Advertisment

ୟୁପିରେ ମେଣ୍ଟ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କଲା କଂଗ୍ରେସ

ନୂଆଦିଲ୍ଲୀ: ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ ନା ମେଣ୍ଟ କରିବ ଏ ନେଇ ଜାରି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି। ୟୁପି କଂଗ୍ରେସର ସଭାପତି ଅଜୟ କୁମାର ଲଲ୍ଲୁ କହିଛନ୍ତି କଂଗ୍ରେସ ବଡ଼ ବଡ଼ ଦଳ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବ ନାହିଁ। ଛୋଟ ଛୋଟ ଦଳକୁ ସାଙ୍ଗରେ ନେଇ କଂଗ୍ରେସ ଏଠାରେ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ୟୁପିରେ ଦୀର୍ଘ ୩୨ବର୍ଷ […]

ଅଦ୍ୟତନ ହୋଇଛି
‘ୟେସ୍ ବ୍ୟାଙ୍କ’ ମାମଲାରେ ପ୍ରିୟଙ୍କାଙ୍କୁ ଜେରା କରିବ ଇଡି !

Priyanka Gandhi

Advertisment

ନୂଆଦିଲ୍ଲୀ: ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ ନା ମେଣ୍ଟ କରିବ ଏ ନେଇ ଜାରି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି। ୟୁପି କଂଗ୍ରେସର ସଭାପତି ଅଜୟ କୁମାର ଲଲ୍ଲୁ କହିଛନ୍ତି କଂଗ୍ରେସ ବଡ଼ ବଡ଼ ଦଳ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବ ନାହିଁ। ଛୋଟ ଛୋଟ ଦଳକୁ ସାଙ୍ଗରେ ନେଇ କଂଗ୍ରେସ ଏଠାରେ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି ୟୁପିରେ ଦୀର୍ଘ ୩୨ବର୍ଷ ହେବ ବିଜେପି, ବିଏସପି ଏବଂ ସମାଜବାଦୀ ପାର୍ଟି ସରକାର ଗଠନ କରି ଆସିଛନ୍ତି। ହେଲେ କଂଗ୍ରେସ କେବେ ବି ସରକାର ଗଢ଼ିବାରେ ସଫଳ ହୋଇପାରି ନାହିଁ। ହେଲେ ଏବେ ୟୁପିର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଦଳ ୨୦୨୨ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଅଜୟ କୁମାର କହିଛନ୍ତି ୟୁପିରେ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ କଂଗ୍ରେସ। ମିଡିଆରେ କେବଳ କୁହାଯାଉଛି ବିଜେପି ପାଇଁ ଏସପି ବଡ଼ ଚ୍ୟାଲେଞ୍ଜ ରହିବ। ହେଲେ ଗ୍ରାଉଣ୍ଡରେ ସ୍ଥିତି ଭିନ୍ନ। ତାଙ୍କ ଦଳ ପ୍ରିୟଙ୍କା ନେତୃତ୍ୱରେ ନିର୍ବାଚନ ଲଢ଼ି ଏଥର ସରକାର ଗଠନ କରିବ। ଯଦିଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ଦଳର କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

Advertisment

ତେବେ ସରକାର ଗଢ଼ିବା ନେଇ ଯଦି ଏସପି ଓ ବିଏସପି ସହିତ ସେମିତି କିଛି ସମ୍ଭାବନା ହୁଏ ତାହେଲେ କଂଗ୍ରେସ ମେଣ୍ଟ କରିବ କି ନାହିଁର ଉତ୍ତର ଦେଇ ଅଜୟ କୁମାର କହିଛନ୍ତି, କଂଗ୍ରେସର ଆଭିମୁଖ୍ୟ ଗୋଟିଏ, ଆମେ ଛୋଟିଆ ଦଳ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବୁ। ଆମେ କେବେବି ବଡ଼ ଦଳ ସହିତ ମେଣ୍ଟ କରିବା କଥା କେବେ ଚିନ୍ତା କରିନାହୁଁ।

ସୂଚନାଯୋଗ୍ୟ, ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏସପି ମୁଖିଆ ଅଖିଳେଶ ଯାଦବ କହିଛନ୍ତି ଆଗାମୀ ଦିନରେ ତାଙ୍କ ଦଳ ଆଞ୍ଚଳିକ ଦଳ ସହ ମିଶି ନିର୍ବାଚନ ଲଢ଼ିବ। ସେହିପରି ସୁଶ୍ରୀ ମାୟାବତୀ କହିଛନ୍ତି ତାଙ୍କ ନେତୃତ୍ୱାଧୀନ ବିଏସପି ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe