Advertisment

'ଶାଳରୁ ଘୋଡ଼ା ପଳେଇଲେ ଚେତା ପଶିବ କି?'

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ରାଜନୈତିକ ନାଟକ। ଏଭଳି ସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜ ବିଧାୟକମାନଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି। ସେଠାରେ ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ସାକ୍ଷାତ୍ କରି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏପଟେ ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାଙ୍କ ଆଡ଼କୁ ସଙ୍କଟ ମାଡ଼ି ଆସୁଥିବାର ଦେଖି ପାର୍ଟିର ବରିଷ୍ଠ ନେତା କପିଲ ସିବଲ ଚିନ୍ତା ପ୍ରକଟ କରିଛନ୍ତି। ସିବଲ ଟ୍ୱିଟ୍ କରି ରାଜସ୍ଥାନ ସରକାର ବିଷୟ ସିଧାସଳଖ ନ କହି […]

author-image
Pragnya Choudhury
ଅଦ୍ୟତନ ହୋଇଛି
'ଶାଳରୁ ଘୋଡ଼ା ପଳେଇଲେ ଚେତା ପଶିବ କି?'

kapil sibal

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ରାଜନୈତିକ ନାଟକ। ଏଭଳି ସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜ ବିଧାୟକମାନଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି। ସେଠାରେ ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ସାକ୍ଷାତ୍ କରି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏପଟେ ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାଙ୍କ ଆଡ଼କୁ ସଙ୍କଟ ମାଡ଼ି ଆସୁଥିବାର ଦେଖି ପାର୍ଟିର ବରିଷ୍ଠ ନେତା କପିଲ ସିବଲ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ସିବଲ ଟ୍ୱିଟ୍ କରି ରାଜସ୍ଥାନ ସରକାର ବିଷୟ ସିଧାସଳଖ ନ କହି ଇସାରା ଇସାରାରେ ନିଜ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ନିଜ ଦଳ ପାଇଁ ଚିନ୍ତାରେ ଅଛି। କଣ ଘୋଡ଼ା ଆମ ଶାଳରୁ ବାହାରକୁ ଚାଲିଯିବା ପରେ ଆମେ ଜାଗ୍ରତ ହେବା?"

Advertisment

ଇସାରା ଦେଇ କଂଗ୍ରେସ ହାଇକମାଣ୍ଡଙ୍କୁ ସିବଲ ଭବିଷ୍ୟତ ଲାଗି ଚେତାବନୀ ଦେଇଛନ୍ତି। ତାଙ୍କ ଟ୍ୱିଟର ପରୋକ୍ଷରେ ଅର୍ଥ ହେଉଛି, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନ ନେଲେ ଦଳର ଭୀଷଣ କ୍ଷତି ହୋଇପାରେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗତକାଲି ବିଜେପିକୁ ଟାର୍ଗେଟ୍ କରି ରାଜସ୍ଥାନ ସରକାରକୁ ଭାଙ୍ଗିବାର ଷଡ଼ଯନ୍ତ୍ର କରାଯାଉଥିବା କହିଥିଲେ। ଏନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ସମସ୍ତ ସୂଚନା ଦିଆଯାଇଛି। ଅନ୍ୟପଟେ ଏସଓଜି ତଦନ୍ତ ନେଇ ଦୁର୍ନୀତି ନିବାରଣ ବ୍ୟୁରୋ ତିନି ସ୍ୱାଧୀନ ବିଧାୟକଙ୍କୁ ଜେରା କରିବା ପରେ ରାଜନୀତି ସରଗରମ ହୋଇଯାଇଛି। ଏହାର ପରବର୍ତ୍ତୀ ସମୟରେ ଅସନ୍ତୁଷ୍ଟ ଉପମୁଖ୍ୟମନ୍ତ୍ରୀ ପାଇଲଟ୍ ନିଜ ସମର୍ଥକ ବିଧାୟକମାନଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି। କୁହାଯାଉଛି ପାଇଲଟ୍ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି।

Congress Twitter