ ହୁ ହୁ ବଢ଼ି ଚାଲିଛି କରୋନା ମାମଲା। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ମୁହାଁ ହେଲାଣି। ଦିଲ୍ଲୀ ମହାରାଷ୍ଟ୍ରରୁ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସୁଛି। ଏହାରି ଭିତରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ନାକୁ ଆସି ଲକଡାଉନ୍‌ ଲାଗୁ କରାଯିବ ନାହିଁ ବୋଲି କହିଛନ୍ତି। ଆସନ୍ତାକାଲି ଡିଡିଏମ୍‌ଏ ସହ କରୋନାକୁ ନେଇ ସମୀକ୍ଷା ବୈଠକ ହେବ।

କେଜ୍ରିୱାଲ କହିଛନ୍ତି ଯେ ସେ କେନ୍ଦ୍ର ସରକାରଙ୍କ ସହ ଲଗାତର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ରର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛି। ଏହାପୂର୍ବରୁ ଦିଲ୍ଲୀର ଲୋକମାନେ ମଧ୍ୟ କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରି ତାକୁ ହରାଇଥିଲେ। ଏଥର ମଧ୍ୟ ଏହି ଲହରକୁ ଦିଲ୍ଲୀବାସୀ ମାତ୍‌ ଦେବେ। ଯେଉଁମାନେ ଟିକା ନେଇନାହାଁନ୍ତି, ସେମାନେ ନିଶ୍ଚିତ ଭାବେ ଟିକା ନିଅନ୍ତୁ। ଟୀକାକରଣର ଅର୍ଥ ନୁହେଁ ଯେ ଆପଣ ସଂକ୍ରମିତ ହେବେ ନାହିଁ। ଏହା ଆପଣଙ୍କ ଜୀବନ ପ୍ରତି ବିପଦକୁ ହ୍ରାସ କରିଥାଏ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

କେଜ୍ରିୱାଲ ଆହୁରି କହିଛନ୍ତି, 'ମୁଁ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲି। ପ୍ରାୟ ୭ରୁ ୮ ଦିନ ହୋମ୍‌ ଆଇସୋଲେସନ୍‌ରେ ଥିଲି। ମୋତେ ୨ ଦିନ ଜ୍ୱର ହୋଇଥିଲା। ଏହାପରେ ମୁଁ ଠିକ୍‌ ଥିଲି। କରୋନା ନିୟମାନୁସାରେ ୭ରୁ ୮ ଦିନ ଯାଏଁ ହୋମ୍‌ ଆଇସୋଲେସନରେ ରହିଲି, କିନ୍ତୁ ଫୋନ୍‌ ମାଧ୍ୟମରେ ଦିଲ୍ଲୀର ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହ କରୋନା ଉପରେ ଦୃଷ୍ଟି ରଖିଥିଲି।'

ଗତକାଲି ଦିଲ୍ଲୀରେ ପ୍ରାୟ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିଥିଲା ଆଜି ୨୨ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିପାରେ। ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଏକ ଚିନ୍ତାର ବିଷୟ, କିନ୍ତୁ ଭୟଭୀତ ହେବା ଆବଶ୍ୟକ ନୁହେଁ। ଗତ ବର୍ଷ ଏପ୍ରିଲ-ମେ' ମାସରେ ଯେଉଁ ଲହର ଆସିଥିଲା ସେଥିରେ ପ୍ରତିଦିନ ଏତିକି ହିଁ ସଂକ୍ରମିତ ହେଉଥିଲେ ବୋଲି କହିଛନ୍ତି କେଜ୍ରିୱାଲ।

https://twitter.com/ANI/status/1480067466239774722?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe