Advertisment

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ଉଦ୍ଧବ ଓ ପାୱାରଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ନଭେମ୍ବର ମାସରେ ମହାରାଷ୍ଟ୍ରରେ ପ୍ରବେଶ କରିବ। ରାହୁଲ ଗାନ୍ଧି ଏହି ପଦଯାତ୍ରାର ନେତୃତ୍ୱ ନେଉଥିବା ବେଳେ ବର୍ତ୍ତମାନ ଏହା ଜବରଦସ୍ତ ଜନସମର୍ଥନ ପାଇ ଆଗକୁ ମାଡ଼ି ଚାଲିଛି। ଏ ସବୁ ଭିତରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ଶିବସେନା ନେତା ଉଦ୍ଧବ ଠାକରେ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ନିମନ୍ତ୍ରଣ ମିଳିଛି। କଂଗ୍ରେସର ଗୋଟିଏ ପ୍ରତିନିଧି ଦଳ ଆଜି ଉଭୟ […]

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ଉଦ୍ଧବ ଓ ପାୱାରଙ୍କୁ ନିମନ୍ତ୍ରଣ

ss

Advertisment

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ନଭେମ୍ବର ମାସରେ ମହାରାଷ୍ଟ୍ରରେ ପ୍ରବେଶ କରିବ। ରାହୁଲ ଗାନ୍ଧି ଏହି ପଦଯାତ୍ରାର ନେତୃତ୍ୱ ନେଉଥିବା ବେଳେ ବର୍ତ୍ତମାନ ଏହା ଜବରଦସ୍ତ ଜନସମର୍ଥନ ପାଇ ଆଗକୁ ମାଡ଼ି ଚାଲିଛି। ଏ ସବୁ ଭିତରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ଶିବସେନା ନେତା ଉଦ୍ଧବ ଠାକରେ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ନିମନ୍ତ୍ରଣ ମିଳିଛି। କଂଗ୍ରେସର ଗୋଟିଏ ପ୍ରତିନିଧି ଦଳ ଆଜି ଉଭୟ ନେତାଙ୍କୁ ଭେଟି ପଦଯାତ୍ରାରେ ସାମିଲ ହେବାକୁ କହିଛନ୍ତି।

Advertisment

ଏହି ପ୍ରତିନିଧି ମଣ୍ଡଳରେ ମହାରାଷ୍ଟ୍ରର କଂଗ୍ରେସ ପ୍ରଭାରୀ ଏଚକେ ପାଟିଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, ପୂର୍ବତନ କଂଗ୍ରେସର ରାଜ୍ୟ ମୁଖ୍ୟ ବାଲାସାହେବ ଥୋରାଟ, ମୁମ୍ବାଇ କଂଗ୍ରେସ ମୁଖ୍ୟ ଭାଇ ଜଗତପ ଓ ଦଳୀୟ ନେତା ବିଶ୍ୱଜିତ କଦମ, ଅମର ରାଜୁରକର, ନଶୀମ ଖାନ ଓ ସନ୍ଦୀପ ତାମ୍ବେ ରହିଥିଲେ।

କଂଗ୍ରେସ ଦେଶରେ ବଢ଼ିଥିବା ସାଂପ୍ରଦାୟିକ ହିଂସା, ଦରଦାମ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରିଛି। ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଜମ୍ମୁ-କଶ୍ମୀରରେ ଶେଷ ହେବ। ୩,୫୭୦ କିମି ରାସ୍ତାକୁ ୧୫୦ ଦିନରେ ଚାଲିଚାଲି ଶେଷ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।

Advertisment

ବର୍ତ୍ତମାନ ସୁଦ୍ଧା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକା ଓ ଆନ୍ଧ୍ର ପ୍ରଦେଶକୁ ଅତିକ୍ରମ କରି ସାରିଲାଣି। ଆସନ୍ତା ୭ ତାରିଖରେ ଏହା ମହାରାଷ୍ଟ୍ରରେ ପ୍ରବେଶ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe