Advertisment

ମୋଦି ସରକାର ଭଲ କାମ କରିଛନ୍ତି କହିଲେ କଂଗ୍ରେସ ସାଂସଦ ଶଶୀ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁର ମୋଦି ସରକାରର ଏକ କାମକୁ ପ୍ରଶଂସା କରିଛନ୍ତି। ଯେଉଁ କୋଓ୍ୱିନ୍ ଆପକୁ ନେଇ ଶଶୀ ଥରୁର ନିଜେ ସରକାରକୁ ସମାଲୋଚନା କରୁଥିଲେ। ଏବେ ସେହି ଶଶୀ ଥରୁର କୋଓ୍ୱିନ ଆପର ଏକ ଫିଚରକୁ ନେଇ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ହ୍ୱାଟସଆପ ଜରିଆରେ କୋଓ୍ୱିନର ଟିକାକରଣ ସାର୍ଟିଫିକେଟ ମିଳୁଛି। ଏଭଳି ସୁବିଧା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ତେବେ ଶଶୀ ଥରୁର ଯେଉଁ ପ୍ରଶଂସା କରିଛନ୍ତି ତାହା ବିରଳ। […]

ଅଦ୍ୟତନ ହୋଇଛି
ମୋଦି ସରକାର ଭଲ କାମ କରିଛନ୍ତି କହିଲେ କଂଗ୍ରେସ ସାଂସଦ ଶଶୀ ଥରୁର

modi-tharoor

Advertisment

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁର ମୋଦି ସରକାରର ଏକ କାମକୁ ପ୍ରଶଂସା କରିଛନ୍ତି। ଯେଉଁ କୋଓ୍ୱିନ୍ ଆପକୁ ନେଇ ଶଶୀ ଥରୁର ନିଜେ ସରକାରକୁ ସମାଲୋଚନା କରୁଥିଲେ। ଏବେ ସେହି ଶଶୀ ଥରୁର କୋଓ୍ୱିନ ଆପର ଏକ ଫିଚରକୁ ନେଇ ସରକାରଙ୍କୁ ପ୍ରଶଂସା କରିଛନ୍ତି।

Advertisment

ସେ କହିଛନ୍ତି, ହ୍ୱାଟସଆପ ଜରିଆରେ କୋଓ୍ୱିନର ଟିକାକରଣ ସାର୍ଟିଫିକେଟ ମିଳୁଛି। ଏଭଳି ସୁବିଧା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ତେବେ ଶଶୀ ଥରୁର ଯେଉଁ ପ୍ରଶଂସା କରିଛନ୍ତି ତାହା ବିରଳ। ଏବେର ରାଜନୀତିରେ ବହୁତ୍ କମ୍ ଘଟଣା ଦେଖିବାକୁ ମିଳେ ଯେଉଁଠି ବିରୋଧୀ ସରକାରଙ୍କୁ ପ୍ରଶଂସା କରିଥିବେ ଏବଂ ସରକାର ବିରୋଧୀଙ୍କୁ।

ଦେଶରେ ଟିକାକରଣ କ୍ଷେତ୍ରରେ କୋଓ୍ୱିନ ଆପର ବଢ଼ିଆ ବ୍ୟବହାର ହେଉଛି। ଯେଉଁଠି ଟିକା ବୁକିଂ ପାଖରୁ ଆରମ୍ଭ କରି, ଟିକାକରଣର ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହୁଛି। ନିକଟରେ କିନ୍ତୁ ଏକ ସୁବିଧା ସରକାର ଜାରି କରିଛନ୍ତି। ଯେଉଁଠି ଜଣେ ହ୍ୱାଟସଆପରେ ମେସେଜ କରି ନିଜ ଟିକାକରଣର ପ୍ରମାଣପତ୍ର ବା ସାର୍ଟିଫିକେଟ ପାଇପାରିବ। କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଏହି ଫିଚର ବହୁତ ପସନ୍ଦ ଆସିଛି ବୋଲି ସେ କହିଛନ୍ତି। ଯେଉଁ ବ୍ୟକ୍ତି ଟିକା ନେଇଛନ୍ତି ସେ ତାଙ୍କର ଟିକା ପ୍ରମାଣପତ୍ର ପାଇବାକୁ ହେଲେ download certificate ଲେଖି 9013151515କୁ ହ୍ୱାଟସଆପରେ ପଠାଇବାକୁ ହେବ। ଏହାପରେ ଏକ ଓଟିପି ଆସିବ। ଓଟିପି ପରେ ଟିକାକରଣର ସାର୍ଟିଫିକେଟ ବା ପ୍ରମଣାପତ୍ର ଆସିବ।

Advertisment

https://twitter.com/ShashiTharoor/status/1424273973521514508?s=20

ସୂଚନାଯୋଗ୍ୟ, କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ନିଆଇଯାଇଥିବା ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ଧାରା 370 ଉଚ୍ଛେଦ, ତିନି କୃଷି ଆଇନ୍, ଆଇଟି ଆକ୍ଟ ଆଦି ଅନେକ ରହିଛି। ଯାହାର ଘୋର ସମାଲୋଚକ ହେଉଛନ୍ତି ଶଶୀ ଥରୁର। ଏବେ ଯେଉଁ ପେଗାସସ ସ୍ପାଏଓ୍ୱୟରକୁ ନେଇ ବିବାଦ ଚାଲିଛି ତାକୁ ନେଇ ମଧ୍ୟ ସରକାରକୁ ସମାଲୋଚନା କରିଛନ୍ତି ଶଶୀ ଥରୁର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe