Advertisment

ସିଏନଜି ଦର ବି ବଢ଼ିଲା, ଏସି ଅନ୍‌ କରିବେନି କ୍ୟାବ ଚାଳକ

ନୂଆଦିଲ୍ଲୀ: ଲୋକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ, ଡିଜେଲ, ଏଲପିଜି ସିଲିଣ୍ଡର ଦର ସହ ତାଳ ଦେଇ ଏବେ ସିଏନଜି ଦାମ ମଧ୍ୟ ବୃଦ୍ଧି ପାଇଛି। ଆଜିଠାରୁ ଆଇଜିଏଲ ଦିଲ୍ଲୀରେ ସିଏନଜି ଦାମକୁ କେଜି ପିଛା ୨.୫ ଟଙ୍କା ବଢ଼ାଇଛି। ଫଳରେ ୧ କେଜି ସିଏନଜିର ଦାମ ୬୪.୧୧ ଟଙ୍କାରେ ପହଞ୍ଚି ଯାଇଛି। ଆଜି ସକାଳୁ ହିଁ ଏହି ଦର ଲାଗୁ ହୋଇଛି। ଦର ବୃଦ୍ଧି ଯୋଗୁ ଦିଲ୍ଲୀର କ୍ୟାବ୍ ଡ୍ରାଇଭରମାନେ ବଡ଼ ପଦକ୍ଷେପ […]

ଅଦ୍ୟତନ ହୋଇଛି
ସିଏନଜି ଦର ବି ବଢ଼ିଲା, ଏସି ଅନ୍‌ କରିବେନି କ୍ୟାବ ଚାଳକ

CNG

Advertisment

ନୂଆଦିଲ୍ଲୀ: ଲୋକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ, ଡିଜେଲ, ଏଲପିଜି ସିଲିଣ୍ଡର ଦର ସହ ତାଳ ଦେଇ ଏବେ ସିଏନଜି ଦାମ ମଧ୍ୟ ବୃଦ୍ଧି ପାଇଛି। ଆଜିଠାରୁ ଆଇଜିଏଲ ଦିଲ୍ଲୀରେ ସିଏନଜି ଦାମକୁ କେଜି ପିଛା ୨.୫ ଟଙ୍କା ବଢ଼ାଇଛି। ଫଳରେ ୧ କେଜି ସିଏନଜିର ଦାମ ୬୪.୧୧ ଟଙ୍କାରେ ପହଞ୍ଚି ଯାଇଛି। ଆଜି ସକାଳୁ ହିଁ ଏହି ଦର ଲାଗୁ ହୋଇଛି।

Advertisment

ଦର ବୃଦ୍ଧି ଯୋଗୁ ଦିଲ୍ଲୀର କ୍ୟାବ୍ ଡ୍ରାଇଭରମାନେ ବଡ଼ ପଦକ୍ଷେପ ନେଇଛନ୍ତି। ଅସହ୍ୟ ଗରମ ସତ୍ତ୍ୱେ ସେମାନେ ଦର ବୃଦ୍ଧିକୁ ବିରୋଧ କରି ନିଜ କାରରେ ଏସି ଅନ୍ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଦିଲ୍ଲୀର ଜଣେ କ୍ୟାବ ଡ୍ରାଇଭର କହିଛନ୍ତି, “ଦର ବୃଦ୍ଧି ଯୋଗୁ ଆମେ ସମସ୍ୟାରେ ପଡ଼ୁଛୁ। ଏଣିକି କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆମେ ଆଉ ଏସି ଅନ୍ କରିବାକୁ ନାହିଁ। ଏସି ଦ୍ୱାରା ଅଧିକ ଗ୍ୟାସ୍‌ ଖର୍ଚ୍ଚ ହେଉଛି।”

Advertisment

ଏହାପୂର୍ବରୁ ଏପ୍ରିଲ ୧ରେ ସିଏନଜିର ଦାମ କେଜି ପିଛା ୮୦ ପଇସା ମହଙ୍ଗା ହୋଇଥିଲା। ଗ୍ୟାସ୍‌ ଇନପୁଟ ଦାମ ବଢ଼ୁଥିବାରୁ କମ୍ପାନୀ ବାଧ୍ୟ ହୋଇ ସିଏନଜି ଦାମ ବୃଦ୍ଧି କରୁଥିବା କହିଛି।

ସୂଚନାଯୋଗ୍ୟ, ଆଜି ପେଟ୍ରୋଲ ଓ ଡିଜେଲ ଦାମ ମଧ୍ୟ ଦିଲ୍ଲୀରେ ୪୦ ପଇସା ଲେଖାଏ ମହଙ୍ଗା ହୋଇଛି। ଏହାକୁ ମିଶାଇ ୧୪ ଦିନରେ ତୈଳଦର ଲିଟର ପିଛା ପ୍ରାୟ ୮.୪୦ ଟଙ୍କା ବଢ଼ିଲାଣି।

Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe