indian-cobra
ରାୟପୁର: ୮ ବର୍ଷର ଦୀପକ ଘର ଅଗଣାରେ ଖେଳୁଥିଲା। ଏହି ସମୟରେ ଏକ ନାଗସାପ ଆସି କୁନି ପିଲାଟିକୁ ଦଂଶନ କଲା। ଏଥିରେ ଦୀପକ ଉତକ୍ଷିପ୍ତ ହୋଇପଡ଼ିଲା। ଆଉ ସାପଟିକୁ ଧରି ସେ ମଧ୍ୟ କାମୁଡ଼ି ପକାଇଲା। କାମୁଡ଼ି କାମୁଡ଼ି ସାପିଟିକୁ ଘଟଣାସ୍ଥଳରେ ମାରିଦେଲା। ଏମିତି ଏକ ଅଦ୍ଭୁତ ଘଟଣା ଛତିଶଗଡ଼ର ଜାସପୁର ଜିଲ୍ଲାରେ ଘଟିଛି। ପିଲାଟି କହିଛି ଯେ, ସାପଟି ମୋ ହାତରେ ଗୋଡ଼ାଇ ହୋଇ ଚୋଟ ମାରିଲା। ମୋତେ ଭାରି କଷ୍ଟ ହାଲା। ତେବେ ସେ ଚେଷ୍ଟା କରି ସାପଟିକୁ ହାତରୁ ନକାଢିବାରୁ ସାପଟିକୁ ପାଲଟା କାମୁଡ଼ି ମାରି ଦେଇଥିଲା। ଏହା ପରେ ଘଟଣା ବିଷୟରେ ଦୀପକ ପରିବାର ଲୋକଙ୍କୁ କହିଥିଲା। ସଙ୍ଗେ ସଙ୍ଗେ ଦୀପକକୁ ମେଡିକାଲ ନିଆଯାଇଥିଲା।
ସେଠାରେ ଦୀପକକୁ ଆଣ୍ଟିଭେମନ ଇଞ୍ଜେକ୍ସନ ଦିଆଯାଇଥିଲା। ମେଡିକାଲରେ ତାଙ୍କୁ ଦିନକ ପାଇଁ ରଖାଯାଇଥିଲା। ତେବେ ପିଲାଟିର ମେଡିକାଲ ଚେକଅପ ପରେ ଡାକ୍ତର କହିଛନ୍ତି ଯେ, ସାପଟି ଦଂଶନ କରିଛି ସତ, କିନ୍ତୁ ଏହା ଡ୍ରାଏ ବାଇଟ୍ ଥିଲା। ଅର୍ଥାତ ସାପଟି କାମୁଡ଼ିବା ବେଳେ କୌଣସି ବିଷ ନିର୍ଗତ କରି ନାହିଁ। ପରେ ୮ ବର୍ଷର ବାଳକଟିକୁ ହସପିଟାଲରୁ ଡିସଚାର୍ଜ କରାଯାଇଛି। ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/02/indian-cobra.jpg)