Advertisment

କଂଗ୍ରେସର 'ହଲ୍ଲା ବୋଲ୍‌' ରାଲି, ଦରଦାମ୍‌ ବୃଦ୍ଧିକୁ ପ୍ରତିବାଦ

ନୂଆଦିଲ୍ଲୀ: ଦରଦାମ୍‌ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲା ବୋଲ୍‌। ଦର ବୃଦ୍ଧି ପ୍ରତିବାଦରେ ବିଜେପିକୁ ଘେରିବାକୁ କଂଗ୍ରେସ କରିଛି ବଡ ଯୋଜନା। ଏଥିପାଇଁ ଆଜି ଦିଲ୍ଲୀର ରାମଲୀଳା ମୈଦାନ୍‌ରେ ମେହେଙ୍ଗାଇ ପର ହାଲ୍ଲା ବୋଲ ରାଲି’ର ଆୟୋଜନ କରିଛି କଂଗ୍ରେସ। ଏହି ରାଲିରେ ବରିଷ୍ଠ କଂଗ୍ରେସ ନେତା ସମେତ ଦଳର ସାଧାରଣ ସମ୍ପାଦକ ଏଆଇସିସି ମୁଖ୍ୟାଳୟରେ ଏକାଠି ହେବେ। ଏହାପରେ ସେଠାରୁ ସମସ୍ତେ ବସ୍‌ରେ ବସି ରାମଲୀଳ ମୈଦାନ ଅଭିମୁଖେ ବାହାରିବେ। ରାହୁଲ ଗାନ୍ଧୀଙ୍କୁ ଏହି ରାଲିକୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କଂଗ୍ରେସର 'ହଲ୍ଲା ବୋଲ୍‌' ରାଲି, ଦରଦାମ୍‌ ବୃଦ୍ଧିକୁ ପ୍ରତିବାଦ

Congress Rally

ନୂଆଦିଲ୍ଲୀ: ଦରଦାମ୍‌ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲା ବୋଲ୍‌। ଦର ବୃଦ୍ଧି ପ୍ରତିବାଦରେ ବିଜେପିକୁ ଘେରିବାକୁ କଂଗ୍ରେସ କରିଛି ବଡ ଯୋଜନା। ଏଥିପାଇଁ ଆଜି ଦିଲ୍ଲୀର ରାମଲୀଳା ମୈଦାନ୍‌ରେ ମେହେଙ୍ଗାଇ ପର ହାଲ୍ଲା ବୋଲ ରାଲି’ର ଆୟୋଜନ କରିଛି କଂଗ୍ରେସ। ଏହି ରାଲିରେ ବରିଷ୍ଠ କଂଗ୍ରେସ ନେତା ସମେତ ଦଳର ସାଧାରଣ ସମ୍ପାଦକ ଏଆଇସିସି ମୁଖ୍ୟାଳୟରେ ଏକାଠି ହେବେ। ଏହାପରେ ସେଠାରୁ ସମସ୍ତେ ବସ୍‌ରେ ବସି ରାମଲୀଳ ମୈଦାନ ଅଭିମୁଖେ ବାହାରିବେ। ରାହୁଲ ଗାନ୍ଧୀଙ୍କୁ ଏହି ରାଲିକୁ ସମ୍ବୋଧିତ କରିବେ। ଏଥିପାଇଁ ରାମଲୀଲା ମୈଦାନରେ ଶହ ଶହ କଂଗ୍ରେସ କର୍ମୀ ଏକାଠି ହେଲେଣି।

Advertisment

https://twitter.com/ANI/status/1566304545113657344?s=20&t=8eHZSbU0F9qDU2x32Z6kbw

କଂଗ୍ରେସର ରାଲିକୁ ଦେଖି ଦିଲ୍ଲୀ ରାମ ଲୀଳ ମୈଦାନ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍‌ଭାଇଜରୀ ମଧ୍ୟ ଜାରି କରାଯାଇଛି। ରାଲି ପାଇଁ କେଉଁ ରାସ୍ତା ସବୁ ବନ୍ଦ ରହିଛି ସେ ନେଇ ଟ୍ୱିଟ୍ କରି ଯାତ୍ରୀଙ୍କୁ ଅବଗତ ଜଣାଇଛି ଦିଲ୍ଲୀ ପୁଲିସ।

Advertisment

ଦରଦାମ ବୃଦ୍ଧି ପ୍ରତିବାଦ କେବଳ ଏହି ରାଲିରେ ସୀମିତ ରହିବ ନାହିଁ। ବରଂ ଆଗାମୀ ୭ ତାରିଖରୁ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବ। କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ ବୋଲି ଦଳର ନେତା କେସି ବେଣୁଗୋପାଳ କହିଛନ୍ତି। ଦରଦାମ ବୃଦ୍ଧି ରୋକିବାକୁ ମୋଦି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ସେ କେବଳ ଅନ୍ୟ ଦଳର ବିଧାୟକଙ୍କୁ କିଣିବାରେ ବ୍ୟସ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଦରଦାମ ଓ ଜିଏସ୍‌ଟି ବୃଦ୍ଧିକୁ ନେଇ ଅଗଷ୍ଟ ୫ ତାରିଖରେ ବଡ଼ ଧରଣର ରାଲି କରିଥିଲା। ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଭଳି ଦଳର ବଡ଼ ନେତାମାନେ ଏହି ରାଲିରେ ଭାଗ ନେଇଥିଲେ।