Advertisment

ପିକେଙ୍କ ବଡ଼ ବୟାନ: କଂଗ୍ରେସ ନିଜକୁ ନିଜେ ସଜାଡ଼ିବାକୁ ସକ୍ଷମ, ମୋର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ମାତ୍ର କିଛି ଦିନ ତଳେ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ଆଜି ଦଳ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ପିକେ କହିଛନ୍ତି, କଂଗ୍ରେସ ନିଜକୁ ନିଜେ ସଜାଡ଼ିବା ବା ପୁନଃଶକ୍ତିଶାଳୀ କରିବାକୁ ସକ୍ଷମ। ଦଳକୁ ସଜାଡ଼ିବା ପାଇଁ ମୋର କୌଣସି ଆବଶ୍ୟକତା ନାହିଁ। ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପିକେ କହିଛନ୍ତି, “ଦଳର ଭବିଷ୍ୟତ ଯୋଜନା ପାଇଁ କଂଗ୍ରେସ ନେତୃବୃନ୍ଦ ଓ ମୁଁ ଅନେକ ପ୍ରସଙ୍ଗରେ ଏକମତ ହୋଇଥିଲୁ। […]

author-image
Hemant Lenka
ଅଦ୍ୟତନ ହୋଇଛି
ପିକେଙ୍କ ବଡ଼ ବୟାନ: କଂଗ୍ରେସ ନିଜକୁ ନିଜେ ସଜାଡ଼ିବାକୁ ସକ୍ଷମ, ମୋର ଆବଶ୍ୟକତା ନାହିଁ

PK

ନୂଆଦିଲ୍ଲୀ: ମାତ୍ର କିଛି ଦିନ ତଳେ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ଆଜି ଦଳ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ପିକେ କହିଛନ୍ତି, କଂଗ୍ରେସ ନିଜକୁ ନିଜେ ସଜାଡ଼ିବା ବା ପୁନଃଶକ୍ତିଶାଳୀ କରିବାକୁ ସକ୍ଷମ। ଦଳକୁ ସଜାଡ଼ିବା ପାଇଁ ମୋର କୌଣସି ଆବଶ୍ୟକତା ନାହିଁ।

Advertisment

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପିକେ କହିଛନ୍ତି, “ଦଳର ଭବିଷ୍ୟତ ଯୋଜନା ପାଇଁ କଂଗ୍ରେସ ନେତୃବୃନ୍ଦ ଓ ମୁଁ ଅନେକ ପ୍ରସଙ୍ଗରେ ଏକମତ ହୋଇଥିଲୁ। କିନ୍ତୁ ସେମାନେ ନିଜେ ମଧ୍ୟ ସେଗୁଡ଼ିକୁ କରିବାକୁ ସକ୍ଷମ। ସେମାନଙ୍କ ପାଖରେ ଅନେକ ବଡ଼ବଡ଼ ନେତା ଅଛନ୍ତି। ମୋର କୌଣସି ଆବଶ୍ୟକତା ନାହିଁ। ସେମାନେ ମୋତେ ଦଳରେ ମିଶିବାକୁ ପ୍ରସ୍ତାବ ଦେଇଥିଲେ ଓ ମୁଁ ଏହାକୁ ବେଶ ବିନମ୍ରତାର ସହ ମନା କରିଦେଇଛି।

ମୁଁ ସେମାନଙ୍କୁ ଯାହା କହିବାକୁ ଚାହୁଁଥିଲି, ତା’ କହି ସାରିଛି। ୨୦୧୪ ପରେ ପ୍ରଥମଥର ପାଇଁ ଦଳ ନିଜର ଭବିଷ୍ୟତ ଯୋଜନାକୁ ନେଇ ଏପରି ଗଠନମୂଳକ ଆଲୋଚନା କରିଛି। କିନ୍ତୁ ମୋର କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ ଗ୍ରୁପ୍‌ କାର୍ଯ୍ୟକାରିତା ଉପରେ ସନ୍ଦେହ ରହିଛି। ସେମାନେ ଏହି ଗ୍ରୁପରେ ମୋତେ ଚାହୁଁଥିଲେ। ଏହି ଗ୍ରୁପ୍‌ ଆବଶ୍ୟକ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବ। ଏହାର କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି।”

Advertisment

କଂଗ୍ରେସ ପ୍ରସ୍ତାବକୁ ପିକେ ପ୍ରତ୍ୟାଖ୍ୟାନ କରିବା ପରେ ଅନେକ କଥା ଚର୍ଚ୍ଚାକୁ ଆସିଥିଲା। ପ୍ରିୟଙ୍କା ଗାନ୍ଧି ଭଦ୍ରା କଂଗ୍ରେସର ମୁଖିଆ ହୁଅନ୍ତୁ ବୋଲି ପିକେ ଚାହୁଁଥିଲେ। ହେଲେ ଏହାକୁ ଦଳୀୟ ନେତାମାନେ ଅଗ୍ରାହ୍ୟ କରିବାରୁ ପିକେ କଂଗ୍ରେସ ପ୍ରସ୍ତାବରେ ରାଜି ହୋଇ ନଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ପିକେ ଏହି ରିପୋର୍ଟକୁ ଆଜି ଗୁଜବ ବୋଲି କହିଛନ୍ତି।

ସେ କହିଛନ୍ତି, “ଦଳକୁ ନେତୃବୃନ୍ଦ ଚୟନ ପାଇଁ ଦିଆଯାଇଥିବା ଫର୍ମୁଲାରେ ରାହୁଲ ଗାନ୍ଧି କିମ୍ବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ନଥିଲା। ବ୍ୟକ୍ତିଗତ ଭାବେ କ’ଣ ପ୍ରସ୍ତାବ ଦେଇଥିଲି, ତା’କୁ ମୁଁ ଏଠାରେ କହିପାରିବିନି। ରାହୁଲ ଗାନ୍ଧିଙ୍କ ଦାୟିତ୍ୱ ମୁଁ ସ୍ଥିର କରିବାକୁ କିଏ? ବିଜେପିର ଆକ୍ରମଣ ଯୋଗୁ ରାହୁଲ ଗାନ୍ଧିଙ୍କ ଛବି ମଳିନ ହୋଇଯାଇଛି। ଏହାକୁ ପୁଣି ସଜଡ଼ା ଯାଇ ପାରିବ। ପ୍ରଧାନମନ୍ତ୍ରୀଙ୍କ ଛବି ୨୦୦୨ରେ କେମିତି ଥିଲା ଓ ଏବେ କେମିତି ଅଛି, ସେକଥା ଆପଣମାନେ ଭଲ ଭାବେ ଦେଖିପାରୁଛନ୍ତି। ତେଣୁ ପରିବର୍ତ୍ତନ ସମ୍ଭବ।”

କଂଗ୍ରେସ ପାଇଁ ଭବିଷ୍ୟତର ଯୋଜନା ଓ ପ୍ରସ୍ତାବ ପ୍ରସ୍ତୁତ ପାଇଁ ସେ ଗୋଟିଏ ହେଲେ ଟଙ୍କା ନେଇ ନଥିବା ମଧ୍ୟ ଆଜି ସ୍ପଷ୍ଟ କରିଛନ୍ତି। ବିଜେପି ବିରୋଧରେ ଲଢ଼ିବାକୁ କଂଗ୍ରେସ କେତେ ସକ୍ଷମ ପ୍ରଶ୍ନର ଉତ୍ତରରେ ପ୍ରଶାନ୍ତ କିଶୋର କହିଛନ୍ତି, “କଂଗ୍ରେସ ବହୁତ ପୁରୁଣା ଦଳ। ବିଜେପି ବିରୋଧରେ ଦଳର ସୁଯୋଗ ନାହିଁ ବୋଲି କହିପାରିବା ନାହିଁ।

କିନ୍ତୁ ସେମାନଙ୍କୁ ଅନେକ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଏ ଚ୍ୟାଲେଞ୍ଜ କରିବ ମୁଁ ଜାଣନି। ତେବେ ରାଜ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକସଭା ଫଳାଫଳକୁ ଆକଳନ କରାଯାଇ ପାରିବନି।”

Congress Prashant Kishore