Advertisment

ବିଜେପି ଓ ଖବରକାଗଜ ବିରୋଧରେ ଏତଲା ଦେଲା କଂଗ୍ରେସ

ଗୌହାଟି: ଆସାମରେ ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ସୋମବାର ବିଜେପି ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛି। ଯେଉଁଥିରେ ସେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଅଧିକ ଆସନରେ ବିଜୟୀ ହୋଇଛି ବୋଲି ଦାବି କରିଛି। ଆଉ ଏହାକୁ ପ୍ରସଙ୍ଗ କରି ବିଜେପିକୁ କାଉଣ୍ଟର କରିଛି କଂଗ୍ରେସ। ଏଭଳି ବିଜ୍ଞାପନ ଦେଇ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ପ୍ରଭାବିତ କରିବାକୁ ଶାସକ ଦଳ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବିଜେପି ଓ ଖବରକାଗଜ ବିରୋଧରେ ଏତଲା ଦେଲା କଂଗ୍ରେସ

assam-bjp

ଗୌହାଟି: ଆସାମରେ ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ସୋମବାର ବିଜେପି ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛି। ଯେଉଁଥିରେ ସେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଅଧିକ ଆସନରେ ବିଜୟୀ ହୋଇଛି ବୋଲି ଦାବି କରିଛି।

Advertisment

ଆଉ ଏହାକୁ ପ୍ରସଙ୍ଗ କରି ବିଜେପିକୁ କାଉଣ୍ଟର କରିଛି କଂଗ୍ରେସ। ଏଭଳି ବିଜ୍ଞାପନ ଦେଇ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ପ୍ରଭାବିତ କରିବାକୁ ଶାସକ ଦଳ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଉ ଥାନାରେ ଏହାକୁ ନେଇ ନେଇ କଂଗ୍ରେସ ଏଫଆଇଆର ଦାଖଲ କରିଛି। ବିଜେପି ଏବଂ ଯେଉଁ ଖବରକାଗଜରେ ଏହି ବିଜ୍ଞାପନ ପ୍ରକାଶ ପାଇଛି ସେହି ଖବରକାଗଜ ବିରୋଧରେ ଏତଲା ଦେଇଛି କଂଗ୍ରେସ।

ବିଜେପି ବିରୋଧରେ ଏତଲା ଦାୟର କରିବା ବେଳେ ବିଜେପି ସଭାପତି ଜେପି ନଡ଼୍ଡା, ବିଜେପି ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ କୁମାର ଦାସ ଏବଂ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲଙ୍କ ନାଁ ରହିଛି। ଯାହାକି ରାଜ୍ୟ ରାଜନୀତିକୁ ରୋଚକ ମୋଡ ଦେଇଛି। ଆଉ ନିର୍ବାଚନୀ ପ୍ରସଙ୍ଗରେ ବିଜ୍ଞାପନ ପ୍ରସଙ୍ଗ ଏଣ୍ଟ୍ରି ମାରିଛି।

Advertisment

ଆସାମ ପ୍ରଦେଶ କଂଗ୍ରେସ ସଭାପତି ନିରନ ବୋରା କହିଛନ୍ତି, ବିଜେପି ଏଭଳି କରି ଆଚରଣ ବିଧି ଉଲ୍ଲଂଘନ କରିଛି। ଜନପ୍ରତିନିଧିତ୍ୱ ଅଧିନିୟମ, ୧୯୫୧ର ଧାରା ୧୨୬ ଏ ଅନୁଯାୟୀ ଏଭଳି ବିଜ୍ଞାପନ ଦେଇ ବିଜେପି ଆଚରଣ ବିଧି ଉଲ୍ଲଂଘନ କରିଛି।

ବୋରା କହିଛନ୍ତି ଯେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ଏଭଳି ବିଜ୍ଞାପନ ଷଡ଼ଯନ୍ତ୍ର କରିଛି। ତେଣୁ ସୁଚିନ୍ତିତ ଯୋଜନା ଅନୁଯାୟୀ ମୁଖ୍ୟମନ୍ତ୍ରୀ, ବିଜେପି ସଭାପତି, ରାଜ୍ୟ ୟୁନିଟ୍ ମୁଖ୍ୟ ତଥା ଅନ୍ୟ ଦଳର ସଦସ୍ୟମାନେ ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠାଗୁଡ଼ିକରେ ଏଭଳି ବିଜ୍ଞାପନ ଦେଇଛନ୍ତି। ଏମିତିକି ଉପର ଆସାମରେ ବିଜେପି ସମସ୍ତ ଆସନ ଜିତିବ ବୋଲି ଦାବି କରାଯାଇଛି।

ଅଭିଯୋଗ ଦାୟର ହୋଇଥିବା ଲୋକ ଏବଂ ଖବରକାଗଜ ବିରୋଧରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କଂଗ୍ରେସ ପୁଲିସକୁ ଅନୁରୋଧ କରିଛି। ଏବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏହି ଘଟଣାର ତଦନ୍ତ କରିବେ।

Assam Election 2021 AssamAssemblyElection