communal-clashes-during-ram-navami
ନୂଆଦିଲ୍ଲୀ: ରାମ ନବମୀ ଅବସରରେ ସାମ୍ପ୍ରଦାୟିକ ସଂଘର୍ଷ। ରବିବାର ରାମ ନବମୀ ଶୋଭାଯାତ୍ରା ବେଳେ ୪ ରାଜ୍ୟରେ ଦେଖିବାକୁ ମିଳିଛି ହିଂସା। ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡରେ ରାମ ନବମୀ ଉପଲକ୍ଷେ ଆୟୋଜିତ ଶୋଭଯାତ୍ରା ବେଳେ ସଂଘର୍ଷ ଘଟିଛି। ବିଭିନ୍ନ ସ୍ଥାନରେ ପୋଡାଜଳା ଓ ପଥର ମାଡ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଗୁଜରାଟର ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ପୁଲିସ କହିଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଶୋଭାଯାତ୍ରାରେ ହିଂସାକାଣ୍ଡ ଏବଂ ପୋଡ଼ାଜଳା କାରଣରୁ ମଧ୍ୟପ୍ରଦେଶର ଖାର୍ଗୋନ୍ର କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଗୁଜରାଟର ଆନନ୍ଦ ଜିଲ୍ଲା ଅନ୍ତର୍ଗତ ଖମ୍ଭଟ ଏବଂ ସବରକଣ୍ଠ ଜିଲ୍ଲାର ହିମ୍ମତନଗରରେ ରାମ ନବମୀ ଶୋଭାଯାତ୍ରା ବେଳେ ଭିନ୍ନ ସମ୍ପ୍ରଦାୟ ସହିତ ସଂଘର୍ଷ ଘଟିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଉଭୟ ଶୋଭାଯାତ୍ରାରେ ପଥର ଫିଙ୍ଗାଫିଙ୍ଗି ଓ ପୋଡ଼ାଜଳା ହୋଇଥିଲା। ଖମ୍ଭଟ୍ରେ ଜଣେ ବ୍ୟକ୍ତିଙ୍କ ମ୍ୟୃତଦେ ଉଦ୍ଧାର କରାଯାଇଛି। ଉକ୍ତ ମୃତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ଥିବା କୁହାଯାଉଛି।
ସେହିପରି ପଶ୍ଚିମବଙ୍ଗର ଶିବପୁର ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିସଦ ପକ୍ଷରୁ ରାମ ନବମୀ ଶୋଭାଯାତ୍ରା ବାହାର କରାଯାଇଥିଲା। ଏତିକି ବେଳେ ହିଂସା ଦେଖିବାକୁ ମିଳିଥିଲା। ମାରପିଟ୍ ପଥରମାଡ ଯୋଗୁଁ ଅନେକ ଆହତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ହାଓଡ଼ାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ବିରୋଧୀ ବିଜେପି ଅଭିଯୋଗ କରିଛି ଯେ, ପୁଲିସ ହିଁ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ଜନତାଙ୍କୁ ପୁଲିସ ମାରପିଟ୍ କରିଥିବା କଥା ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି।
ସେହିପରି, ଝାଡ଼ଖଣ୍ଡର ଲୋହାଡାଗା ଅଞ୍ଚଳରେ ମଧ୍ୟ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିବା ସୂଚନା ମିଳିଛି। ଏହି ସଂଘର୍ଷରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
https://twitter.com/Amit_Thakur_BJP/status/1513235415238524928?s=20&t=8uBHzNZh49fpH1gsNJy4sw
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/communal-clashes-during-ram-navami.jpg)