Advertisment

ଭାରତ ଯୋଡ଼ ଯାତ୍ରା ବେଳେ ଚାଲିଗଲା କଂଗ୍ରେସ ନେତାଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଦରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବା ବେଳେ ଦୁଃଖଦ ଘଟଣା ଘଟିଛି। ଯାତ୍ରାରେ ସାମିଲ ହୋଇ ରାସ୍ତାରେ ଚାଲୁଥିବା ବେଳେ କଂଗ୍ରେସ ସେବା ଦଳର ମହାସଚିବ କୃଷ୍ଣ କୁମାର ପାଣ୍ଡେଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସବୁ କିଛି ଠିକ ଠାକ ଥିବା ବେଳେ ହଠାତ୍ ହୃଦଘାତରେ ପାଣ୍ଡେଙ୍କ ଜୀବନ ଯିବା ପୂରା କଂଗ୍ରେସକୁ ସ୍ତବ୍ଧ କରି ଦେଇଛି। This is probably Krishna […]

ଭାରତ ଯୋଡ଼ ଯାତ୍ରା ବେଳେ ଚାଲିଗଲା କଂଗ୍ରେସ ନେତାଙ୍କ ଜୀବନ

congress1

Advertisment

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଦରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବା ବେଳେ ଦୁଃଖଦ ଘଟଣା ଘଟିଛି। ଯାତ୍ରାରେ ସାମିଲ ହୋଇ ରାସ୍ତାରେ ଚାଲୁଥିବା ବେଳେ କଂଗ୍ରେସ ସେବା ଦଳର ମହାସଚିବ କୃଷ୍ଣ କୁମାର ପାଣ୍ଡେଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସବୁ କିଛି ଠିକ ଠାକ ଥିବା ବେଳେ ହଠାତ୍ ହୃଦଘାତରେ ପାଣ୍ଡେଙ୍କ ଜୀବନ ଯିବା ପୂରା କଂଗ୍ରେସକୁ ସ୍ତବ୍ଧ କରି ଦେଇଛି।

Advertisment


ଏହି ପଦଯାତ୍ରାର ନେତୃତ୍ୱ ନେଉ ଥିବା ରାହୁଲ ଗାନ୍ଧି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରୀ ପାଣ୍ଡେଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଦେଶ ପ୍ରତି ତାଙ୍କର ଅବଦାଦ କଂଗ୍ରେସ କର୍ମୀଙ୍କୁ ପ୍ରେରଣା ଯୋଗାଇବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ଦଳୀୟ ନେତାଙ୍କ ମୃତ୍ୟୁରେ ସ୍ତବ୍ଧ ହେବା ସହ ପାଣ୍ଡେଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।


ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ ଯୋଗେ ଶ୍ରୀ ପାଣ୍ଡେଙ୍କ ଦେହାନ୍ତ ଖବର ପ୍ରଥମେ ଦେଇଥିଲେ। ସେ କହିଥିଲେ ଭାରତ ଯୋଡ଼ ଯାତ୍ରାର ୬୨ତମ ସକାଳରେ ଅଘଟଣ ଘଟିଛି। ଆଜି ଭାରତ ଯୋଡ଼ ଯାତ୍ରାରେ ସେବା ଦଳର ସାଧାରଣ ସଚିବ କୃଷ୍ଣ କୁମାର ପାଣ୍ଡେ ସାମିଲ ହୋଇଥିଲେ।

ସେ ଜାତୀୟ ପତାକା ଧରିଥିଲେ ଓ ଦିଗବିଜୟ ସିଂହ ଏବଂ ମୋ ସହ ଚାଲୁଥିଲେ। କିଛି ମିନିଟ ପରେ ସେ ଜାତୀୟ ପତାକାକୁ ଆଉ ଜଣେ ସହଯୋଗୀଙ୍କୁ ଧରାଇ ଦେଇ ପଛକୁ ଘୁଞ୍ଚି ଯାଇଥିଲେ। ଏହି ସମୟରେ ହଠାତ୍ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସେ କହିଛନ୍ତି।

ଘଟଣା ପରେ କଂଗ୍ରେସ ନେତାମାନେ ପାଣ୍ଡେଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରୁଥିବା ବେଳର ଭିଡିଓକୁ ମଧ୍ୟ ଜୟରାମ ରମେଶ ଟ୍ୱିଟ କରିଛନ୍ତି।

ସୂଚନାଯୋଗ୍ୟ, ଦୁଇ ମାସ ତଳେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଆରମ୍ଭ କରିଥିବା ୩,୫୭୦ କିମି ଭାରତ ଯୋଡ଼ ପଦଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକା ଓ ତେଲେଙ୍ଗାନା ଦେଇ ଆଜି ମହାରାଷ୍ଟ୍ରରେ ପ୍ରବେଶ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe