Advertisment

ସିଦ୍ଧୁଙ୍କୁ କଂଗ୍ରେସ ଝଟକା: ଅମରିନ୍ଦର ସିଂହଙ୍କୁ ହଟାଇବା ଦାବିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଅମୃତସର: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କଳି ଥମିବାର ନାଁ ଧରୁନି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଦଳର ହାଇକମାଣ୍ଡ ବଡ଼ ନିଷ୍ପତ୍ତି ନେଇଛନ୍ତି। ସିଦ୍ଧୁଙ୍କ କ୍ୟାମ୍ପ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହଙ୍କ ବଦଳି ଦାବି କରିବା ସହ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିଲା। ତେବେ ହାଇକମାଣ୍ଡ ଏହି ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ଦୁଇ […]

author-image
Hemant Lenka
ସିଦ୍ଧୁଙ୍କୁ କଂଗ୍ରେସ ଝଟକା: ଅମରିନ୍ଦର ସିଂହଙ୍କୁ ହଟାଇବା ଦାବିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

Congress

ଅମୃତସର: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କଳି ଥମିବାର ନାଁ ଧରୁନି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଦଳର ହାଇକମାଣ୍ଡ ବଡ଼ ନିଷ୍ପତ୍ତି ନେଇଛନ୍ତି।

Advertisment

ସିଦ୍ଧୁଙ୍କ କ୍ୟାମ୍ପ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହଙ୍କ ବଦଳି ଦାବି କରିବା ସହ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିଲା। ତେବେ ହାଇକମାଣ୍ଡ ଏହି ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ଦୁଇ ଗୋଷ୍ଠୀଙ୍କୁ ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି। ହାଇକମାଣ୍ଡଙ୍କ ନିଷ୍ପତ୍ତି ସମ୍ପର୍କରେ ପଞ୍ଜାବ କଂଗ୍ରେସ ଇନଚାର୍ଜ ହରିଶ ରାୱତ ରାଜ୍ୟର ନେତାମାନଙ୍କୁ ଅବଗତ କରାଇ ଦେଇଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହଙ୍କୁ ହଟାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହଙ୍କୁ ହଟଇବାକୁ ମନା କରି ଦେଇଥିବାରୁ ସିଦ୍ଧୁଙ୍କ କ୍ୟାମ୍ପ ପାଇଁ ଏହା ଝଟକା ସଦୃଶ ହୋଇଛି। ତେଣୁ ଆଗାମୀ ଦିନରେ ଏମାନା ନୂଆ ବିଦ୍ରୋହୀ ସାଜି ଦଳ ପାଇଁ କଣ୍ଟା ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ହରିଶ ରାୱତ ମଙ୍ଗଳବାର ଚଣ୍ଡିଗଡ଼ରେ ପହଞ୍ଚିବା ପରେ ସିଦ୍ଧୁ ଓ ଅନ୍ୟ ନେତାମାନଙ୍କୁ ଭେଟିଥିଲେ। ଏହି ସମୟରେ ନିର୍ବାଚନ ଆଗକୁ ଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହଙ୍କୁ ହଟାଇବା ପାଇଁ ଯେଉଁ ଦାବି କରୁଛନ୍ତି, ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଥିଲେ। ସେ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେବା ସହ ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ଉପରେ ଫୋକସ କରିବାକୁ କହିଛନ୍ତି।

ହରିଶ ରାୱତ ଚଣ୍ଡିଗଡ଼ରେ ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ପିସିସି ସାଧାରଣ ସମ୍ପାଦକ ପ୍ରଗତ ସିଂହ, କାର୍ଯ୍ୟକାରୀ ସଭାପତି କୁଲଜିତ ନଗ୍ରା, ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ସାକ୍ଷାତ କରି ସମାନ କଥା ଦୋହରାଇଛନ୍ତି।

ହରିଶ ରାୱତ ବୈଠକ ସମ୍ପର୍କରେ କହିଛନ୍ତି, “ଆଗକୁ ନିର୍ବାଚନ ଆସୁଛି। ଆମେ ଦଳର ସଂଗଠନକୁ ବୃଦ୍ଧି କରିବା ଉପରେ ଆଲୋଚନା କରିଛୁ। ନିର୍ବାଚନରେ ଦଳର ବିଜୟ ପାଇଁ ପଦବୀ ଅନୁସାରେ ନେତାମାନଙ୍କୁ ବିଭିନ୍ନ ପ୍ରକାରର ଦାୟିତ୍ୱ ଦିଆଯାଇଛି। ନବଜୋତ ସିଂହ ସିଦ୍ଧୁ ମଧ୍ୟ ଆସନ୍ତା ୧୫ ଦିନ ମଧ୍ୟରେ ସାଂଗଠନିକ ସ୍ଥିତିରେ ସଂପ୍ରସାରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

ଅନ୍ୟପକ୍ଷରେ ଆଜି ହରିଶ ରାୱତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଉଭୟ ବହୁପ୍ରତିକ୍ଷୀତ କ୍ୟାବିନେଟ ସଂପ୍ରସାରଣ ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଦଳର ହାଇକମାଣ୍ଡ କ୍ୟାବିନେଟ ସଂପ୍ରସାରଣ ସପକ୍ଷରେ ନଥିବାରୁ ଅସନ୍ତୁଷ୍ଟଙ୍କୁ କେମିତି ସନ୍ତୁଷ୍ଟ କରାଯିବ, ତା’ହା ଏବେ ଅମରିନ୍ଦର ଓ କଂଗ୍ରେସ ଆଗରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।