Advertisment

ଏହି ସରକାରୀ ବଙ୍ଗଳାକୁ ନେଇ ନିଶଙ୍କ ଏବଂ ସିନ୍ଧିଆଙ୍କ ମଧ୍ୟରେ ଛକାପଞ୍ଝା

ନୂଆଦିଲ୍ଲୀ: ଗୋଟିଏ ସରକାରୀ ବଙ୍ଗଳାକୁ ନେଇ ଆରମ୍ଭ ହୋଇଛି ମୋଦି ସରକାରର ପୂର୍ବତନ ମନ୍ତ୍ରୀ ଏବଂ ଏବେର ମନ୍ତ୍ରୀଙ୍କ ମଧ୍ୟରେ ଛକାପଞ୍ଝା। ଏହି ଦୁଇ ବିଜେପି ନେତା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ଏବେର ମନ୍ତ୍ରୀ ଜ୍ୟାତିରାଦିତ୍ୟ ସିନ୍ଧିଆ। ଏବେ ନିଶଙ୍କ ଦିଲ୍ଲୀର ୨୭ ସଫଦରଜଙ୍ଗ ରୋଡରେ ଥିବା ଏକ ବଙ୍ଗଳାରେ ରହୁଛନ୍ତି। ସେ ଏହି ବଙ୍ଗଳାକୁ ଖାଲି କରିବେନି ବୋଲି କହିଛନ୍ତି। ମନ୍ତ୍ରୀ ଭାବରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା, ଯାହା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଏହି ସରକାରୀ ବଙ୍ଗଳାକୁ ନେଇ ନିଶଙ୍କ ଏବଂ ସିନ୍ଧିଆଙ୍କ ମଧ୍ୟରେ ଛକାପଞ୍ଝା

27-safdarjang

ନୂଆଦିଲ୍ଲୀ: ଗୋଟିଏ ସରକାରୀ ବଙ୍ଗଳାକୁ ନେଇ ଆରମ୍ଭ ହୋଇଛି ମୋଦି ସରକାରର ପୂର୍ବତନ ମନ୍ତ୍ରୀ ଏବଂ ଏବେର ମନ୍ତ୍ରୀଙ୍କ ମଧ୍ୟରେ ଛକାପଞ୍ଝା। ଏହି ଦୁଇ ବିଜେପି ନେତା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ଏବେର ମନ୍ତ୍ରୀ ଜ୍ୟାତିରାଦିତ୍ୟ ସିନ୍ଧିଆ। ଏବେ ନିଶଙ୍କ ଦିଲ୍ଲୀର ୨୭ ସଫଦରଜଙ୍ଗ ରୋଡରେ ଥିବା ଏକ ବଙ୍ଗଳାରେ ରହୁଛନ୍ତି। ସେ ଏହି ବଙ୍ଗଳାକୁ ଖାଲି କରିବେନି ବୋଲି କହିଛନ୍ତି।

Advertisment

ମନ୍ତ୍ରୀ ଭାବରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା, ଯାହା ତାଙ୍କୁ ନିୟମ ଅନୁଯାୟୀ ମାସେ ମଧ୍ୟରେ ଖାଲି କରିବାକୁ ପଡିବ। କିନ୍ତୁ ଏବେ ସେ ଏହି ବଙ୍ଗଳାକୁ ଖାଲି କରିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି। ଏବେ ସେ ଏଥିରେ ରହିବାକୁ ଚାହୁଁଛନ୍ତି। ତାଙ୍କୁ ଏଥିପାଇଁ ଅନୁମତି ମଧ୍ୟ ମିଳିସାରିଛି। ତାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ କେହି କହି ନାହାନ୍ତି ବୋଲି ସେ କହିଛନ୍ତି। କିନ୍ତୁ ଏହି ମାମଲା ସେତେବେଳେ ବିବାଦକୁ ଆସିଲା ଯେତେବେଳେ ଏବେର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବଙ୍ଗଳାରେ ରହିବାକୁ ଲବି କରିବା ଆରମ୍ଭ କଲେ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଲୋକସଭା ସଚିବାଳୟର ନିୟମ ଅନୁଯାୟୀ ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ଲୋକସଭା ବାଚସ୍ପତିଙ୍କ ମଧ୍ୟରୁ କୌଣସି ସାଂସଦଙ୍କର ଦୁଇଟି ଯୋଗ୍ୟତା ଅଛି, ତେବେ ସେ ଟାଇପ୍ ୮ ବଙ୍ଗଳାରେ ରହିବାକୁ ଯୋଗ୍ୟ। ନିଶଙ୍କ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ। ତେଣୁ ସେ ଟାଇପ୍ ୮ ଘର ପାଇଁ ଲୋକସଭା ସଚିବାଳୟ ଦ୍ୱାରା ଅନୁମତି ପାଇଛନ୍ତି। ଏହା ବ୍ୟତୀତ କେହି ତାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ କହି ନାହାନ୍ତି।

Advertisment

କିନ୍ତୁ ସିନ୍ଧିଆ ଏହି ବଙ୍ଗଳାରେ ନିଜ ପରିବାର ସହ ଦୀର୍ଘ ସମୟ ଧରି ରହିଆସୁଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୧୯ରେ ଲୋକସଭା ନିର୍ବାଚନରେ ​​ହାରିବା ପୂର୍ବରୁ ଏଠାରେ ରହୁଥିଲେ। ଏହାପୂର୍ବରୁ ତାଙ୍କ ବାପା ମାଧବ ରାଓ ସିନ୍ଧିଆ ମଧ୍ୟ ବର୍ଷ ବର୍ଷ ଧରି ଏହି ବଙ୍ଗଳାରେ ରହୁଥିଲେ। ଏପରିକି ସେ ଏହି ବଙ୍ଗଳାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତେଣୁ ଏହି କାରଣରୁ ସିନ୍ଧିଆ ଏହି ବଙ୍ଗଳାରେ ରହିବାକୁ ଇଚ୍ଛା ରଖିଛନ୍ତି।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ଗତ ବର୍ଷ ଯେତେବେଳେ ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କୁ ତିନୋଟି ବଙ୍ଗଳା ଅଫର ଦିଆଯାଇଥିଲା, କିନ୍ତୁ ସେ ମନା କରିଦେଇଥିଲେ।ଏବେ ସିନ୍ଧିଆ ଆନନ୍ଦଲୋକରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ରହୁଛନ୍ତି। ୧୯୮୦ରେ ମାଧବରାଓ ସିନ୍ଧିଆ ରାଜୀବ ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ। ଏହାପରେ ସେ ଏହି ବଙ୍ଗଳା ପାଇଥିଲେ।