Advertisment

ସମୟ ଗଡ଼ୁଛି, ସସ୍‌ପେନ୍ସ ବଢ଼ୁଛି: ମା-ପୁଅଙ୍କ ଛାତି ଧଡ଼ ଧଡ଼

ନୂଆଦିଲ୍ଲୀ: ସମୟ ଗଡ଼ୁଛି। ସସ୍‌ପେନ୍ସ ବଢ଼ୁଛି । କିଏ ହେବେ କଂଗ୍ରେର ପରବର୍ତ୍ତୀ ମୁଖିଆ? ଜାତୀୟ ଦଳ କଂଗ୍ରେସର କିଏ ସମ୍ଭାଳିବେ ମଙ୍ଗ? ପୁଣି ଥରେ କଂଗ୍ରେସର ଲଗାମ ଗାନ୍ଧି ପରିବାର ହାତରେ ରହିବ ନା ଅଣଗାନ୍ଧି ନେତୃତ୍ୱ ହାତକୁ ଯିବ? ଦୀର୍ଘ ବର୍ଷ ଧରି ଗାନ୍ଧି ପରିବାର ହାତରେ ରହିଆସିଥିବା ଦଳର ରିମୋଟ କଣ୍ଟ୍ରୋଲର ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ଅଧ୍ୟକ୍ଷ […]

ଅଦ୍ୟତନ ହୋଇଛି
ନ୍ୟାସନାଲ ହେରାଲ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋନିଆ ଓ ରାହୁଲ

Rahul-Sonia_Gandhi

Advertisment

ନୂଆଦିଲ୍ଲୀ: ସମୟ ଗଡ଼ୁଛି। ସସ୍‌ପେନ୍ସ ବଢ଼ୁଛି । କିଏ ହେବେ କଂଗ୍ରେର ପରବର୍ତ୍ତୀ ମୁଖିଆ? ଜାତୀୟ ଦଳ କଂଗ୍ରେସର କିଏ ସମ୍ଭାଳିବେ ମଙ୍ଗ? ପୁଣି ଥରେ କଂଗ୍ରେସର ଲଗାମ ଗାନ୍ଧି ପରିବାର ହାତରେ ରହିବ ନା ଅଣଗାନ୍ଧି ନେତୃତ୍ୱ ହାତକୁ ଯିବ? ଦୀର୍ଘ ବର୍ଷ ଧରି ଗାନ୍ଧି ପରିବାର ହାତରେ ରହିଆସିଥିବା ଦଳର ରିମୋଟ କଣ୍ଟ୍ରୋଲର ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ଅଧ୍ୟକ୍ଷ ପଦ ନେଇ ନିର୍ବାଚନ ହେବାର ଅଛି। ଏନେଇ ତାରିଖ ଘୋଷଣା ହୋଇଥିଲା। କିନ୍ତୁ ପୁଣି ଥରେ ନିର୍ବାଚନ ବିଳମ୍ବ ହେବା ନେଇ ସୂଚନା ମିଳିଛି।  ଅଗଷ୍ଟ ୨୮ରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Advertisment

ଆସନ୍ତା ରବିବାର ସିଡବ୍ଲ୍ୟୁସି ପକ୍ଷରୁ ବୈଠକ କରାଯାଇ ଚୂଡ଼ାନ୍ତ ତାରିଖ ଘୋଷଣା କରାଯିବ। ସିଡବ୍ଲ୍ୟୁସି ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ଗତ ଅଗଷ୍ଟ ୨୧ରୁ ପ୍ରକ୍ରିୟା ଆରମ୍ଭ ହୋଇଛି।  ସେପ୍ଟେମ୍ବର ୨୦ରେ ଏହି  ନିର୍ବାଚନ ହେବାର ଥିଲା। ହେଲେ ଏବେ କୌଣସି କାରଣରୁ ତାରିଖ ଘୁଞ୍ଚା ଯିବା ନେଇ ସୂଚନା ମିଳିଛି ।

ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦକ  ପ୍ରିୟଙ୍କା  ଗାନ୍ଧି ଭଦ୍ରା ଏହି ବୈଠକରେ ଉପସ୍ଥିତ ରହିବେ।  ଅନ୍ୟପକ୍ଷରେ ରାହୁଲ ଗାନ୍ଧି ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ଦଳର ବହୁ ନେତା ଦାବି କରିଛନ୍ତି।  ତଥାପି ଏହି ପଦବୀକୁ ନେଇ ଅନିଶ୍ଚିତତା ଜାରି ରହିଛି। ୨୦୧୯ରେ ସାଧାରଣ ନିର୍ବାଚନରେ କଂଗ୍ରେସ  ଶୋଚନୀୟ ଭାବେ ପରାସ୍ଥ ହେବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧି।

Advertisment

ଏହା ପରେ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି। ତେବେ ଅଗଷ୍ଟ ୨୦୨୦ରେ ସୋନିଆ ଗାନ୍ଧି ଏହି ପଦ ଛାଡ଼ିବା ପାଇଁ ଅଫର ଦେଇଥିଲେ। ତେବେ ତାଙ୍କ ପ୍ରସ୍ତାବକୁ ସିଡବ୍ଲ୍ୟସି ଅଗ୍ରାହ୍ୟ କରି ଦେଇଥିଲା। ସେତେବେଳେ ଦଳର ଭିତରେ ବିଦ୍ରୋହ ସୃଷ୍ଟି ହୋଇ ଜି-୨୩ ଗୋଷ୍ଠୀ ଜନ୍ମ ନେଇଥିଲା।  କ୍ରମାଗତ ନିର୍ବାଚନରେ କଂଗ୍ରେର ବିଫଳତାକୁ ନେଇ ଏହି ଗୋଷ୍ଠୀ ସ୍ୱର ଉଠାଇବା ସହ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଦାବି କରି ଆସୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe