Advertisment

ଜାତୀୟ ପତାକାକୁ ନେଇ ବିବାଦ, ବିଧାନସଭାରେ ଶୋଇଲେ କଂଗ୍ରେସ ବିଧାୟକ

ବେଙ୍ଗାଳୁରୁ: କର୍ଣ୍ଣାଟକର ଗ୍ରାମ ବିକାଶ ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍‌ ଇଶ୍ୱରପ୍ପାଙ୍କ ତ୍ରିରଙ୍ଗା ପତକାକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ଘନେଇବାରେ ଲାଗିଛି। ଇଶ୍ୱରପ୍ପାଙ୍କୁ ନିଲମ୍ବିତ କରିବା ଏବଂ ଜାତୀୟ ପତାକା ଉପରେ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ କଂଗ୍ରେସ ଦାବି କରିଛି। ଏହି ଦାବି ନେଇ ଗୁରୁବାର ବିଧାନସଭା ଗୃହରେ ରାତି ବିତାଇଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଭିତରେ ହିଁ କଂଗ୍ରେସ ବିଧାୟକମାନେ ଶୋଇ ରହି […]

ଅଦ୍ୟତନ ହୋଇଛି
ଜାତୀୟ ପତାକାକୁ ନେଇ ବିବାଦ, ବିଧାନସଭାରେ ଶୋଇଲେ କଂଗ୍ରେସ ବିଧାୟକ

congress MLA protest

Advertisment

ବେଙ୍ଗାଳୁରୁ: କର୍ଣ୍ଣାଟକର ଗ୍ରାମ ବିକାଶ ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍‌ ଇଶ୍ୱରପ୍ପାଙ୍କ ତ୍ରିରଙ୍ଗା ପତକାକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ଘନେଇବାରେ ଲାଗିଛି। ଇଶ୍ୱରପ୍ପାଙ୍କୁ ନିଲମ୍ବିତ କରିବା ଏବଂ ଜାତୀୟ ପତାକା ଉପରେ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ କଂଗ୍ରେସ ଦାବି କରିଛି। ଏହି ଦାବି ନେଇ ଗୁରୁବାର ବିଧାନସଭା ଗୃହରେ ରାତି ବିତାଇଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଭିତରେ ହିଁ କଂଗ୍ରେସ ବିଧାୟକମାନେ ଶୋଇ ରହି ପ୍ରତିବାଦ କରିଛନ୍ତି।

Advertisment

ଭବିଷ୍ୟତରେ 'ଗେରୁଆ ପତାକା' ଜାତୀୟ ପତାକା ହୋଇପାରେ ବୋଲି ନିକଟରେ ଇଶ୍ୱରପ୍ପା ଦାବି କରିଥିଲେ। ତାଙ୍କର ଏହି ବୟାନକୁ ନେଇ ବିବାଦ ଘନେଇବାରେ ଲାଗିଛି। କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ଗୃହରେ ରାତି କଟାଇଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ବିଧାୟକ ବିଧାନସଭା ଗୃହ ଭିତରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଦି ଏବଂ ତକିଆ ପକାଇ ଶୋଇଥିବା ଦେଖିବାକୁ ମିଳିଛି।

ଏହାପୂର୍ବରୁ ଗୁରୁବାର ଦିନ ବିରୋଧୀ ଦଳର ବିଧାୟକଙ୍କ ଆନ୍ଦୋଳନ ହେତୁ ବିଧାନସଭା ସ୍ଥଗିତ ରଖାଯିବା ପରେ ମଧ୍ୟ କଂଗ୍ରେସ ବିଧାୟକମାନେ ଗୃହରେ ଅଟକି ରହିଥିଲେ। ବିଧାୟକଙ୍କ ଆନ୍ଦୋଳନ ଯୋଗୁଁ ଲଗାତାର ଦ୍ୱିତୀୟ ଦିନ ଉଭୟ ଗୃହର କାର୍ଯ୍ୟ ସ୍ଥଗିତ ରହିଥିଲା।

Advertisment

ସେପଟେ ଇଶ୍ୱରପ୍ପା କିନ୍ତୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି। କୌଣସି କାରଣରୁ ତାଙ୍କ ପଦରୁ ଇସ୍ତଫା ଦେବା ପ୍ରଶ୍ନ ଉଠୁନି। ସେ ଜଣେ ଦେଶଭକ୍ତ ବୋଲି ଇଶ୍ୱରପ୍ପା କହିଛନ୍ତି। ସେ କହିଛନ୍ତି, "ସେମାନେ(କଂଗ୍ରେସ) ବିରୋଧ କରନ୍ତୁ, ମୁଁ କିନ୍ତୁ ଘୁଞ୍ଚିବି ନାହିଁ। ସେ ଓଲଟି କଂଗ୍ରେସର କର୍ଣ୍ଣାଟକ ୟୁନିଟ୍ ମୁଖ୍ୟ ଡିଶିବକୁମାର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ତାଙ୍କ ଉପରେ ଏବଂ ତାଙ୍କ ଦଳକୁ ବିରୋଧ କରି ଜାତୀୟ ପତାକାକୁ ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ନିକଟରେ ଇଶ୍ୱରପ୍ପା ଦାବି କରିଥିଲେ ଯେ, ଭବିଷ୍ୟତରେ 'ଗେରୁଆ ପତାକା' ଜାତୀୟ ପତାକା ହୋଇପାରେ ଏବଂ ଏହି ଧ୍ୱଜା ଲାଲ କିଲାରେ ଉଡିବ।  ତେବେ ତ୍ରିରଙ୍ଗା ବର୍ତ୍ତମାନ ଜାତୀୟ ପତାକା ରହିଛି ଏବଂ ଏହାକୁ ସମସ୍ତେ ସମ୍ମାନ ଦେବା ଉଚିତ୍।

https://twitter.com/ANI/status/1494379995770535936?s=20&t=hxOSQfKW6DZqYETtHxivZw

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe